fbpx

ଜିନ୍ସ ନେଲା ଜୀବନ; ନାବାଳିକାକୁ ହତ୍ୟା କଲା ପିଶାଚ ଜେଜେବାପା

ନୂଆଦିଲ୍ଳୀ: ବିଂଶ ଶତାବ୍ଦୀରେ ପାଦ ଦେଇଥିଲେ ହେଁ ସମାଜରେ ଏବେବି ରୁଢିବାଦୀ ଲୋକଙ୍କ ସଂଖ୍ୟା କିଛି କମ ନାହିଁ । ଏଭଳି ରୁଢିବାଦୀ ମାନସିକତା ପାଇଁ ଜଣେ ୧୭ ବର୍ଷୀୟ ବାଳିକାକୁ ପ୍ରାଣ ହରାଇବାକୁ ପଡିଛି । ବାଳିକା ଜଣଙ୍କ ଜିନ୍ସ ପିନ୍ଧିବା ଭଳି ଅପରାଧ କରି ଦେଇଥିଲେ । ଯାହାକୁ କୁସଂସ୍କାର ବୋଲି ବିବେଚନା କରି ତାଙ୍କୁ ହତ୍ୟା କରିଛନ୍ତି ତାଙ୍କର ଜେଜେବାପା ଓ ଦାଦା । ଗାଁରେ ଜିନ୍ସ ପିନ୍ଧି ବୁଲିବା କାରଣରୁ ବାଳିକା ଜଣଙ୍କୁ ହତ୍ୟା କରିଥିବା ବେଳେ ମୃତ ଶରୀରକୁ ବ୍ରିଜରୁ ଫୋପାଡୁଥିବା ବେଳେ ପୋଲିସ ମୃତା ନାବାଳିକାର ଜେଜେ ଓ ଜଣେ ଅଟୋ ଡ୍ରାଇଭରକୁ ଗିରଫ କରିଛି ।

ଉତ୍ତର ପ୍ରଦେଶର ଦେବାରିୟା ଜିଲ୍ଲାରେ ଏଭଳି ଘଟଣା ଘଟିଛି । ଗୁରୁବାର ମଉଦିହ ପୋଲିସ ଥାନାରେ ଏହି ଘଟଣା ନେଇ ଅଭିଯୋଗ କରାଯାଇଛି । ୧୭ ବର୍ଷୀୟା ଏହି ବାଳିକା ଜଣଙ୍କ ଲୁଧିଆନାରେ ନିଜ ପରିବାର ସହିତ ବାସ କରେ । ଗାଁକୁ ଫେରିବା ପରେ ଜିନ୍ସ ପିନ୍ଧିବା ପାଇଁ ବାରଣ କରିଥିଲେ ଜେଜେ ବାପା । ଏ ନେଇ ସୋମବାର ଦିନ ଯୁବତୀଙ୍କୁ ଚେତାବନୀ ମଧ୍ୟ ମିଳିଥିଲା । ତେବେ ଗୁରୁବାର ମୃତକ ଜଣଙ୍କ ପୁନର୍ବାର ଜିନ୍ସ ପିନ୍ଧିବା ପରେ ଜେଜେ ବାପା ଓ ଦାଦା ତାଙ୍କୁ ପିଟି ପିଟି ହତ୍ୟା କରିଛନ୍ତି । ହତ୍ୟା ପରେ ଶବକୁ ବ୍ରିଜ ଉପରୁ ଫୋପାଡିବାକୁ ପ୍ରୟାସ କରୁଥିବା ସମୟରେ ଜେଜେ ବାପା ଓ ଅଟୋ ଡ୍ରାଇଭରକୁ ଗିରଫ କରାଯାଇଥିଲା ।

Get real time updates directly on you device, subscribe now.