fbpx

ବଲିଉଡରେ ଦୁଃଖର ଛାୟା, ପରଲୋକରେ ସୁପରଷ୍ଟାର ଦିଲ୍ଲୀପ କୁମାର

ମୁମ୍ବାଇ (ଓଡ଼ିଶା ଭାସ୍କର):   ବଲିଉଡ ପାଇଁ ଏକ ଦୁଃଖଦ  ଖବର । ଭେଟେରାନ୍ ଅଭିନେତା ଦିଲ୍ଲୀପ କୁମାର ପରଲୋକ ଘଟିଛି। ୯୮ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଥିବା ସୂଚନା ମିଳିଛି। ମୁମ୍ଵାଇର ହିନ୍ଦୁଜା ହସ୍ପିଟାଲରେ ବୁଧବାର ଦିନ ସକାଳ ୭ଟା ୩୦ରେ ସେ ଶେଷ ନିଃଶ୍ଵାସ ତ୍ୟାଗ କରିଛନ୍ତି। ଦିଲ୍ଲୀପ କୁମାର ନିଧନରେ ବଲିଉଡରେ ଶୋକର ଛାୟା ଖେଳି ଯାଇଛି। ଦୀର୍ଘ ଦିନର ଅସୁସ୍ଥତା କାରଣରୁ ତାଙ୍କୁ ଗତ ଜୁନ୍ ୨୯ରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଡକ୍ଟର ପାର୍କର ଜୋ ତାଙ୍କର ଚିକିତ୍ସା କରୁଥିଲେ। ପାର୍କର ଜୋ ବଲିଉଡର ଏହି ଟ୍ରାଜେଡି କିଙ୍ଗ୍‌ଙ୍କ ପରଲୋକ ବିଷୟରେ ସୂଚନା ଦେଇଛନ୍ତି। ଦିଲ୍ଲୀପ କୁମାର ମୃତ୍ୟୁ ଖବର ଶୁଣି ଚାରିଆଡ଼େ ଶୋକର ଛାୟା ଖେଳିଯାଇଛି।

 

ସୂଚନା ମୁତାବିକ, ୧୯୨୨ ଡିସେମ୍ଵର ୧୧ରେ ପାକିସ୍ତାନରେ ଦିଲ୍ଲୀପ କୁମାରଙ୍କ ଜନ୍ମ ହୋଇଥିଲା। ତାଙ୍କର ପ୍ରଥମ ନାମ ୟୁସୁଫ ଖାନ୍ ଥିଲା। ପରେ ସେ ପରଦାରେ ଦିଲ୍ଲୀପ କୁମାର ନାମରେ ପରିଚିତ ହୋଇଥିଲେ। ଜଣେ ପ୍ରଡ୍ୟୁସରଙ୍କ କଥାରେ ସେ ତାଙ୍କ ନାମ ପରିବର୍ତ୍ତନ କରିଥିଲେ। ୧୯୪୪ରେ ଜ୍ବାର ଭଟ୍ଟା ଫିଲ୍ମରେ ଏହି ଭେଟେରାନ୍ ଅଭିନେତା ଡେବ୍ୟୁ କରିଥିଲେ। ଅଭିନେତ୍ରୀ ନୂର ଜାହାଁଙ୍କ ସହ ତାଙ୍କର ଯୋଡି ବେଶ୍ ହିଟ୍ ଥିଲା। ଫିଲ୍ମ ଜୁଗୁନୁ ଦିଲ୍ଲୀପ କୁମାରଙ୍କ ପ୍ରଥମ ହିଟ୍ ଫିଲ୍ମ।ଏହାପରେ ଅଭିନେତା ଫିଲ୍ମ ଜଗତକୁ ବହୁ ସୁପରହିଟ୍ ଫିଲ୍ମ ଭେଟି ଦେଇଛନ୍ତି।

ହିନ୍ଦି ସିନେମାର ଟ୍ରାଜେଡି କିଙ୍ଗ ଭାବେ ପରିଚିତ ଥିଲେ ଭେଟେରାନ୍ ଅଭିନେତା ଦିଲ୍ଲୀପ କୁମାର। ସେ ଦୀର୍ଘ ୬ ଦଶନ୍ଧିର ବଲିଉଡ଼ ଫିଲ୍ମ ଇଣ୍ଡଷ୍ଟ୍ରିରେ କ୍ୟାରିଅର କରିଥିଲେ। ସେ ୬୦ରୁ ଅଧିକ ଫିଲ୍ମିରେ ଅଭିନୟ କରିଥିଲେ। ସେ ୧୯୪୪ରେ ମସିହାରେ ଜ୍ବାର ଭଟ୍ଟା ଫିଲ୍ମ ଜରିଆରେ ବଲିଉଡ଼ରେ ଏଣ୍ଟ୍ରି କରିଥିଲେ। ମୁଗଲ- ଏ ଆଜମ୍,ଗଙ୍ଗା ଯମୁନା, ମଶାଲ ଫିଲ୍ମରେ ନିଖୁଣ ଅଭିନୟ ପ୍ରଦର୍ଶନ କରିଥିଲେ।। ଦେବଦାସ, ରାମ ଔର ଶ୍ୟାମ୍, କର୍ମା, ସୌଦାଗର ପ୍ରମୁଖ ସିନେମାରେ ଅଭିନୟ କରିଥିଲେ। ଲିଡର, ମଧୁମତର, ବିଧାତା,କର୍ମା, ଶକ୍ତି, କାନ୍ତି ଅନ୍ୟତମ ଶ୍ରେଷ୍ଠ ସିନେମା ଥିଲା। ସେ ୧୯୯୪ରେ ବଲିଉଡ଼ ସମ୍ମାନ ଜନକ ଦାଦା ସାହେବ ଫାଲକେ ଆଓ୍ବାର୍ଡରେ ସମ୍ମାନିତ ହୋଇଥିଲେ।ଏଥସହିତ ୨୦୧୫ରେ ପଦ୍ମ ବିଭୂଷଣ ସମ୍ମାନରେ ସମ୍ମାନିତ ହୋଇଥିଲେ।

Get real time updates directly on you device, subscribe now.