fbpx

ପର୍ଣ୍ଣ ସାଇଟରେ ମଡେଲ୍‌ଙ୍କ ଅର୍ଦ୍ଧନଗ୍ନ ଫଟୋ ଭାଇରାଲ ମାମଲା: ୨ ଜଣ ଗିରଫ, ଜଣେ ଫେରାର

କୋଲକାତା,(ଭାସ୍କର ନ୍ୟୁଜ୍): ପର୍ଣ୍ଣ ସାଇଟରେ ଜଣେ ଯୁବତୀଙ୍କ ଅର୍ଦ୍ଧନଗ୍ନ ଫଟୋ ଭାଇରାଲ ହୋଇଛି । ଜଣେ ମଡେଲଙ୍କ ଫଟୋ ପର୍ଣ୍ଣ ସାଇଟରେ ଭାଇରାଲ କରିଦେବା ଅଭିଯୋଗରେ ଜଣେ ମହିଳା ସହ ଦୁଇଜଣଙ୍କୁ ବିଧାନନଗର ସାଇବର ଥାନା ପୁଲିସ ଗିରଫ କରିଛି । ଏଭଳି ଭାଇରାଲ କରିବାର ଉଦ୍ଦେଶ୍ୟ କ’ଣ ତାହାର ଅନୁଧ୍ୟାନ କରୁଛି ପୁଲିସ ।

ସମ୍ପୃକ୍ତ ମଡେଲଙ୍କ ଅଭିଯୋଗ ଅନୁସାରେ, ତାଙ୍କୁ ଫଟୋ ସୁଟିଂର ପ୍ରତିଶ୍ରୁତି ଦେଇ ଦମଦମର ବାସିନ୍ଦା ଜୟଶ୍ରୀ ମିତ୍ର ଓ ରାଣାଘାଟ ବାସିନ୍ଦା ପ୍ରତାପ ଘୋଷ ସଲ୍ଟଲେକର ଏକ ଷ୍ଟୁଡିଓକୁ ନେଇଥିଲେ । ସେଠାରେ ତାଙ୍କର ଅର୍ଦ୍ଧନଗ୍ନ ଫଟୋ ଉଠାଇଥିଲେ । କିଛି ଦିନ ପରେ ଏହି ଫଟୋ ବିଭିନ୍ନ ପର୍ଣ୍ଣ ସାଇଟ ଓ ନେଟ୍‌ ମାଧ୍ୟମରେ ଭାଇରାଲ ହୋଇଛି । କିନ୍ତୁ ଫଟୋ ସୁଟିଂ ସମୟରେ ଏପରି କୌଣସି ସର୍ତ୍ତ ନଥିଲା । ସେମାନେ ଇଚ୍ଛାକୃତ ଭାବେ ଏଭଳି ଭାଇରାଲ କରିଦେଇଛନ୍ତି । ଏ ସମ୍ପର୍କରେ ସେ ଶନିବାର ପୁଲିସର ଦ୍ୱାରସ୍ଥ ହୋଇଥିଲେ । ବିଧାନନଗର କ୍ରାଇମ୍‌ ଥାନା ପୁଲିସ ଅଭିଯୁକ୍ତ ତିନିଜଣଙ୍କ ମଧ୍ୟରୁ ଇତିମଧ୍ୟରେ ଦୁଇଜଣଙ୍କୁ ଗିରଫ କରିଛି । ଅଭିଯୁକ୍ତଦ୍ୱୟଙ୍କୁ ରବିବାର ବିଧାନନଗର ଅଦାଲତରେ ହାଜର କରାଯିବା ପରେ ବିଚାରପତି ୫ଦିନ ପାଇଁ ପୁଲିସ ହେପାଜତକୁ ପଠାଇ ଦେଇଛନ୍ତି । ପ୍ରାଥମିକ ତଦନ୍ତରୁ ଏହା ପଛରେ ଏକ ଗ୍ୟାଙ୍ଗ କାମ କରୁଛି ଓ ଅର୍ଥ ପାଇଁ ଏ ଧରଣର ପ୍ରତାରଣା ହୋଇପାରେ ନେଇ ତଦନ୍ତ କରୁଛି ପୁଲିସ ।

Get real time updates directly on you device, subscribe now.