ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମଣ ଓ ମୃତ୍ୟୁହାର ଉପର-ତଳ ହେବାରେ ଲାଗିଛି । କିଛିଦିନ ଧରି ଦୈନିକ ମୃତ୍ୟୁସଂଖ୍ୟା ହଜାରେ ତଳେ ରହିବା ପରେ ପୁଣି ଗୋଟିଏ ଦିନ ୪ ହଜାର ପାଖାପାଖି ପହଞ୍ଚିଥିବା ଦେଖାଦେଇଥିଲା । ତେବେ ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାରେ ୫୪୬ ଜଣଙ୍କ ମୃତ୍ୟୁ ଘଟିଛି । ଏହାଫଳରେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୨୦ ହଜାର ୧୬ କୁ ବୃଦ୍ଧି ପାଇଛି । ଦିନକରେ ୩୯ ହଜାର ୯୭ ଜଣ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି ।
ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ କୋଟି ୧୩ ଲକ୍ଷ ୩୨ ହଜାର ୧୫୯କୁ ବୃଦ୍ଧି ପାଇଛି । ତେବେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୪ ଲକ୍ଷ ୮ ହଜାର ୯୭୭ ଜଣ ରହିଥିବା ବେଳେ ସୁସ୍ଥ ସଂଖ୍ୟା ୩ କୋଟି ୫ ଲକ୍ଷ ୩ ହଜାର ୧୬୬କୁ ବୃଦ୍ଧି ପାଇଛି । କାଲି ସୁଦ୍ଧା ୪୨ କୋଟି ୭୮ ଲକ୍ଷ ୮୨ ହଜାର ୨୬୧ ଡୋଜ ଟିକା ଦିଆଯାଇଛି । କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି ।