fbpx

ଶାଶୂ-ବୋହୂଙ୍କ ଝଗଡ଼ା, ମାଆର ପୁଅକୁ ଚାପୁଡ଼ା: ସନ୍ତାନର ମୃତ୍ୟୁ ସହ୍ୟ କରି ନପାରି ଆତ୍ମହତ୍ୟା କଲେ ମହିଳା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କୁଆଯାଏ ମାଆ ଦୁନିଆର ସବୁଠାରୁ ମୂଲ୍ୟବାନ ଶବ୍ଦ ଓ ଅନୁଭବ । ମାତ୍ର ଏହା ଆଜିକାଲିର ମିଛ ଦୁନିଆରେ ଭୁଲ୍ ସାବ୍ୟସ୍ତ ହୋଇଛି । ନିଜ ସନ୍ତାନକୁ ବିପଦରୁ ରକ୍ଷା କରିବା ପାଇଁ ଯେଉଁ ମାଆ ଦୁନିଆର ସମସ୍ତ ଶକ୍ତି ସହ ଲଢ଼େଇ କରିପାରେ, ସେଇ ମାଆର ଆକ୍ରମଣରେ ଆଜି ଗୋଟିଏ ସନ୍ତାନର ଜୀବନର ଦୀପ ସବୁଦିନ ପାଇଁ ଲିଭି ଯାଇଛି ।

ନୟାଗଡ଼ର ଜିଲ୍ଲା ଇଟାମାଟି ଥାନା ଅନ୍ତର୍ଗତ ଶଙ୍ଖେଇ ଗ୍ରାମରେ ଜଣେ ମାଆଙ୍କ ହିଂସ୍ରରୂପ ଦେଖିବାକୁ ମିଳିଛି । ମହିଳାଙ୍କ ଚାପୁଡ଼ାରେ ତାଙ୍କ ପୁଅର ମୃତ୍ୟୁ ହୋଇଛି । ତେବେ ପରେ ମହିଳା ଜଣଙ୍କ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା କୁହାଯାଉଛି । ଶାଶୂ ଓ ବୋହୂଙ୍କ ମଧ୍ୟରେ ଲାଗିଥିବା ପାରିବାରିକ କଳହର ପରିଣତିସ୍ୱରୂପ ଶେଷରେ ବଳି ପଡ଼ିଛି ଗୋଟିଏ ୭ ବର୍ଷର ନିରୀହ ବାଳକ । ଖବର ପାଇଁ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ବ୍ୟବେଚ୍ଛଦ ନିମନ୍ତେ ପଠାଇଥିବା ଜଣାପଡ଼ିଛି । ସୂଚନାଯୋଗ୍ୟ ଯେ, ଦୁଇଦିନ ତଳେ କନ୍ଧମାଳରେ ଜଣେ ମାଆଙ୍କର ବର୍ବରକାଣ୍ଡ ଦେଖିବାକୁ ମିଳିଥିଲା । ଭାଗ୍ୟଲକ୍ଷ୍ମୀ ନାମକ ଜଣେ ମହିଳା ପାରିବାରିକ କଳହକୁ ନେଇ କ୍ରୋଧରେ ନିଜର ଦୁଇ ସନ୍ତାନଙ୍କୁ କୂଅକୁ ଠେଲି ହତ୍ୟା କରିଥିଲା । ଏହି କାଣ୍ଡ ଘଟାଇବା ପରେ ମହିଳା ଜଣଙ୍କ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ଅଳ୍ପକେ ବର୍ତ୍ତି ଯାଇଥିଲେ ।

Get real time updates directly on you device, subscribe now.