fbpx

ଏହି କେନ୍ଦ୍ରମନ୍ତ୍ରୀ ହେଲେ ବିଜେପି ସଂସଦୀୟ ଦଳ ନେତା

ନୂଆଦିଲ୍ଲୀ: ମଙ୍ଗଳବାର ବିଜେପି ପକ୍ଷରୁ ରାଜ୍ୟସଭା ପାଇଁ ଏହାର ନେତା ଚୟନ କରାଯାଇଛି । ଖାଲି ରହିଥିବା ଏହି ପଦପାଇଁ କେନ୍ଦ୍ର ଶିଳ୍ପ ବାଣିଜ୍ୟ ଓ ବୟନ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋୟଲଙ୍କୁ ରାଜ୍ୟସଭାରେ ସଂସଦୀୟ ଦଳର ନେତା ଭାବରେ ଚୟନ କରାଯାଇଛି । ପୂର୍ବରୁ ଗୋୟଲ ରାଜ୍ୟସଭାରେ ସଂସଦୀୟ ଦଳର ଉପନେତା ରହିଥିଲେ । ରାଜ୍ୟସଭାରେ ସଂସଦୀୟ ଦଳର ନେତା ରହିଥିବା ଥାୱରଚନ୍ଦ ଗେହଲଟଙ୍କୁ କର୍ଣ୍ଣାଟକର ରାଜ୍ୟପାଳ ଭାବରେ ଚୟନ କରାଯିବା ପରେ ଏହି ପଦଟି ଖାଲି ରହିଥିଲା । ଏହି ଅବସରରେ ରାଜ୍ୟସଭାରେ ଦଳର ଉପନେତା ରହିଥିବା ପୂର୍ବତନ ଅର୍ଥମନ୍ତ୍ରୀ ଗୋୟଲଙ୍କୁ ମଙ୍ଗଳବାର ଏହି ଦାୟିତ୍ୱ ପ୍ରଦାନ କରାଯାଇଛି । ଆସନ୍ତା ମୌସୁମୀ ଅଧିବେଶନରେ ଗୋୟଲ ବିଜେପି ସଂସଦୀୟ ଦଳର ନେତା ଭାବରେ ଦାୟିତ୍ୱ ତୁଲାଇବେ ।

ଉଲ୍ଲେଖଯୋଗ୍ୟ ଯେ, ବିଜେପି ପରି କଂଗ୍ରେସ ମଧ୍ୟ ରାଜ୍ୟସଭାରେ ନିଜର ନେତୃତ୍ୱ ପରିବର୍ତ୍ତନ କରିବାକୁ ଯାଉଛି ।  ଅଧୀର ରଞ୍ଜନ ଚୌଧୁରୀ କଂଗ୍ରେସ ସଂସଦୀୟ ଦଳର ନେତା ରହିଥିବା ବେଳେ ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ତାଙ୍କ ସ୍ଥାନ ନେବା ନେଇ ଚର୍ଚ୍ଚା ହେଉଛି । ଆସନ୍ତା ୪୮ ଘଣ୍ଟା ମଧ୍ୟରେ ବୈଠକ ପରେ ଏହି ଖବର ସ୍ପଷ୍ଟ ହେବ ।

Get real time updates directly on you device, subscribe now.