fbpx

ବିରଳ ରୋଗ କୋଲ୍ଡ ଆଗ୍ଲୁଟାଇନିନ୍, ହଳଦିଆ ପଡ଼ିଯାଏ ଜିଭର ରଙ୍ଗ

ନୂଆଦିଲ୍ଲୀ: ବିରଳ ରୋଗରେ ଆକ୍ରାନ୍ତ ୧୨ ବର୍ଷର ବାଳକ । ଉକ୍ତ ବାଳକଙ୍କ ପ୍ରଥମେ ଜିଭ ହଳଦିଆ ପଡ଼ିଯାଇଥିଲା ଏବଂ ତାଙ୍କୁ ପରୀକ୍ଷା କରାଯିବା ପରେ ତାଙ୍କର ଏକ ବିରଳ ରୋଗ ହୋଇଥିବା ଜଣାପଡ଼ିଥିଲା । ଏହି ରୋଗରେ ଶରୀରର ରୋଗପ୍ରତିରୋଧକ ଶକ୍ତ ହିଁ ଶରୀରର ରକ୍ତକୋଶିକା ଗୁଡ଼ିକୁ ଆକ୍ରମଣ କରିଥାଏ ଏବଂ ଏହାକୁ ନଷ୍ଟ କରିଦେଇଥାଏ ।

ନ୍ୟୁ ଇଂଲଣ୍ଡ ଜର୍ଣ୍ଣାଲ ଅଫ୍ ମେଡିସିନରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ କିଛି ଦିନ ହେବ ବାଳକ ଜଣକ ଗଳାରେ ଯନ୍ତ୍ରଣା, ଗାଢ଼ ବର୍ଣ୍ଣର ପରିସ୍ରା ହେବା, ହାତ ଗୋଡ଼ ବିନ୍ଧା ହେବା ଚର୍ମ ମଳିନ ପଡ଼ିଯିବା ଭଳି ଲକ୍ଷଣରେ ପିଡ଼ୀତ ଥିଲେ । ପ୍ରଥମେ ଡାକ୍ତର ଏହାକୁ ଜଣ୍ଡିସ୍ ବୋଲି କହିଥିଲେ ବି’ ତାଙ୍କର ହଳଦିଆ ଜିଭକୁ ନେଇ ଚିନ୍ତିିତ ଥିଲେ । ପରେ କିଛି ପରୀକ୍ଷା କରିବା ପରେ ସମାନେ ଜାଣିବାକୁ ପାଇଥିଲେ ତାଙ୍କୁ ଆନିମିଆ ହୋଇଛି ଏହା ସହ ଏପ୍ସଟାଇନବାର ଭାଇରସରେ ମଧ୍ୟ ସଂକ୍ରମିତ ଅଛନ୍ତି ।

ସମସ୍ତ ପରୀକ୍ଷା ପରେ ବାଳକ ଜଣକ ବିରଳ କୋଲ୍ଡ ଆଗ୍ଲୁଟାଇନିନ୍ ରୋଗରେ ଆକ୍ରାନ୍ତ ହୋଇଥିବା ନେଇ ଜଣାପଡ଼ିଥିଲା । ଏହି ରୋଗରେ ଶରୀରର ରୋଗପ୍ରତିରୋଧକ ଶକ୍ତ ହିଁ ଶରୀରର ରକ୍ତକୋଶିକା ଗୁଡ଼ିକୁ ଆକ୍ରମଣ କରିଥାଏ ଏବଂ ଏହାକୁ ନଷ୍ଟ କରିଦେଇଥାଏ । ତେବେ ଏହି ରୋଗ ଅତ୍ୟଧିକ ଥଣ୍ଡା କାରଣରୁ ହୋଇଥାଏ । ବାଳକ ଜଣକ ଏପ୍ସଟାଇନବାର ଭାଇରସରେ ସଂକ୍ରମିତ ହୋଇଥିବା ଯୋଗୁଁ ଏହି ରୋଗର ସଂସ୍ପର୍ଶ ଆସିଥିବା ନେଇ ଡାକ୍ତର ସନ୍ଦେହ କରୁଛନ୍ତି ।

ଜାତୀୟ ସ୍ୱାସ୍ଥ୍ୟ ପ୍ରତିଷ୍ଠାନ ଅନୁଯାୟୀ ଏହା ଯୋଗୁ ଆନିମିଆ ରୋଗ ହୋଇଥାଏ । ଏବଂ ରକ୍ତକୋଶିକା ଗୁଡ଼ିକୁ ତୀବ୍ର ଭାବରେ ନଷ୍ଟ କରିଦେଇଥାଏ । ଫଳରେ ଜଣ୍ଡିସ ମଧ୍ୟ ହେବାର ସମ୍ଭାବନା ରହିଛି । ତେବେ ରକ୍ତଦେବା ଏବଂ ବାଳକର ଚିକିତ୍ସା କରାଯିବା ପରେ ପ୍ରାୟ ଦେଢ଼ ମାସ ପରେ ସେ ସୁସ୍ଥ ହୋଇଥିଲେ ।

Get real time updates directly on you device, subscribe now.