fbpx

ଅଲିମ୍ପିକରେ ସେକ୍ସ ବ୍ୟାନ୍ ଅସମ୍ଭବ! ପୂର୍ବତନ ଖେଳାଳିଙ୍କ ବୟାନ୍ କଲା ତାଜୁବ୍

ନୂଆଦିଲ୍ଲୀ: ଆସନ୍ତା ୨୩ ତାରିଖରୁ ଟୋକିଓ ଅଲିମ୍ପିକ୍ ଆରମ୍ଭ ହେବାକୁ ଯାଉଛି । ତେବେ ବର୍ତ୍ତମାନ କରୋନାର ଭୟ ଦୂର ହୋଇନଥିବାରୁ ଅଲିମ୍ପିକ କମିଟି ପକ୍ଷରୁ ବିଭିନ୍ନ ପ୍ରକାର କଟକଣା ଜାରି କରାଯାଇଛି । ତେବେ ସାମାଜିକ ଦୂରତାକୁ ବଳବତ୍ତର ରଖିବା ଲକ୍ଷ୍ୟରେ କ୍ରୀଡ଼ା ଗ୍ରାମରେ ସେକ୍ସକୁ ବ୍ୟାନ କରାଯାଇଥିଲେ ମଧ୍ୟ କିଛି ପୂର୍ବତନ ଅଲିମ୍ପିଆନ୍ ସେକ୍ସ ବ୍ୟାନ୍ ଅସମ୍ଭବ ବୋଲି କହିଥିବା ଜଣାପଡ଼ିଛି ।

ତେବେ ଖେଳାଳିମାନେ ଯେପରି ସେକ୍ସ କରି ପାରିବାରେ ନାହିଁ, ସେଥିପାଇଁ ଆୟୋଜକ କମିଟି ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଇଛି । କ୍ରୀଡ଼ା ଗ୍ରାମରେ ଖେଳାଳିଙ୍କ ପାଇଁ ଆଣ୍ଟି ସେକ୍ସ ବେଡ୍ ପକାଯାଇଛି । ଏହି ବେଡଗୁଡ଼ିକ କେବଳ ଜଣେ ମାତ୍ର ଖେଳାଳିଙ୍କ ଓଜନ ବହନ କରିପାରିବା ଭଳି ବ୍ୟବସ୍ଥା କରାଯାଇଛି । ଏହି ବେଡକୁ ନେଇ ଆମେରିକାର ଜଣେ ଟପ୍ ଆଥଲେଟ୍ ଟ୍ୱିଟ୍ କରିଛନ୍ତି । ଏହି ମାମଲାକୁ ନେଇ ଜର୍ମାନର ଜଣେ ପୂର୍ବତନ ଆଥଲେଟ୍ ସୁସାନ ଟାଏଡଟକ୍ କହିଛନ୍ତି ଯେ, ଅଲିମ୍ପିକ କ୍ରୀଡ଼ା ଗ୍ରାମରେ ଯୌନ ସମ୍ପର୍କ ବ୍ୟାନ ହେବା ଅସମ୍ଭବ । ଏପରି କଟକଣା କେବେ ବି ଫଳପ୍ରଦ ହୋଇନଥାଏ ବୋଲି ସେ ବ୍ୟଙ୍ଗ କରିଛନ୍ତି । ସେକ୍ସ ସର୍ବଦା ଅଲିମ୍ପିକ ଗ୍ରାମରେ ଏକ ମୁଦ୍ଦା ଭାବେ ରହି ଆସିଛି । ଆଥଲେଟମାନେ ଅଲିମ୍ପିକରେ ସମସ୍ତ ଗେମ୍ସ ପାଇଁ କଠିନ ପ୍ରସ୍ତୁତି ସ୍ୱରୂପ କଡ଼ା ପ୍ରତିଯୋଗିତା କରିଥାନ୍ତି । ଏହାଫଳରେ ଶରୀରରୁ ଏନର୍ଜି ରିଲିଜ୍ ହୋଇଥାଏ । ଅଲିମ୍ପିକ ସମୟରେ ଅଧିକାଂଶ ସମୟରେ ପାର୍ଟି, ମଦ୍ୟପାନ ଏକ ସାଧାରଣ କଥା ବୋଲି ସେ କହିଛନ୍ତି । ଏହାଛଡ଼ା ୧୯୯୨ରେ ବାର୍ସେଲୋନା ଅଲିମ୍ପିକରେ ଯୌନ କାର୍ଯ୍ୟକଳାପ ଅତ୍ୟଧିକ ମାତ୍ରାରେ ବୃଦ୍ଧି ପାଇଥିଲା ବୋଲି କହିଛନ୍ତି ପୂର୍ବତନ ଟେବୁଲ ଟେନିସ୍ ଖେଳାଳି ମାଥ୍ୟୁ ସଇଦ । ଅଲିମ୍ପିକରେ ସେକ୍ସ ବ୍ୟାନ ଘୋଷଣା ପରେ ମଧ୍ୟ ସଚେତନତା ଉଦ୍ଦେଶ୍ୟରେ କ୍ରୀଡ଼ା ଗ୍ରାମରେ ଦେଢ଼ ଲକ୍ଷ କଣ୍ଡୋମ୍ ବଣ୍ଟନ କରାଯାଇଛି । ଏହାପୂର୍ବରୁ ୨୦୧୬ ରିୟୋ ଅଲିମ୍ପିକରେ ସାଢ଼େ ୪ ଲକ୍ଷ କଣ୍ଡୋମ୍ କ୍ରୀଡ଼ା ଗ୍ରାମରେ ବଣ୍ଟନ କରାଯାଇଥିବା ସେ ପ୍ରକାଶ କରିଛନ୍ତି ।

Get real time updates directly on you device, subscribe now.