fbpx

ଜାରି ହେଲା ଅଗଷ୍ଟ ଗାଇଡଲାଇନ୍, ଜାଣନ୍ତୁ କଣ କହିଲେ ସ୍ୱତନ୍ତ୍ର ରିଲିଫ୍ କମିଶନର୍

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ଓଡ଼ିଶାର ଅଗଷ୍ଟ ଗାଇଡଲାଇନ୍ ସମ୍ପର୍କରେ ଏସଆରସି ପ୍ରଦୀପ ଜେନା ସୁୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ସାରା ରାଜ୍ୟରେ ଦୋକାନ ବଜାର ରାତି ୮ଟା ଯାଏ ଖୋଲା ରହିବ । ଏଥିସହିତ ପ୍ରତି ଦିନ ରାତି ୮ଟାରୁ ସକାଳ ୬ଟା ଯାଏ ନାଇଟ୍ କଫ୍ୟୁ ଲାଗୁ ହେବ । ଭୁବନେଶ୍ୱର, କଟକ, ପୁରୀରେ ସପ୍ତାହାନ୍ତ ସଟଡାଉନ୍ ଜାରି ରହିବ । ଅଗଷ୍ଟ ଗାଇଡଲାଇନ୍ ରେ ରାଜ୍ୟ ସରକାର ୫୦ ପ୍ରତିଶତ ଦର୍ଶକଙ୍କ ସହିତ ସିନେମା ହଲ୍ ଓ ଥିଏଟର୍ ଖୋଲିବା ନେଇ ଅନୁମତି ଦେଇଛନ୍ତି । କିନ୍ତୁ ପ୍ରଦର୍ଶନୀ, ବାଣିଜ୍ୟିକ ମେଳା ମହୋତ୍ସବ ମଧ୍ୟ ବାରଣ ରହିବ । ଏଥିସହିତ ସମୁଦ୍ର କୂଳ ଏବଂ ପାର୍କ ଖୋଲା ରହିବ ଏବଂ ଏଠାକୁ ଆସୁଥିବା ପର୍ଯ୍ୟଟକ ମାନେ କରୋନାର ସମସ୍ତ ଗାଇଡଲାଇନ୍ ପାଳନ କରିବେ । ଖାଲି ସେତିକି ନୂହେଁ ସଫିଂ ମଲ୍ ଖୋଲିବା ନେଇ ମଧ୍ୟ ଅନୁମତି ଦିଆଯାଇଛି । କିନ୍ତୁ ଏହି ସବୁ ସ୍ଥାନରେ କରୋନା ଗାଇଡଲାଇନ୍ ପାଳନ କରିବା ବାଧ୍ୟତାମୂଳକ ରହିବ ।

ସିନେମା ହଲ୍ କିମ୍ବା ସପିଂ ମଲ୍ ଯିବାପାଇଁ ଟିକାକରଣ ସାର୍ଟିଫିକେଟ୍ ପ୍ରୁଫ୍ ରହିବା ଦରକାର । ଏନେଇ ସିନେମା ହଲ୍ ବା ସପିଂ ମଲ୍ ରେ ଥିବା କର୍ତ୍ତୃପକ୍ଷ ନିଶ୍ଚିତ କରିବେ । ପୂର୍ବରୁ ଢ଼ାବା ଏବଂ ହୋଟେଲରେ କେବଳ ପାର୍ସଲ ପାଇଁ ଅନୁମତି ଦିଆଯାଇଥିଲା । କିନ୍ତୁ ବର୍ତ୍ତମାନ ଠାରୁ ଗ୍ରାହକ ହୋଟେଲରେ ବସି ଖାଇପାରିବେ । ରେଷ୍ଟୁରାଣ୍ଟ, ବାର୍ ୫୦ ପ୍ରତିଶତ କ୍ଷମତାକୁ ନେଇ ଖୋଲି ପାରିବ ।  ତାପୁଣି ସମ୍ପୂର୍ଣ୍ଣ କୋଭିଡ୍ ନିୟମ ମାନି ସାମଜିକ ଦୂରତା ଅବଲମ୍ବନ କରି ହୋଟେଲରେ ବସି ଖାଇପାରିବେ । ଏନେଇ ଏସଆରସି ସୂଚନା ଦେଇଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଏଣିକି ସପ୍ତାହିକ ହାଟ ଖୋଲାରହିବ । ରାଜ୍ୟ ଭିତରେ ବସ୍ ଚଳାଚଳ ଜାରି ରହିବ । ନିର୍ଦ୍ଧାରିତ ସିଟ୍ ରୁ ଅଧିକ ଲୋକ ଯାଇପାରିବେ ନାହିଁ । କେହି ବି ଠିଆ ହୋଇ ଯାଇ ପାରିବେ ନାହିଁ । ଏଥିସହିତ ଯାତ୍ରା, ମୁକ୍ତାକାଶ ମଞ୍ଚ ଭଳି କାର୍ଯ୍ୟକ୍ରମ ସବୁକୁ ବି ୫୦% କ୍ଷମତାର ସହିତ ଚାଲୁ କରିପାରିବେ । କିନ୍ତୁ ବିବାହ ଏବଂ ଅନ୍ତ୍ୟୋଷ୍ଟି କ୍ରିୟା କର୍ମ ସବୁ ପୂର୍ବ କଟକଣା ଅନୁଯାୟୀ ୨୫ ଜଣଙ୍କୁ ନେଇ ହିଁ କରିବେ । ସେଥିରେ କୌଣସି ପରିବର୍ତ୍ତନ ଅଣାଯାଇନାହିଁ । ଉଦଘାଟନ, ଶିଳାନ୍ୟାସ ଆଦି କାର୍ଯ୍ୟକ୍ରମରେ ସର୍ବାଧିକ ୩୦ ଜଣ ବ୍ୟକ୍ତି ରହିପାରିବେ । ସରକାରୀ ଓ ବେସରକାରୀ ତାଲିମ ଏବଂ ପରୀକ୍ଷା ଆଦି ଚାଲୁ କରିବା ପାଇଁ ଅନୁମତି ଦିଆଯାଇଛି । ସେହିପରି ଧାର୍ମିକ ଅନୁଷ୍ଠାନ ଖୋଲିବ କି ନାହିଁ ସେ ନେଇ ପ୍ରତ୍ୟେକ ଜିଲ୍ଲାର ଜିଲ୍ଲାପାଳ ନିଷ୍ପତି ନେଇପାରିବେ ।

ସମସ୍ତ ଶିକ୍ଷାନୁଷ୍ଠାନକୁ କରୋନା ଗାଇଡଲାଇନ୍ ଅନୁସାରେ ଖୋଲିବା ନେଇ ବିଭାଗ ପକ୍ଷରୁ ନିଷ୍ପତି ନିଆଯାଇପାରିବ ବୋଲି ଏସଆରସି ସୂଚନା ଦେଇଛନ୍ତି । ଆମୋଦ ପ୍ରମୋଦ ପାର୍କ, ଦୋଳୀ, ନନ୍ଦନକାନନ ଭଳି ସ୍ଥାନ ଖୋଲାଯାଇପାରିବ । କିନ୍ତୁ ସବୁଠି ଯାତ୍ରୀଙ୍କ ସଂଖ୍ୟାକୁ ଦୃଷ୍ଟି ରଖି ଖୋଲାଯିବ । ପୂର୍ବବତ୍ ଖାଦ୍ୟ ହୋମ୍ ଡେଲିଭେରୀ ଯେପରିକି ସ୍ୱିଗି, ଜମାଟୋ କାର୍ଯ୍ୟ ଜାରି ରହିବ । ସେମାନଙ୍କ ଉପରେ କୌଣସି କଟକଣା ନାହିଁ । ନାଇଟ୍ କର୍ଫ୍ୟୁ ସମୟରେ ଜରୁରୀକାଳୀନ କାର୍ଯ୍ୟ କେବଳ ଜାରି ରହିବା ନେଇ ସୂଚନା ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର୍ ।

Get real time updates directly on you device, subscribe now.