fbpx

ସୌମ୍ୟ ଛଟପଟ ହେଉଥିବା ବେଳେ ଏଇଥିପାଇଁ ଆମ୍ବୁଲାନ୍ସ ଅଟକାଇଥିଲେ କି ଆଇଆଇସି ମମତା ପଣ୍ଡା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସହକାରୀ ବନ ସଂରକ୍ଷକ(ଏସିଏଫ୍) ସୌମ୍ୟ ମହାପାତ୍ରଙ୍କ ମୃତ୍ୟୁକୁ ନେଇ ରହିଥିବା ଗୋଟିଏ ପରେ ଗୋଟିଏ ଗୁମର ଖୋଲିବାରେ ଲାଗିଛି । ସମ୍ପୂର୍ଣ୍ଣ ମାମଲାକୁ ନେଇ ଏକାଧିକ ଘଟଣା ସାମ୍ନାକୁ ଆସୁଥିବା ବେଳେ ଆଇଆଇସି ମମତା ପଣ୍ଡାଙ୍କ ନାମ ଏହି ଧାରାରେ ଯୋଡି ହୋଇଯାଇଛି । ଅଭିଯୋଗ ଆସିଛି କି ସୌମ୍ୟଙ୍କୁ ନେଇ ଯାଉଥିବା ଆମ୍ବୁଲାନ୍ସକୁ ବାଟରେ ଅଟକାଇଥିଲେ ଆଇଆଇସି । ଜଣେ ବ୍ୟକ୍ତି ମୃତ୍ୟୁ ସହ ସଂଘର୍ଷ କରୁଥିବା ବେଳେ କିଭଳି ଏବଂ କେଉଁ ପରସ୍ଥିତିରେ ଆମ୍ବୁଲାନ୍ସ ଅଟକିଥିଲା ଏହା ତଦନ୍ତଯୋଗ୍ୟ ।

ଉଲ୍ଲେଖଯୋଗ୍ୟ ଯେ, ସୋମବାର ଘଟିଥିବା ଏହି ଘଟଣାକୁ ନେଇ ଗୋଟିଏ ପରେ ଗୋଟିଏ ରହସ୍ୟ ଉପରୁ ଧୀରେ ଧୀରେ ପରଦା ଉଠିବାରେ ଲାଗିଛି । ପ୍ରଥମେ ଡିଏଫ୍ଓ ଓ ବିଦ୍ୟାଭାରତୀଙ୍କ ପରକୀୟା ପ୍ରୀତି ଠାରୁ ନେଇ ରୋଷେୟାର ସମ୍ପୃକ୍ତିକୁ ନେଇ ମଧ୍ୟ ପ୍ରଶ୍ନବାଚୀ ଆସିଥିଲା । ଆମ୍ବୁଲାନ୍ସରେ ସୌମ୍ୟଙ୍କୁ ବ୍ରହ୍ମପୁର ବଡ ମେଡିକାଲ ନିଆ ଯାଉଥିବା ସମୟରେ ପାରଳାଖେମୁଣ୍ଡି ଫରେଷ୍ଟ ଗେଟ୍ ସମ୍ମୁଖରେ ଆମ୍ବୁଲାନ୍ସ ଏକ ଘଣ୍ଟା ଅଟକି ଥିବାର ଅଭିଯୋଗ ମଧ୍ୟ ପ୍ରଥମରୁ ଆସିଥିଲା । ଜଣେ ବ୍ୟକ୍ତି ମୃତ୍ୟୁ ସହ ସଂଘର୍ଷ କରୁଥିବା ବେଳେ କିଭଳି ଏବଂ କେଉଁ ପରସ୍ଥିତିରେ ଆମ୍ବୁଲାନ୍ସ ଅଟକିଥିଲା ଏହା ତଦନ୍ତଯୋଗ୍ୟ । ସେହିପରି ଆଇଆଇସି ମମତା ପଣ୍ଡାଙ୍କ ନାମ ଏହି ମାମଲାକୁ ଆସିବା ପରେ ମାମଲାଟି ଅଧିକ ଗୋଳିଆ ହେବାରେ ଲାଗିଛି । ଗୁରୁତର ରୋଗୀଙ୍କୁ ନେଇ ଯାଉଥିବା ଆମ୍ବୁଲାନ୍ସକୁ ଆଇଆଇସି କାହିଁକି ଅଟକାଇଥିଲେ ଏହା ମଧ୍ୟ ତଦନ୍ତ ପରିସରକୁ ଆସିବା ଉଚିତ । ଏହା ସହିତ ଆମ୍ବୁଲାନ୍ସ ଚାଳକର ପ୍ରତିକ୍ରିୟା ମଧ୍ୟ ମିଳି ପାରିନାହିଁ । ତେଣୁ ଉଭୟ ଆଇଆଇସି ଓ ଆମ୍ବୁଲାନ୍ସ ଚାଳକକୁ ତଦନ୍ତ ପରିସରକୁ ଅଣାଗଲେ ଏସିଏଫ୍ ସୌମ୍ୟଙ୍କ ମୃତ୍ୟୁ ସମ୍ପର୍କିତ ଆହୁରି ଅନେକ ଗୁଢ ରହସ୍ୟ ସାମ୍ନାକୁ ଆସିବ ବୋଲି ଅନୁମାନ କରାଯାଉଛି ।

Get real time updates directly on you device, subscribe now.