fbpx

ବରକୁ ଧରି ଛୁ ମାରିଲା ଘୋଡ଼ା, ତା’ ପରେ…

ନୂଆଦିଲ୍ଲୀ: ଅନେକ ସମୟରେ ବାହଘରରେ ଘଟୁଥିବା ବିଭିନ୍ନ ମଜାଦାର ଘଟଣା ସାମ୍ନାକୁ ଆସିଥାଏ । ଏହି ଅଜବ ଗଜବ ଘଟଣା ସୋସିଆଲ ମିଡିଆରେ ଭାଇରାଲ ହୋଇଥାଏ । ଯାହାକୁ ଦେଖି ଅନେକ ନିଜର ହସ ରୋକି ପାରିନଥାନ୍ତି । ସେହିଭଳି ଏକ ଘଟଣା ଦେଖିବାକୁ ମିଳିଛି ରାଜସ୍ଥାନର ଅଜମେରରେ, ଯେଉଁଠି ଘୋଡ଼ା ଉପରେ ବସିଥିବା ବରକୁ ନେଇ କିପରି ଘୋଡ଼ା ପଳାଇଯାଉଛି ଆଉ ତାଙ୍କୁ ଅଟକାଇବାକୁ ପଛେ ପଛେ ବରଯାତ୍ରୀ ମଧ୍ୟ ଦୌଡୁଛନ୍ତି । ତାହାର ଭିଡିଓ ଭାଇରାଲ ହେବାରେ ଲାଗିଛି ।

ଏହି ଘଟଣା ଅଜମେର ନସୀରାବାଦର ଏଠାରେ ରାମପୁରା ଗ୍ରାମରୁ ଧୁମଧାମରେ ବରଯାତ୍ରୀ ଯାତ୍ରା ଆରମ୍ଭ କରିଥିଲେ । ସେହି ସମୟରେ ହଠାତ୍ ବାଣର ଶବ୍ଦ ଶୁଣି ଚମକି ପଡ଼ିଥିଲା ଘୋଡ଼ା ଆଉ ବରକୁ ଧରି ଦୋଡ଼ିଥିଲା । ଏହା ଦେଖି ବରଯାତ୍ରୀ ମଧ୍ୟ ତାଙ୍କ ପଛେ ପଛେ ଘୋଡ଼ାକୁ ଅଟକାଇବାକୁ ଦୌଡ଼ିଥିଲେ । ପ୍ରାୟ ୪ କିମି ଦୌଡ଼ି ଅଟକାଇଥିଲେ ଘୋଡ଼ାକୁ । ତେବେ ସୌଭାଗ୍ୟବଶତଃ ଏଥିରେ କୋଣସି ଦୁର୍ଘଟଣା ଘଟିନାହିଁ । ଏହି ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ଲୋକେ ଏହାକୁ ମଜାଦାର କହିବା ସହ ତାଙ୍କର ପ୍ରତିକ୍ରିୟା ମଧ୍ୟ ରଖିଛନ୍ତି ।

 

Get real time updates directly on you device, subscribe now.