fbpx

ବଡ଼ଦାଣ୍ଡରୁ ହଟିଲା କର୍ଫ୍ୟୁ, ନୀଳାଚଳ ଅବଢ଼ା ପାଇଁ ଜମିଲା ଭକ୍ତଙ୍କ ଭିଡ଼

ପୁରୀ(ଓଡ଼ିଶା ଭାସ୍କର): ରଥଯାତ୍ରା ପରେ ପୁରୀ ବଡ଼ଦାଣ୍ଡରୁ କର୍ଫ୍ୟୁ କଟକଣାକୁ ହଟାଯାଇଛି । କର୍ଫ୍ୟୁ ସହିତ ସମସ୍ତ ପ୍ରକାର କଟକଣାକୁ ହଟାଇଛି ପ୍ରଶାସନ । ଫଳରେ ଶ୍ରୀମନ୍ଦିର ସାମ୍ନାରେ ଶ୍ରଦ୍ଧାଳୁଙ୍କ ଗହଳିଚହଳି ଲାଗିରହିଛି । ପତିତପାବନଙ୍କୁ ଦର୍ଶନ କରି ଆଶିଷ ନେଉଛନ୍ତି ଭକ୍ତ ।

ଏହା ସହ ତିନି ରଥରୁ ସାରଥୀ ଓ ଘୋଡା ଖୋଲାସରିଛି । ଆଜି ନୀଳାଚଳ ଅବଢ଼ା ପାଇଁ ଅବଢା ଯୋଗାଇବା ପାଇଁ ସୁବନ୍ଦୋବସ୍ତ କରାଯାଇଛି । କେବଳ ଉତ୍ତର ଦ୍ୱାରରେ ଟୋକନ ଜରିଆରେ ଶ୍ରଦ୍ଧାଳୁମାନେ ମହାପ୍ରସାଦ ପାଇବେ ।

Get real time updates directly on you device, subscribe now.