fbpx

ପ୍ରେମିକାକୁ ମାରିବା ପରେ ଫ୍ୟାନରେ ଝୁଲି ଆତ୍ମହତ୍ୟା କଲା ପ୍ରେମିକ

ହାଇଦ୍ରାବାଦ୍: ଜଣେ ବ୍ୟକ୍ତି ନିଜ ଗର୍ଲଫ୍ରେଣ୍ଡକୁ ମାରିବା ପରେ ଫ୍ୟାନ୍ ରେ ଝୁଲି ଆତ୍ମହତ୍ୟା କରିଛି । ଏହିଭଳି ଏକ ଘଟଣା ଆସିଛି ହାଇଦ୍ରାବାଦର ମାଧବପୁର ଅଞ୍ଚଳରୁ । ପୋଲିସ୍ କହିବା ମୁତାବକ, ଏହା ଏକ ପ୍ରିମିୟମ୍ ହୋଟେଲରେ ଗୁରୁବାର ଦିନ ସନ୍ଧ୍ୟାରେ ଘଟିଛି । ମୃତ ଯୁବତୀଙ୍କ ସନ୍ତୋଷୀ ହୋଇଥିବା ବେଳେ ଅଭିଯୁକ୍ତ ବୟଫ୍ରେଣ୍ଡଙ୍କ ନାଁ ଜି ରାମୁଲୁ(୨୫) । ସେମାନେ ବୁଧବାର ଦିନ ହୋଟେଲ ରୁମ୍ ବୁକ୍ କରି ଆସିଥିଲେ ।

ତେବେ ସେମାନେ ଗୁରୁବାର ଅପରାହ୍ନରେ ହୋଟେଲ ଛାଡ଼ିଥାନ୍ତେ କିନ୍ତୁ ତାପର ଦିନ ଅର୍ଥାତ୍ ଶୁକ୍ରବାର ଦିନ ଛାଡ଼ିବେ ବୋଲି କହିଥିଲେ । ପୋଲିସ୍ କହିଛି ଯେ, ଗୁରୁବାର ଦିନ ସେମାନଙ୍କ ମଧ୍ୟରେ କୌଣସି କାରଣରୁ ନେଇ ଖୁବ୍ ଜୋରରେ ଝଗଡ଼ା ହୋଇଥିଲା । ଏହି ସମୟରେ ହୋଟେଲ୍ ର ଜଣେ ଷ୍ଟାଫ୍ ରୁମ୍ ରୁ ଖୁବ୍ ଜୋରରେ ଚିଲାଇବା ଶବ୍ଦ ଶୁଣିଥିଲେ । ଏନେଇ ସେ ହୋଟେଲ୍ ର ମ୍ୟାନେଜମେଣ୍ଟକୁ କହିବା ପରେ ସେ ଦୁହିଁଙ୍କ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ । କିନ୍ତୁ କେହି ବି ରୁମ୍ ଖୋଲିନଥିଲେ କି ଫୋନ୍ ବି ଉଠାଇନଥିଲେ ।

ଏହାପରେ ଏମରଜେନ୍ସି ଚାବି ବ୍ୟବହାର କରି ରୁମ୍ ଖୋଲାଯାଇଥିଲା । ଆଉ ଦେଖିବାକୁ ମିଳିଥିଲା ଯେ, ଯୁବତୀ ଜଣଙ୍କୁ ରୁମ୍ ରେ ମାରି ବାଥରୁମ୍ ରେ ପକାଇଦିଆଯାଇଛି । ଯାହା ଦ୍ୱାରା ବାଥରୁମ୍ ରକ୍ତ ଜୁଡ଼ୁବୁଡୁ ହୋଇରହିଛି ଏବଂ ଅନ୍ୟପଟେ ଅଭିଯୁକ୍ତ ଜଣକ ଯୁବତୀଙ୍କୁ ମାରିବାପରେ ଫ୍ୟାନରେ ନିଜେ ଝୁଲି ଆତ୍ମହତ୍ୟା କରିଛନ୍ତି ବୋଲି ପାରିପାଶ୍ୱିର୍କ ସ୍ଥିତିରୁ ଅନୁମାନ କରାଯାଉଛି । ପୋଲିସ୍ ସେମାନଙ୍କ ମୃତ ଦେହକୁ ଉକ୍ତ ରୁମ୍ ରୁ ଉଦ୍ଧାର କରି ପୋଷ୍ଟମଟମ୍ ପାଇଁ ପଠାଇଛି । କିନ୍ତୁ ଘଟଣା ପଛର କାରଣ କଣ ତାହା ଜଣାପଡ଼ିନାହିଁ ।

Get real time updates directly on you device, subscribe now.