fbpx

ଜମ୍ମୁ କଶ୍ମୀରରେ ବିଜେପି ନେତାଙ୍କ ପୁଅକୁ ଗୁଳିମାଡ

ଶ୍ରୀନଗର: ଜମ୍ମୁ କଶ୍ମୀରରେ ଜନୈକ ବିଜେପି ନେତାଙ୍କ ପୁଅକୁ ଗୁଳିମାଡ କରାଯାଇଛି । ଜମ୍ମୁ କଶ୍ମୀରର କୁପୱାରା ଅଞ୍ଚଳରେ ଏହି ଆକ୍ରମଣ ଘଟିଛି । ଶୁକ୍ରବାର ବିଜେପି କାର୍ଯ୍ୟକର୍ତ୍ତା ଇଶଫାକ୍ ଅହମଦଙ୍କ ଉପରକୁ କିଛି ଅଜଣା ଆତତାୟୀ ଗୁଳିମାଡ କରିଥିଲେ । ଇଶଫାକଙ୍କ ଅବସ୍ଥା ଗୁରୁ୍ତର ରହିଥିବା ବେଳେ ତାଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ସ୍ଥାନୀୟ ଗୁଲଗାମ ଅଞ୍ଚଳରେ ରିଲିଫ୍ କାର୍ଯ୍ୟ ଜାରି ରଖିଥିବା ବେଳେ ଏହି ତାଙ୍କ ଉପରକୁ ଆକ୍ରମଣ କରାଯାଇଥିବା ଜଣାପଡିଛି । ଉଲ୍ଲେଖଯୋଗ୍ୟ ଯେ, ଇଶଫାକ୍ ହେଉଛନ୍ତି କୁପୱାରା ଜିଲ୍ଲା ବିଜେପି ସଭାପତି ମହମ୍ମଦ ଶଫିଙ୍କ ପୁଅ ।

Get real time updates directly on you device, subscribe now.