fbpx

କଣ୍ଠଶିଳ୍ପୀ ଅସୀମା ପଣ୍ଡାଙ୍କ ଭାଇ ଦୁର୍ଘଟଣାରେ ଆହତ; କଟକ ନେତାଜୀ ସେତୁ ଉପରେ ଅଘଟଣ

କଟକ(ଓଡ଼ିଶା ଭାସ୍କର): ପୁଣି ଏକ ବଡ଼ ଦୁର୍ଘଟଣା ଘଟିଛି କଟକ ନେତାଜୀ ସେତୁ ଉପରେ । ସୂଚନା ଅନୁସାରେ ଚର୍ଚ୍ଚିତ ଗାୟିକା ଅସୀମା ପଣ୍ଡା ଓ ତାଙ୍କ ଭାଇ ଆକାଶ ପଣ୍ଡା ଗାଡ଼ିରେ ଥିଲେ । ସେମାନେ ପ୍ରଥମେ କଟକ ବଡ଼ ମେଡିକାଲ୍ ପହଞ୍ଚିଥିଲେ ।

ବିଳମ୍ବିତ ରାତିରେ ସେତୁ ଉପରେ କାର୍ ଦୁର୍ଘଟଣା ଘଟିଥିଲା । ତେବେ ଶୁକ୍ରବାର ରାତି ୧ଟା ୨୦ ସୁଦ୍ଧା ମିଳିଥିବା ସୂଚନା ଅନୁସାରେ ଅସୀମାଙ୍କ କିଛି କ୍ଷତି ହୋଇନି ବରଂ ଆକାଶଙ୍କ ହାତରେ ଗୁରୁତର ଆଘାତ ଲାଗିଛି । କଟକ ବଡ଼ ମେଡିକାଲରୁ ସେମାନେ ଏକ ଘରୋଇ ଡାକ୍ତରଖାନା ଯାଇଥିବା ସ୍ପଷ୍ଟ ହୋଇଛି । ଆକାଶ ହିଁ କାର୍ ଚଳାଉଥିଲେ ଓ ଗତି ଦ୍ରୁତ ରହିଥିବା ଦେଖଣାହାରୀ ପ୍ରକାଶ କରିଛନ୍ତି । ଅନ୍ୟପକ୍ଷରେ ଅସୀମାଙ୍କ ମ୍ୟାନେଜର୍ ଶନିବାର ଦେଇଥିବା ସୂଚନା ଅନୁସାରେ ଦୁର୍ଘଟଣାବେଳେ କାର୍ରେ ଅସୀମା ନଥିଲେ । ଅସୀମା ଷ୍ଟୁଡିଓରେ ଥିଲେ ଓ ତାଙ୍କ ପାଖରେ ସେ ଥିଲେ ବୋଲି ମ୍ୟାନେଜର୍ କହିଛନ୍ତି ।

 

 

 

 

 

Get real time updates directly on you device, subscribe now.