fbpx

୨୧ରେ ଆସୁଛି ଲଘୁଚାପ!

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ୨୧ ତାରିଖ ସୁଦ୍ଧା ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା । ଉତ୍ତର ପଶ୍ଚିମ ବଙ୍ଗୋପସାଗର ଓ ଆଖପାଖ ଅଞ୍ଚଳରେ ଏହି ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ । ଏନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଗତ ମାସ ଅର୍ଥାତ୍ ଜୁନ୍ ମାସରେ ସ୍ୱାଭାବିକ ଠାରୁ ଅଧିକ ବର୍ଷା ରେକର୍ଡ କରାଯାଇଥିଲା । ଏଥିସହିତ ବାତ୍ୟା ମଧ୍ୟ ଓଡ଼ିଶାକୁ ଅସ୍ତବ୍ୟସ୍ତ କରିଥିଲା ।

ସେପଟେ ମୁମ୍ବାଇରେ ମଧ୍ୟ ବର୍ଷା ଲାଗିରହିଥିବାରୁ ସହରର ବିଭିନ୍ନ ଅଞ୍ଚଳରେ ପାଣି ଜମି ରହିଛି । ଫଳରେ ଯାତାୟାତ ଅନେକାଂଶରେ ବାଧାପ୍ରାପ୍ତ ହୋଇଛି । ବିଭିନ୍ନ ତଳିଆ ଅଞ୍ଚଳରେ ପାଣି ପଶିଥିବାରୁ ଲୋକମାନେ ହନ୍ତସନ୍ତ ହେଉଛନ୍ତି । ଅନ୍ୟପଟେ ଟ୍ରେନ୍ ସେବାକୁ ବାତିଲ କରିଦିଆଯାଇଛି ।

Get real time updates directly on you device, subscribe now.