fbpx

ଆଧାର କାର୍ଡ ସମ୍ପର୍କିତ ଏହି ଦୁଇ ସେବା ବନ୍ଦ କଲା UIDAI, ଆପଣଙ୍କ ଉପରେ ପଡ଼ିପାରେ ବଡ଼ ପ୍ରଭାବ

ନୂଆଦିଲ୍ଲୀ: ପ୍ରତ୍ୟେକ ଭାରତୀୟ ନାଗରିକଙ୍କ ପାଇଁ ଆଧାର କାର୍ଡ ହେଉଛି ସବୁଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ । ଏହା କେବଳ ଏକ ଦସ୍ତାବିଜ୍ ନୁହେଁ ବରଂ ଏହା ହେଉଛି ପ୍ରତିଟି ନାଗରିକଙ୍କ ପରିଚୟ ପତ୍ର । ଯେକୌଣସି ଅର୍ଥ ନେଣଦେଣ ଏବଂ ସରକାରୀ ଯୋଜନାର ଲାଭ ଉଠାଇବା ପାଇଁ ଆଧାର କାର୍ଡ ନିହାତି ଭାବେ ଜରୁରୀ । ଭାରତୀୟ ସ୍ୱତନ୍ତ୍ର ପରିଚୟ କର୍ତ୍ତୃପକ୍ଷ(UIDAI) ଆଧାର ସହ ଜଡ଼ିତ ସବୁପ୍ରକାର ତଥ୍ୟ ଦେଇଥାନ୍ତି । ତେବେ ବର୍ତ୍ତମାନ ପାଇଁ ଆଧାର ସହ ଜଡ଼ିତ ଏକ ସେବାକୁ ୟୁଆଇଡିଏଆଇ ପକ୍ଷରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ କରିଦିଆଯାଇଛି ।

ୟୁଆଇଡିଏଆଇ ପକ୍ଷରୁ ଏବେ ଠିକଣା ବୈଧତା ଓ ପୁରୁଣା ଢ଼ଙ୍ଗରେ ଆସୁଥିବା ଲମ୍ବା-ଚଉଡା ଆଧାର କାର୍ଡ ରିପ୍ରିଣ୍ଟ କରିବା ବନ୍ଦ କରିଦେଇଛି । ୟୁଆଇଡିଏଆଇ ଠିକଣା ବୈଧତା ଚିଠି ମାଧ୍ୟମରେ ଆଧାରକୁ ଅପଡେଟ୍ କରିବାର ସୁବିଧା ବନ୍ଦ କରି ଦେଇଛି । ଠିକଣା ବୈଧତା ଚିଠି ସହିତ ଜଡିତ ବିକଳ୍ପକୁ ୟୁଆଇଡିଏଆଇ ୱେବସାଇଟରୁ ହଟାଇ ଦିଆଯାଇଛି । ତେଣୁ ଆପଣ ଅପଡେଟ୍ ପାଇଁ ଅନ୍ୟ କୌଣସି ପଦ୍ଧତି ବ୍ୟବହାର କରିପାରିବେ । ଅନ୍ୟ ବୈଧ ଠିକଣା ପ୍ରୁଫ୍ ର ଏହି ସୂଚୀ-(https://uidai.gov.in/images/commdoc/valid_documents_list.pdf) ରେ ଥିବା ଯେକୌଣସି ଏକ ଆଡ୍ରେସ୍ ପ୍ରୁଫ୍ ଜରିଆରେ ନିଜର ଆଡ୍ରେସ୍ ଅପଡେଟ୍ କରାଇପାରିବେ ।

ଭଡାରେ ରହୁଥିବା ଲୋକଙ୍କ ଉପରେ ଏହା ସିଧାସଳଖ ପ୍ରଭାବ ପକାଇବ କାରଣ ଭଡାରେ ରହୁଥିବା କିମ୍ବା ଅନ୍ୟ ଆଧାର କାର୍ଡଧାରୀମାନେ ଏହା ମାଧ୍ୟମରେ ସହଜରେ ସେମାନଙ୍କ ଠିକଣା ଅପଡେଟ୍ କରିପାରୁଥିଲେଜ୍ଝ ଏହା ବ୍ୟତୀତ, ଯେଉଁମାନଙ୍କର ଠିକଣା ସଂଶୋଧନ କରିବାକୁ କୌଣସି ଡକ୍ୟୁମେଣ୍ଟ୍ ନାହିଁ, ସେମାନେ ମଧ୍ୟ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି ।

ୟୁଆଇଡିଏଆଇ ଆଧାର କାର୍ଡ ରିପ୍ରିଣ୍ଟ କରିବା ବନ୍ଦ କରିଦେଇଛି । ୟୁଆଇଡିଏଆଇ ଏବେ ପିଭିସି କାର୍ଡ ଜାରି କରିଛି । ଏହା ଲମ୍ବା-ଚଉଡା ଆଧାର କାର୍ଡ ଠାରୁ ଅନେକ ଗୁଣରେ ଭଲ ରହିଛି । କାରଣ ଏହା ପାଣିରେ ଖରାପ ହୁଏନି କି ଭାଙ୍ଗି ବିଯାଏନି । ଏହାକୁ ଆପଣ ଖୁବ୍ ସହଜରେ ନିଜର ପକେଟ୍ କିମ୍ବା ୱାଲେଟ୍ ରେ ରଖିପାରିବେ ।

Get real time updates directly on you device, subscribe now.