fbpx

ସ୍ୱାମୀ ଲାଞ୍ଚୁଆକୁ ସ୍ତ୍ରୀଙ୍କ ‘ପଲିସି’ ଗୁମର, ସାହୁ ଦମ୍ପତି ବଡ଼ ଚାଲବାଜ୍…

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଏସଏସସି ଘୋଟାଲାରେ ଗୋଟିଏ ପରେ ଗୋଟିଏ ଗୁମର ଖୋଲୁଛି । ଚାକିରି ପ୍ରଲୋଭନ ଦେଖାଇ ଲାଞ୍ଚ କାରବାରରେ ଧରାପଡ଼ିଥିବା ବିରଞ୍ଚି ସାହୁଙ୍କ ଆଉ ଏକ କାରନାମା ଧରାପଡ଼ିଛି । ଆଉ ତାଙ୍କ ଲାଞ୍ଚ ସାମ୍ରାଜ୍ୟରେ ପୁଣି ଏକ ବଡ଼ ଅଭିଯୋଗ ଯୋଡ଼ି ହୋଇଛି । ଅଭିଯୋଗ ଅନୁସାରେ ଚାକିରି ଆଶାୟୀ ପ୍ରାର୍ଥୀଙ୍କୁ ବିରଞ୍ଚି ନିଜ ସ୍ତ୍ରୀଙ୍କ ପାଖରେ ଏଲଆଇସି ପଲିସି କରିବାକୁ ବାଧ୍ୟ କରୁଥିଲେ । ଆଉ ଏଭଳି ପଲିସି ସଂଖ୍ୟା ୯୦୦ ବୋଲି ଜଣାପଡ଼ିଛି । ଏସବୁ ବିରଞ୍ଚିଙ୍କ ପତ୍ନୀ ଦ୍ୱାରା କରାଯାଇଛି । ଏହା ପରେ ସ୍ତ୍ରୀ କାନ୍ଧରେ ବନ୍ଧୁକ ରଖି ବିରଞ୍ଚି ଗୁଳି ଫୁଟାଉଥିବା ନେଇ ଆଉଏକ ଅଭିଯୋଗ ବଢ଼ିଛି ।

ବିରଞ୍ଚି ଧରା ପଡ଼ିବା ପରେ ଏବେ ତାଙ୍କ ସ୍ତ୍ରୀ ବି ସ୍କାନରରେ । ଗୋଟିଏ ପରେ ଗୋଟିଏ ଖିଅ ଖୋଜି ଚାଲିଛି ଭିଜିଲାନ୍ସ । ଆଉ ଏହାରି ମଧ୍ୟରେ ସାମ୍ନାକୁ ଆସିଛି ଆଶ୍ଚର୍ଯ୍ୟ କଲା ଭଳି କିଛି ତଥ୍ୟ । ଚାକିରି ଦେବାକୁ କହି ସ୍ତ୍ରୀଙ୍କ ପାଖରେ ଏଲଆଇସି ପଲିସି କରିବାକୁ ବାଧ୍ୟ କରୁଥିଲେ ବିରଞ୍ଚି । ଆଉ ଓଏସଏସସିରେ ଚାକିରି କରିବା ଆଶାରେ ବାଧ୍ୟ ହୋଇ ପ୍ରାର୍ଥୀମାନେ ବି ପଲିସି କରୁଥେôଲ । ବିରଞ୍ଚିଙ୍କ ସ୍ତ୍ରୀ ଏଜେଣ୍ଟ ଥିବାବେଳେ ଗୋଟିଏ କି ଦୁଇଟି ନୁହେଁ ତାଙ୍କ ଦ୍ୱାରା ଏଲଆଇସିରେ ହୋଇପାରିଛି ପୂରା ୯ ଶହଟି ପଲିସି । ଶୁକ୍ରବାର ବିରଞ୍ଚିଙ୍କୁ ପଚରାଉଚୁରା କରିବା ବେଳେ ଏହି ବୀମା ବ୍ୟବସାୟ ସମ୍ପର୍କରେ ଜଣାପଡ଼ିଛି । ଯାହା ପରେ ବିରଞ୍ଚିଙ୍କ ସ୍ତ୍ରୀଙ୍କ ପ୍ରତି ସାଧାରଣରେ ଘନେଇଛି ସନ୍ଦେହ । ଏଠି ପ୍ରଶ୍ନ ଉଠିଛି ଏଲଆଇସିରେ ଗୋଟିଏ ଗୋଟିଏ ପଲିସି ପାଇଁ ଏଜେଣ୍ଟମାନଙ୍କୁ ମାସ ମାସ ଲାଗି ଯାଉଥିବାବେଳେ ବିରଞ୍ଚିଙ୍କ ପତ୍ନୀ ୯ ଶହଟି ପଲିସି କେମିତି କରାଇ ପାରିଲେ?

ଚାକିରି ଆଶାୟୀଙ୍କୁ ବ୍ଳାକ୍ମେଲ କରା ଯାଉ ନଥିଲା ତ? ସ୍ୱାମୀଙ୍କ ଲାଞ୍ଚ କାରବାରେର ସାମିଲ ଥିଲେ କି ସ୍ତ୍ରୀ? ଗରିବ ପିଲାଙ୍କ ଭାଗ୍ୟ ଭବିଷ୍ୟତକୁ ମିଳିମିଶି ଚଳୁ କରୁଥେôଲ କି ସାହୁ ଦମ୍ପତି? ନା କେବଳ ସ୍ତ୍ରୀ ମୋହରା ଥିଲେ ଆଉ ତାଙ୍କ ନାଁରେ ଏଜେଣ୍ଟଶିପ୍ ନେଇ ସ୍ତ୍ରୀ କାନ୍ଧରେ ବନ୍ଧୁକ ରଖି ଗୁଳି ଚଳାଉଥିଲେ ବିରଞ୍ଚି? ସରକାରୀ ଚାକିରି ପାଇଁ ବାଧ୍ୟ ହୋଇ ଆଉ କଣ କଣ କରାଉଥିଲେ ତାହା ତ ତଦନ୍ତରୁ ଜଣା ପଡ଼ିବ; ତେବେ ଚାକିରି ପାଇଁ ଆଶା କରି ବସିଥିବା ପିଲାଙ୍କ ଭବିଷ୍ୟତକୁ ଅନ୍ଧାରକୁ ଠେଲୁଥିବା ବଡ଼ ଅଫିସରଙ୍କ ସମ୍ପୃକ୍ତି କେବେ ସାମ୍ନାକୁ ଆସିବ ତାହା ହିଁ ଅପେକ୍ଷା ।

Get real time updates directly on you device, subscribe now.