fbpx

ରୋଷେଇ ଘରେ ଥିବା ଜିରା ବଦଳାଇପାରେ ଆପଣଙ୍କ ଭାଗ୍ୟ, ଘରେ ହେବ ଧନର ବର୍ଷା

ବାସ୍ତୁ ଶାସ୍ତ୍ରରେ ପ୍ରତ୍ୟେକ ଜିନିଷର ନିର୍ମାଣ ଓ ରକ୍ଷଣାବେକ୍ଷଣା ବିଷୟରେ ସଠିକ୍ ଦିଗ ଓ ନିୟମ କୁହାଯାଇଥାଏ । ବାସ୍ତୁଶାସ୍ତ୍ର ଦ୍ୱାରା ଆପଣ ନକାରତ୍ମକ ଶକ୍ତିରୁ ମୁକ୍ତି ପାଇବା ସହ ଜୀବନ ସହିତ ଜଡିତ କିଛି ସମସ୍ୟା ଦୂର ହେବ ଓ ସଫଳତା ପାଇବାରେ ସାହାର୍ଯ୍ୟ କରିବ । ଉଭୟ ବାସ୍ତୁ ଶାସ୍ତ୍ର ଏବଂ ଜ୍ୟୋତିଷ ଶାସ୍ତ୍ରରେ ଭାଗ୍ୟରେ ବୃଦ୍ଧି କରିବାକୁ ମସଲା ବ୍ୟବହାର କରିବାର ବିଭିନ୍ନ ଉପାୟ କୁହାଯାଇଛି । କୁହାଯାଏ ଯେ ରୋଷେଇ ଘରେ ସହଜରେ ଉପଲବ୍ଧ ମସଲା ଜିରା ପରିବାରରେ ସୁଖ ଏବଂ ସମୃଦ୍ଧତା ଆଣିଥାଏ । ଜିରାର ବ୍ୟବହାର କରି ଜୀବନର ଅନେକ ସମସ୍ୟା ଶେଷ ହୋଇଥାଏ ।

-ବାସ୍ତୁ ଶାସ୍ତ୍ରରେ ଜିରା ରାହୁ-କେତୁ ଗ୍ରହ ସହିତ ଜଡିତ ବୋଲି ବିବେଚନା କରାଯାଏ । କୁହାଯାଏ ଯେ ଏହି ଗ୍ରହଙ୍କ ଖରାପ ହେବାରୁ ବ୍ୟକ୍ତିକୁ ସାରା ଜୀବନ ଦୁଃଖର ସାମ୍ନା କରିବାକୁ ପଡ଼ିଥାଏ । ବାସ୍ତୁ ଅନୁସାରେ, ଯେଉଁ ବ୍ୟକ୍ତିଙ୍କ ଉପରେ ରାହୁ-କେତୁର ଖରାପ ଅବସ୍ଥା ଚାଲିଥାଏ, ତେବେ ସେମାନେ ଶନିବାର ଦିନ ଜିରା ଦାନ କରନ୍ତୁ ।

-ବାସ୍ତୁ ଶାସ୍ତ୍ରଙ୍କ ଅନୁସାରେ, ସୁଖ ଏବଂ ସମୃଦ୍ଧତା ହାସଲ ପାଇଁ ଶୁକ୍ରବାର ଦିନ ଦେବୀ ଲକ୍ଷ୍ମୀଙ୍କ ଛବି ଆଗରେ ଏକ ଲାଲ୍ କପଡା ବିଛାଇ ସେଥିରେ ମୁଠାଏ ଜିରା ରଖି ସେଥିରେ କିଛି ମୁଦ୍ରା ରଖନ୍ତୁ । ତା’ପରେ ଧନର ଦେବୀ ଲକ୍ଷ୍ମୀଙ୍କୁ ପୂଜା କରିବା ପରେ ଜିରା -ଟଙ୍କା ଗୁଡ଼ାନ୍ତୁ ଓ ସର୍ବଦା ଟଙ୍କା ରଖୁଥିବା ସ୍ଥାନରେ ତାହାକୁ ରଖନ୍ତୁ । କୁହାଯାଏ ଯେ, ଏପରି କରିବା ଦ୍ୱାରା ଦେବୀ ଲକ୍ଷ୍ମୀଙ୍କ ଆଶୀର୍ବାଦ ସର୍ବଦା ରହିଥାଏ ଏବଂ ଘରେ କେବେ ବି ଅର୍ଥର ଅଭାବ ହୋଇ ନଥାଏ ।

-ବାସ୍ତୁ ଶାସ୍ତ୍ରଙ୍କ ଅନୁସାରେ, ଘରେ ଥିବା ନକାରାତ୍ମକ ଶକ୍ତିକୁ ହଟାଇବା ପାଇଁ କିଛି ଜିରା ନେଇ ନିଜ ଉପରେ ବୁଲାନ୍ତୁ ଓ ପରେ ଏହାକୁ ନିଆଁରେ ପକାନ୍ତୁ । କୁହାଯାଏ ଯେ, ଏପରି କରିବାକୁ ଦ୍ୱାରା ଘରେ ସକରାତ୍ମକ ଶକ୍ତି ପ୍ରସାରିତ ହୁଏ ଏବଂ ଜୀବନରେ ଶାନ୍ତି ବିସ୍ତାର ହୁଏ ।

-ବାସ୍ତୁଙ୍କ ଅନୁସାରେ, ଗୁରୁବାର ସକାଳେ ଜିରା ଖାଇ ଘରୁ ବାହାରିଲେ କାର୍ଯ୍ୟରେ ସଫଳ ହେବାର ସମ୍ଭାବନା ରହିଥାଏ । କୁହାଯାଏ ଯେ, ଜିରା ଖାଇବା ଦ୍ୱାରା ଦୈନନ୍ଦିନ ଜୀବନରେ ଶାନ୍ତି ରହିଥାଏ । ମଙ୍ଗଳବାର ଦିନ ଦହିରେ ଜିରା ମିଶାଇ ଖାଇବା ଶୁଭ ବୋଲି କୁହାଯାଏ ।

Get real time updates directly on you device, subscribe now.