fbpx

ଭକ୍ତଙ୍କୁ ଖଣ୍ଡାରେ ହାଣିଲେ ସେବାୟତ

ବ୍ରହ୍ମପୁର,୧୨ ।୨(ଓଡିଶା ଭାସ୍କର): ବ୍ରହ୍ମପୁର ସ୍ଥିତ ମା’ ତାରାତାରିଣୀ ମନ୍ଦିରରେ ଆଜି ଏକ ଅଭାବନୀୟ ଘଟଣା ଘଟିଯାଇଛି । ମନ୍ଦିରରେ ଜଣେ ଭକ୍ତଙ୍କୁ ଖଣ୍ଡାରେ ହାଣିଛନ୍ତି ସେବାୟତ । ଅଧିକ ଦକ୍ଷିଣ ନଦେବାରୁ ଭକ୍ତଙ୍କୁ ସେବାୟତ ଖଣ୍ଡାରେ ହାଣିଥିବା ଜଣାପଡିଛି । ଗୁରୁତର ଅବସ୍ଥାରେ ଭକ୍ତ ରାହୁଲ ଓ ସୁଦାମଙ୍କୁ ବ୍ରହ୍ମପୁର ଏମକେସିଜି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଆକ୍ରମଣକାରୀ ୨ ସେବାୟତ ଯଥା ଋଷି ଓ ରାଜେନ୍ଦଙ୍କୁ ଥାନାରେ ଅଟକ ରଖି ତଦନ୍ତ ଆରମ୍ଭ କରିଛି ପୋଲିସ ।

Get real time updates directly on you device, subscribe now.