fbpx

ବର୍ଷା କାରଣରୁ ଶୀଘ୍ର ବନ୍ଦ ହେଲା ତୃତୀୟ ଦିନର ଖେଳ, ଲୋକେଶ ଓ ଜାଡେଜାଙ୍କ ଅର୍ଦ୍ଧଶତକରେ ସୁବିଧାଜନକ ସ୍ଥିତିରେ ଭାରତ

ଓଡ଼ିଶା ଭାସ୍କର ବ୍ୟୁରୋ: ଲୋକେଶ ରାହୁଲ ଓ ରବୀନ୍ଦ୍ର ଜାଡେଜାଙ୍କ ଅର୍ଦ୍ଧଶତକ ବଳରେ ଭାରତ ଏଠାରେ ଖେଳାଯାଉଥିବା ପ୍ରଥମ ଟେଷ୍ଟରେ ଘରୋଇ ଇଂଲଣ୍ଡଠୁ ସୁବିଧାଜନକ ସ୍ଥିତିରେ ରହିଛି। ବର୍ଷା ବାଧାପ୍ରାପ୍ତ ତୃତୀୟ ଦିନର ଖେଳ ଶେଷ ସୁଦ୍ଧା ଇଂଲଣ୍ଡ କୌଣସି ଓ୍ଵିକେଟ୍ ନହରାଇ ୨୫ ରନ କରିଛି। ରରି ବର୍ଣ୍ଣ୍ସ ୧୧ ଓ ଡୋମିନିକ ସିବଲି ୯ରନରେ ଅପାଜିତ ଅଛନ୍ତି। ଇଂଲଣ୍ଡ ଏବେ ସୁଦ୍ଧା ୭୦ ରନ ପଛରେ ରହିଛି। ଭାରତ ୨୭୮ ରନ କରିବା ସହ ଇଂଲଣ୍ଡଠୁ ପ୍ରଥମ ଇନିଂସରେ ୯୫ ରନର ଗୁରୁତ୍ଵପୂର୍ଣ୍ଣ ଅଗ୍ରଣୀ ହାସଲ କରିଛି। ମ୍ୟାଚର ତୃତୀୟ ଦିନ ଭାରତର ଓପନର ଲୋକେଶ ରାହୁଲ ୮୪ ରନ ଏବଂ ରବୀନ୍ଦ୍ର ଜାଡେଜାଙ୍କ ୫୬ ରନର ଇନିଂସ ସହ ଇଂଲଣ୍ଡର ରବିନସନ ଓ ଜେମ୍ସ ଆଣ୍ଡରସନଙ୍କ ନାମରେ ରହିଛି।


ଏହା ପୂର୍ବରୁ ଭାରତ ଦ୍ଵିତୀୟ ଦିନର ଅସମାପ୍ତ ଖେଳ ୧୨୫/୪ରୁ ଖେଳ ଆରମ୍ଭ କରିଥିଲା। ହେଲେ ୧୪୫ ସ୍କୋରରେ ଋଷଭ ପନ୍ତ( ୨୦ ବଲରୁ ୨୫ ରନ) ଆଉଟ୍ ହୋଇଥିଲେ। ଅନ୍ୟପଟେ କ୍ରିଜରେ ଜମି ରହିଥିବା ଲୋକେଶ ଟେଷ୍ଟରେ ୧୨ତମ ଅର୍ଦ୍ଧଶତକ ହାସଲ କରିଥିଲେ। ସେ ରବୀନ୍ଦ୍ର ଜାଡେଜାଙ୍କ ସହ ମିଶି ଷଷ୍ଠ ଓ୍ଵିକେଟ୍ରେ ୬୦ ରନ ଯୋଡି ଦଳର ସ୍ଥିତି ମଜବୁତ କରିଥିଲେ। ୨୦୫ ସ୍କୋରରେ ଲୋକେଶ ରାହୁଲ ୮୪ ରନର ଗୁରୁତ୍ଵପୂର୍ଣ୍ଣ ଇନିଂସ ଖେଳି ପାଭିଲିୟନ ଫେରିଥିଲେ। ଜାଡେଜା ଦମଦାର ବ୍ୟାଟିଂ କରି ଅର୍ଦ୍ଧଶତକ ହାସଲ କରି ୫୬ ରନ କରି ବିଦାୟ ନେଇଥିଲେ। ଶାର୍ଦ୍ଦୁଳ ଠାକୁର(୦), ମହମ୍ମଦ ଶାମି(୧୩) ଆଉଟ୍ ହୋଇଥିଲେ। ଶେଷ ଆଡକୁ ଯଶପ୍ରୀତ ବୁମରା ଦ୍ରୁତ ୨୮ ରନ କରିବାକୁ ଭାରତ ୨୭୮ ରନରେ ପହଞ୍ଚି ପାରିଥିଲା।

ଇଂଲଣ୍ଡ ପକ୍ଷରୁ ଓଲି ରବିନସନ ଶାଣିତ ବୋଲିଂ କରି ୮୫ ରନରେ ୫ ଏବଂ ଜେମ୍ସ ଆଣ୍ଡରସନ ୫୪ ରନରେ ୪ ଓ୍ଵିକେଟ୍ ନେଇ ଭାରତର ସ୍କୋରକୁ ୩୦୦ରେ ସୀମିତ ରଖିଥିଲେ। ଏହା ପୂର୍ବରୁ ଇଂଲଣ୍ଡ ଯଶପ୍ରୀତ ବୁମରା ଓ ମହମ୍ମଦ ଶାମିଙ୍କ ଘାତକ ବୋଲିଂର ମୁକାବିଲା କରିନପାରି ୧୮୨ ରନରେ ଅଲଆଉଟ୍ ହୋଇଥିଲା। ଦଳ ପକ୍ଷରୁ ଜୋ ରୁଟ୍ ସର୍ବାଧିକ ୬୪ ରନ କରିଥିଲେ। ବୁମରା ୪ ଓ ଶାମି ୩ ଓ୍ଵିକେଟ୍ ନେଇଥିଲେ।

Get real time updates directly on you device, subscribe now.