fbpx

ହରଭଜନଙ୍କ ‘ଫ୍ରେଣ୍ଡଶିପ୍’, ଫିଲ୍ମ ଡେବ୍ୟୁ କରିବେ ଏହି ତାରକା

ଓଡ଼ିଶା ଭାସ୍କର ବ୍ୟୁରୋ: ଭାରତୀୟ କ୍ରିକେଟ ପାଇଁ ଏକ ସ୍ପର୍ଦ୍ଧିତ ନାମ ହରଭଜନ ସିଂହ । ମହାନ ଖେଳାଳି ନିଜ ବଲ୍ ରେ ଅଫ୍ ସ୍ପିନ୍ କରି ବ୍ୟାଟ୍ସମ୍ୟାନଙ୍କୁ ଘାଇଲା କରିପାରନ୍ତି । ଏହି ଚର୍ଚ୍ଚିତ ଖେଳ ତାରକା ସମ୍ପ୍ରତି ସନେ ତାରକା ହେବାକୁ ଯାଉଛନ୍ତି । ଫିଲ୍ମ ଜଗତ ସହ ସମ୍ପୂର୍ଣ୍ଣ ବନ୍ଧୁତ୍ୱ କରିବାକୁ ଯାଉଥିବା ହରଭଜନଙ୍କ ଅଭିନୀତ ପ୍ରଥମ ଫିଲ୍ମ ନାମ ମଧ୍ୟ ରହିଛି ‘ଫ୍ରେଣ୍ଡଶିପ୍’ ।

ଟପଏଣ୍ଡ୍ ଷ୍ଟୁଡିଓଜ୍ ଲିମିଟେଡ୍ ପକ୍ଷରୁ ଫ୍ରେଣ୍ଡଶିପ୍ ଟାଇଟଲ୍ ସମ୍ପର୍କରେ ନିକଟରେ ଘୋଷଣା କରାଯାଇଥିଲା । ଯାହାର ଶୁଟିଂ ନିକଟରେ ସରିଯାଇଛି । ଆଉ ପୂରା ୟୁନିଟ୍ ଏହି ଫିଲ୍ମକୁ ନେଇ ଖୁବ୍ ଉତ୍ସାହିତ ହୋଇପଡ଼ିଛନ୍ତି । ନିର୍ମାତା କିରଣ ରେଡ୍ଡି ମଣ୍ଡାଡି ଓ ରାମ କୁଦ୍ଦୁର ଖୁବ୍ ଶୀଘ୍ର ଏହାର ଟ୍ରେଲର୍ ରିଲିଜ୍ କରିବେ ବୋଲି ଜଣାପଡ଼ିଛି । ଫାଇଟିଂ, ସସପେନ୍ସ, ସେନ୍ସେଟିଭ୍ ଆଦି ସବୁକିଛିର ଝଲକ ପାଇବେ ଏହି ଫିଲ୍ମରୁ ବୋଲି ନିର୍ମାତା ପ୍ରକାଶ କରିଛନ୍ତି । ଜନ୍ ପଲ୍ ରାଜ ଓ ଶ୍ୟାମ ସୂର୍ଯ୍ୟା ଫିଲ୍ମଟିର ନିର୍ଦ୍ଦେଶନା ଦେଇଛନ୍ତି । କ୍ରିକେଟର୍ ହରଭଜନଙ୍କ ଅଭିନୀତ ଏହି ତାମିଲ୍ ଚଳଚ୍ଚିତ୍ର ତାଙ୍କ ପ୍ରଶଂସକଙ୍କୁ ଖୁବ୍ ରୋମାଞ୍ଚ ଅନୁଭୂତି ଦେବ ବୋଲି ମଧ୍ୟ ପୂରା ଟିମ୍ ଆଶାବ୍ୟକ୍ତ କରିଛନ୍ତି ।

Get real time updates directly on you device, subscribe now.