fbpx

ପଦ ଛାଡିବାର ସଂକେତ ଦେଲେ ମୁଖ୍ୟମନ୍ତ୍ରୀ ୟେଦୁରପ୍ପା

ବେଙ୍ଗାଲୁରୁ : କର୍ଣ୍ଣାଟକରେ ପୁଣି ରାଜନୈତିକ ଅସନ୍ତୋଷ ଦେଖାଦେଇଛି । ରାଜ୍ୟରେ ନେତୃତ୍ଵ ପରିବର୍ତ୍ତନକୁ ନେଇ ଚର୍ଚ୍ଚା ଜୋର ଧରିଛି । ମୁଖ୍ୟମନ୍ତ୍ରୀ ବିଏସ ୟେଦୁରପ୍ପାଙ୍କ ପଦ ଛାଡିବାର ଆଶଙ୍କା ଏବେ ବଢିଯାଇଛି । ଏନେଇ ଖୋଦ ୟେଦୁରପ୍ପା ମୁଁହ ଖୋଲିଛନ୍ତି । ୟେଦୁରପ୍ପା କହିଛନ୍ତି, “ବିଜେପି ହାଇକମାଣ୍ଡଙ୍କ ପକ୍ଷରୁ ଜୁଲାଇ ୨୫ରେ ନିଷ୍ପତ୍ତି ନିଆଯିବ। ହାଇକମାଣ୍ଡ ଯାହା ନିଷ୍ପତ୍ତି ନେବେ ତାକୁ ସେ ଗ୍ରହଣ କରିବାକୁ ପ୍ରସ୍ତୁତ । ରାଜ୍ୟରେ ଜୁଲାଇ ୨୬ରେ ଆମ ସରକାରକୁ ଦୁଇ ବର୍ଷ ପୂରଣ ହେବାକୁ ଯାଉଛି । ଏହି ଅବସରରେ କାର୍ଯ୍ୟକ୍ରମ ଆୟୋଜନ କରାଯିବ। ଏହା ପରେ ଜାତୀୟ ସଭାପତି ଜେପି ନଡ୍ଡା ଯାହା କହିବେ ମୁଁ ଏହାର ପାଳନ କରିବି । ବିଜେପିକୁ ପୁନର୍ବାର କ୍ଷମତାକୁ ଆଣିବା ମୋର କର୍ତ୍ତବ୍ୟ”।

ଏବେ ମୁଖ୍ୟମନ୍ତ୍ରୀ ବିଏସ ୟେଦୁରପ୍ପାଙ୍କ ବୟାନରୁ ସ୍ପଷ୍ଟ ହୋଇଛି ଯେ, କର୍ଣ୍ଣାଟକରେ ବଡ ରାଜନୈତିକ ପରିବର୍ତ୍ତନ ହେବାକୁ ଯାଉଛି । ଅନେକ ମାସ ହେବ କର୍ଣ୍ଣାଟକରେ ଶାସକ ଦଳର ଏକ ବିଧାୟକ ଗୋଷ୍ଠୀଙ୍କ ମଧ୍ୟରେ ମତଭେଦ ଜାରି ରହିଛି । ଗୋଟିଏ ଗୋଷ୍ଠୀ ୟେଦୁରପ୍ପାଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଯାଉ ବୋଲି ଦାବି କରୁଛନ୍ତି। ଆଉ ବର୍ତମାନର ଏହି ଟିପ୍ପଣୀରୁ ସଫା ସଙ୍କେତ ମିଳିଛି ଯେ, କର୍ଣ୍ଣାଟକରେ ନେତୃତ୍ଵ ପରିବର୍ତ୍ତନ ଉପରେ ପାର୍ଟି ହାଇକମାଣ୍ଡ ବିଚାର କରୁଛନ୍ତି ।

 

Get real time updates directly on you device, subscribe now.