fbpx
BJD
BJD SKY
BJD SKY

ଦେଶରେ ୨୪ ଘଣ୍ଟାରେ କୋରୋନା ନେଲା ୫୪୬ ଜୀବନ

ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମଣ ଓ ମୃତ୍ୟୁହାର ଉପର-ତଳ ହେବାରେ ଲାଗିଛି । କିଛିଦିନ ଧରି ଦୈନିକ ମୃତ୍ୟୁସଂଖ୍ୟା ହଜାରେ ତଳେ ରହିବା ପରେ ପୁଣି ଗୋଟିଏ ଦିନ ୪ ହଜାର ପାଖାପାଖି ପହଞ୍ଚିଥିବା ଦେଖାଦେଇଥିଲା ।  ତେବେ ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାରେ ୫୪୬  ଜଣଙ୍କ ମୃତ୍ୟୁ ଘଟିଛି । ଏହାଫଳରେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୨୦ ହଜାର ୧୬ କୁ ବୃଦ୍ଧି ପାଇଛି । ଦିନକରେ ୩୯ ହଜାର ୯୭ ଜଣ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି ।

ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ କୋଟି ୧୩ ଲକ୍ଷ ୩୨ ହଜାର ୧୫୯କୁ ବୃଦ୍ଧି ପାଇଛି  । ତେବେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୪ ଲକ୍ଷ ୮ ହଜାର ୯୭୭ ଜଣ ରହିଥିବା ବେଳେ ସୁସ୍ଥ ସଂଖ୍ୟା ୩ କୋଟି ୫ ଲକ୍ଷ ୩ ହଜାର ୧୬୬କୁ ବୃଦ୍ଧି ପାଇଛି  । କାଲି ସୁଦ୍ଧା ୪୨ କୋଟି ୭୮ ଲକ୍ଷ ୮୨ ହଜାର ୨୬୧ ଡୋଜ ଟିକା ଦିଆଯାଇଛି  । କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି  ।

Get real time updates directly on you device, subscribe now.