fbpx

ଚିନ୍ତା ବଢ଼ାଇଛି ମଙ୍କିପକ୍ସ ଭାଇରସ୍: ସଂର୍ସ୍ପଶରେ ଆସିବା ମାତ୍ରେ ଶରୀରରେ ହେଉଛି ଫୋଟକା

ନୂଆଦିଲ୍ଲୀ: କରୋନା ମହାମାରୀ ସାରା ବିଶ୍ୱରେ ଆତଙ୍କ ଖେଳାଇଥିବା ବେଳେ ଏବେ ଆମେରିକାରେ ଆଉ ଏକ ନୁତନ ଭାଇରସ୍ ଦେଖିବାକୁ ମିଳିଛି । ଟେକ୍ସାସ୍ ରେ ଜଣେ ରୋଗୀଙ୍କ ଠାରେ ଲପରି ଏକ ଲକ୍ଷଣ ଦେଖିବାକୁ ମିଳିଛି ଯାହା ଏବେ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କୁ ଚିନ୍ତାରେ ପକାଇଦେଇଛି । ରୋଗୀର ଶରୀରରେ ବଡ଼ ବଡ଼ ଫୋଟକା (ମଙ୍କିପକ୍ସ ଭାଇରସ୍) ଭଳି ବାହାରିଥିବା ଦେଖିବାକୁ ମିଳିଛି । ରୋଗ ନିୟନ୍ତ୍ରଣ ଓ ନିରାକରଣ କେନ୍ଦ୍ର(ସିଡିସି) ଏନେଇ କହିଛନ୍ତି ଯେ, ଏହା ହେଉଛି ରାଜ୍ୟରେ ପ୍ରଥମ ମାମଲା ।

ସୂଚନା ଅନୁଯାୟୀ, କିଛି ଦିନ ତଳେ ଆମରିକାର ଜଣେ ନାଗରିକ ନାଇଜେରିଆ ଯାତ୍ରାରେ ଯାଇଥିଲେ । ସେଠାରୁ ଗତ ଦୁଇ ଦିନ ପୁର୍ବେ ଟେକ୍ସାସ୍ କୁ ଫେରିଥିଲେ । ଆଉ ଫେରିବା ପରେ ଏହି ଭାଇରସ୍ ଦ୍ୱାରା ଏହି ବ୍ୟକ୍ତି ଜଣକ ଆକ୍ରାନ୍ତ ହୋଇଛନ୍ତି । ବର୍ତ୍ତମାନ ତାଙ୍କୁ ଡଲାସ୍ ସ୍ଥିତ ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏନେଇ ଡାକ୍ତରମାନେ କହିଛନ୍ତି ଯେ, ଏହି ମାମଲା ସମସ୍ତଙ୍କ ପାଇର୍ ଦୁର୍ଲଭ । ତେବେ ଏହାକୁ ନେଇ ଗମ୍ଭୀର ହେବାର ଆବଶ୍ୟକତା ନାହିଁ ।

ସିଡିସି ଅନୁସାରେ, ନାଇଜେରିଆ ବ୍ୟତୀତ ୧୯୭୦ ମସିହାରେ ଆଫ୍ରିକାରେ ଏହି ପ୍ରକାର ଭାଇରସ୍ ର ପ୍ରକୋପ ଦେଖିବାକୁ ମିଳିଥିଲା । ଆଫ୍ରିକାରେ ଅନେକ ନାଗରିକ ଏହା କବଳରେ ଆସିଯାଇଥିଲେ । ସେହିପରି ୨୦୦୩ରେ ମଧ୍ୟ ଏହା ଆମେରିକାରେ ଲୋକଙ୍କୁ ଖୁବ୍ ହନ୍ତସନ୍ତ କରିଥିଲା ।

Get real time updates directly on you device, subscribe now.