fbpx

ସାଇବର୍ ଠକେଇର ଶିକାର ହେଲେ ବୃଦ୍ଧ, ଲୁଟିନେଲେ ୭୩ ହଜାର ଟଙ୍କା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବଡ଼ ଧରଣର ସାଇବର୍ ଠକେଇର ଶିକାର ହୋଇଛନ୍ତି ଜଣେ ବୃଦ୍ଧ । ସାଇବର୍ ଲୁଟେରା ମାନେ ଚାଲାକି କରି ବୃଦ୍ଧଙ୍କ ଠାରୁ ଲୁଟିନେଇଛନ୍ତି ୭୩ ହଜାର ଟଙ୍କା । ଲୁଟ୍ ର ଶିକାର ହେବା ପରେ ଏବେ ଗଣମାଧ୍ୟମ ସାମନାରେ ପୂରା ଘଟଣା ସମ୍ପର୍କରେ କହିଛନ୍ତି । ସାଇବର୍ ଠକ ମାନେ ମାତ୍ର ତିନୋଟି ଓଟିପି ମାଧ୍ୟମରେ ବୃଦ୍ଧଙ୍କ ଆକାଉଣ୍ଟରୁ ୭୩ ହଜାର ଟଙ୍କା ଚଳୁ କରିଦେଇଛନ୍ତି । ସିମ୍ ଡିଆକ୍ଟଭେଟ୍ ହୋଇଯିବ ବୋଲି କହି ଏହି ସାଇବର୍ ଠକ ମାନେ ଏତେ ବଡ଼ ରକମ୍ ଲୁଟିଥିବା କହିଛନ୍ତି ବୃଦ୍ଧ ।

ସୂଚନା ଅନୁଯାୟୀ, ଠକେଇର ଶିକାର ହୋଇଛନ୍ତି ଉପେନ୍ଦ୍ର କୁମାର ସାହୁ । ସେ ସେ କହିଛନ୍ତି ଯେ, ପ୍ରଥମେ ତାଙ୍କ ଫୋନ୍ କୁ ସିମ୍ ଡିଆକ୍ଟିଭେଟ୍ ହୋଇଯିବ ବୋଲି ଏକ ମେସେଜ୍ ଆସିଥିଲା ଏବଂ ପୁଣି ଆକ୍ଟିଭ୍ କରିବା ପାଇଁ ଏକ ନମ୍ବର ରହିଥିଲା । ଉପେନ୍ଦ୍ର ଯେତେବେଳେ ଉକ୍ତ ନମ୍ବରରେ କଲ୍ କରିଥିଲେ । ଫୋନ୍ ରେ ଠକ ମାନେ ସିମ୍ ଆକ୍ଟିଭେଟ୍ କରିବେ ବୋଲି କହି ତାଙ୍କ ଠାରୁ ଟଙ୍କା ମାଗିଥିଲେ । ଆଉ ଚାଲାକି କରି ତାଙ୍କ ଠାରୁ ବ୍ୟାଙ୍କ୍ ଡିଟେଲ୍ ସବୁ ନେଇଯାଇଥିଲେ । ପରେ ତାଙ୍କ ନମ୍ବରକୁ ଆସିଥିବା ଦୁଇଟି ଓଟିପି ମାଗିଥିଲେ ଏବଂ ଦୁଇ ଥରରେ ପୂରା ୭୩ ହଜାର ଟଙ୍କା ଚଳୁ କରିନେଲେ ଏହି ସାଇବର୍ ଅପରାଧି । ପ୍ରଥମେ ୧୦ହଜାର ଟଙ୍କା ଏବଂ ଦ୍ୱିତୀୟରେ ୫୨ହଜାର ୮୬୭ ଟଙ୍କା ଉପେନ୍ଦ୍ରଙ୍କ ଆକାଉଣ୍ଟ୍ ରୁ କଟିଯାଇଥିଲା ବୋଲି ସେ କହିଛନ୍ତି ।

Get real time updates directly on you device, subscribe now.