fbpx

ଭୁଲରେ ଆଉ କାହା ଆକାଉଣ୍ଟକୁ ଟଙ୍କା ଚାଲିଗଲା କି? ତୁରନ୍ତ ଫେରିପାଇବେ, କରନ୍ତୁ ଏହି କାମ

ନୂଆଦିଲ୍ଲୀ: ଅନେକ ଥର ବ୍ୟାଙ୍କ ଆକାଉଣ୍ଟରୁ ଭୁଲ ଆକାଉଣ୍ଟକୁ କିମ୍ବା ଗୋଟିଏ ଆକାଉଣ୍ଟରୁ ଅନ୍ୟ ବ୍ୟାଙ୍କ ଆକାଉଣ୍ଟକୁ ଭୁଲବଶତଃ ଟଙ୍କା ଟ୍ରାନ୍ସଫର ହୋଇଯାଇଥାଏ। ବେଳେବେଳେ ବ୍ୟାଙ୍କିଙ୍ଗ୍ ଠକେଇରେ ମଧ୍ୟ ଏହା ଘଟେ । କିନ୍ତୁ ବର୍ତ୍ତମାନ ୟୁପିଏ, ନେଟ୍ ବ୍ୟାଙ୍କିଙ୍ଗ୍, ମୋବାଇଲ୍ ୱାଲେଟ୍ ବ୍ୟାଙ୍କିଙ୍ଗ୍ କାରବାର ସହ ଜଡିତ ଅସୁବିଧାକୁ ବହୁ ପରିମାଣରେ ହ୍ରାସ କରିଦିଆଯାଇଛି । ବର୍ତ୍ତମାନ ଦେଣନେଣ ସୁବିଧାକୁ ଆହୁରି ସୁଲଭ କରିଦିଆଯାଇଛି ।

ବ୍ୟାଙ୍କିଙ୍ଗ ସୁବିଧାକୁ ସହଜ କରିବା ପାଇଁ ଅନେକ ନୂତନ ପ୍ରଯୁକ୍ତିବିଦ୍ୟା ଗ୍ରହଣ କରାଯାଇଛି । କିନ୍ତୁ ଏଥିରେ ଅନେକ କିଛି ସମସ୍ୟା ମଧ୍ୟ ରହିଛି । ଉଦାହରଣ ସ୍ୱରୂପ, ଯଦି ଆପଣ ହଠାତ୍ ଅନ୍ୟ ଜଣଙ୍କ ଆକାଉଣ୍ଟକୁ ଭୁଲ୍ ରେ ଟଙ୍କା ପଠାଇଦେଇଥାନ୍ତି ତେବେ ଆପଣ କ’ଣ କରିବେ? କିପରି ସେହି ଟଙ୍କା ଫେରସ୍ତ ପାଇବେ? ଆପଣ ମାନେ ନିଶ୍ଚିତ ଭାବରେ ଏହିଭଳି କିଛି ଭୁଲ୍ କରିଥିବେ । ତେବେ ଚାଲନ୍ତୁ ଜାଣିବା ଏହି ପରିସ୍ଥିତିରେ କଣ କରିବେ ।

ଯେତେବେଳେ ଆପଣ ଜାଣିବେ ଯେ, ଆପଣଙ୍କ ଖାତାରୁ ଅନ୍ୟ ଜଣଙ୍କୁ ଟଙ୍କା ଭୁଲରେ ଟ୍ରାନ୍ସଫର୍ ହେହାଇଯାଇଛି ତେବେ ଆପଣ ତୁରନ୍ତ ଏନେଇ ନିଜର ବ୍ୟାଙ୍କ୍ କୁ ଜଣାନ୍ତୁ । ବ୍ୟାଙ୍କର କଷ୍ଟମର୍ କେୟାର୍ କୁ ତୁରନ୍ତ ଫୋନ୍ କରି ସବୁ କଥା ଜଣାନ୍ତୁ । ଆଉ ଯଦି ବ୍ୟାଙ୍କ୍ ଆପଣଙ୍କୁ ଇମେଲ୍ ମାଧ୍ୟମରେ ସମସ୍ତ ତଥ୍ୟ ଦେବାକୁ କୁହେ ତେବେ ଆପଣ ସେଥିରେ ନିଜର ଭୁଲ ଟ୍ରାନଜାକ୍ସନ୍ ବିଷୟରେ ଜଣାପାରିବେ । ଏଥିରେ ଭୁଲ ଟ୍ରାନଜାକ୍ସନ୍ ସମ୍ପର୍କରେ ସବୁ ପ୍ରକାର ତଥ୍ୟ ଦେବେ ଯେପରିକି କେଉଁ ସମୟରେ ଟ୍ରାନ୍ସଫର୍ ହୋଇଥିଲା, କେତେ ଟଙ୍କା, ଉକ୍ତ ଆକାଉଣ୍ଟଧାରୀଙ୍କ ନାମ, ଆକାଉଣ୍ଟ ନମ୍ବର ଇତ୍ୟାଦି ।

ଆଉ ଯଦି ଆପଣ ଭୁଲ୍ ରେ ପଠାଇଥିବା ଆକାଉଣ୍ଟ ନମ୍ବର ଏବଂ ଆଇଏଫଏସି ନମ୍ବର ଭୁଲ୍ ଅଛି ତେବେ ଟଙ୍କା ଫେରି ଆସିବ । ଏହିଭଳି ମାମଲାରେ ବିଳମ୍ବରେ ଟଙ୍କା ଆକାଉଣ୍ଟକୁ ଫେରିଥାଏ । ଏମିତିକି ଦୁଇ ମାସ ପର୍ଯ୍ୟନ୍ତ ସମୟ ମଧ୍ୟ ଲାଗିପାରିବେ ।

Get real time updates directly on you device, subscribe now.