fbpx
BSKY SKY
BSKY SKY

କଣ ଏହି ୨୦-୨୦-୨୦ ନିୟମ, ଯାହା ମୋବାଇଲ୍ ଓ ଲାପଟପ୍ ବ୍ୟବହାରକାରୀଙ୍କ ଆଖିରେ ଦେଖାଦେଉଥିବା ସମସ୍ୟାରୁ ବଞ୍ଚାଇବ?

BSKY

ଓଡ଼ିଶା ଭାସ୍କର ବ୍ୟୁରୋ: କରୋନା ମହାମାରୀ କାଳରେ ମୋବାଇଲ୍ ଏବଂ ଲାପଟପ୍ ବ୍ୟବହାରକାରୀଙ୍କ ସଂଖ୍ୟା ବଢ଼ିଯାଇଛି । ଏହି ସମୟରେ କିଏ ଘରେ ରହି କାମ କରୁଛନ୍ତି ତ ପିଲା ମାନେ ସେମାନଙ୍କର ଘରେ ବସି ଅନଲାଇନ୍ କ୍ଲାସ୍ କରୁଛନ୍ତି । ତେଣୁ ଲାପଟପ୍ ଏବଂ ମୋବାଇଲ୍ ରୁ ବାହାରୁଥିବା ଲାଇଟ୍ ରେ ଆଖିରେ ନିୟମିତ ପଡ଼ିବା ଫଳରେ ଆଖିରେ ଅନେକ ପ୍ରକାରର ସମସ୍ୟା ଦେଖିବାକୁ ମିଳୁଛି । ପିଲାମାନଙ୍କ କ୍ଲାସ୍ ସମୟ ଅଧିକ ରହୁଥିବାରୁ ସେମାନେ ଅନେକ ସମୟ ପର୍ଯ୍ୟନ୍ତ ସ୍କ୍ରିନ୍ ସାମନାରେ ରହୁଛନ୍ତି । ଏଭଳି ପରିସ୍ଥିତିରେ ଲୋକମାନଙ୍କ ଠାରେ ଡିଜିଟାଲ୍ ଆଇ ସ୍କ୍ରିନ୍ ଭଳି କେସ୍ ବି ସାମନାକୁ ଆସିଛି ।

ତେବେ ଯେଉଁଭଳି ଆପଣମାନେ କାମ ଏବଂ ଅନଲାଇନ୍ କ୍ଲାସ୍ କରିବା ଉପରେ ଧ୍ୟାନ ଦେଉଛନ୍ତି ଠିକ୍ ସେହିଭଳି ଆପଣଙ୍କର ଆଖି ଉପରେ ବି ଧ୍ୟାନ ଦେବା ନିହାତି ଆବଶ୍ୟକ । ଆଖିରେ ଦେଖାଦେଉଥିବା ସମସ୍ୟାକୁ ବେଖାତିର କରିବା ଆଦୌ ଉଚିତ୍ ନୁହେଁ । ତେଣୁ ଆପଣ ମାନେ ଯଦି ଅଧିକ ସମୟ ପର୍ଯ୍ୟନ୍ତ ମୋବାଇଲ୍ ଏବଂ ଲାପଟପ୍ ରେ ସମୟ ବିତାଉଛନ୍ତି ତେବେ ୨୦-୨୦-୨୦ ନିୟମକୁ ପାଳନ କରନ୍ତୁ । ଏନେଇ ଡାକ୍ତର ମାନେ ବି ପରାମର୍ଶ ଦେଇ ଆସୁଛନ୍ତି । ତେବେ କଣ ଏହି ୨୦-୨୦-୨୦ ନିୟମ ଚାଲନ୍ତୁ ଜାଣିବା ।

ଦିଲ୍ଲୀର ସାର୍ପ ସାଇଟ୍ ଆଇ ହସ୍ପିଟାଲର ସିନିୟର୍ କନ୍ସଲଟାଣ୍ଟ ଡାକ୍ତର ଅଞ୍ଜନୀ ଖନ୍ନା କହିଛନ୍ତି ଯେ, ଯଦି ଆପଣ ଲଗାତର ୨୦ ମିନିଟ୍ ପର୍ଯ୍ୟନ୍ତ ସ୍କ୍ରିନ୍ ରେ ବସି କାମ କରୁଛନ୍ତି ତେବେ ଆଗାମୀ ୨୦ ମିନିଟ୍ ପର୍ଯ୍ୟନ୍ତ ଆଖିକୁ ରେଷ୍ଟ ଦେବା ଦରକାର । ଏଥିପାଇଁ ଆପଣ ୨୦ ମିନିଯ୍ ସ୍କ୍ରିନ୍ କୁ ଦେଖିବାପରେ ୨୦ ଫୁଟ୍ ଦୂରରେ ରହି ସ୍କ୍ରିନ୍ କୁ ଦେଖନ୍ତୁ ଏବଂ ୨୦ ସେକେଣ୍ଡର ବ୍ରେକ୍ ନିଅନ୍ତୁ । ଏହାପରେ ପୁଣି ଆସି କାମ କରନ୍ତୁ । ଏହା ବ୍ୟତୀତ ବାରମ୍ବାର ଆଖି ପଲକ ପକାନ୍ତୁ । ଏପରି କରିବା ଦ୍ୱାରା ଆଖିକୁ ଅନେକ ଫାଇଦା ମିଳିଥାଏ ।

Get real time updates directly on you device, subscribe now.