fbpx

Google Chromeକୁ ଫଟାଫଟ୍ କରିଦିଅନ୍ତୁ Update, ନଚେତ୍ ହ୍ୟାକିଂର ଶିକାର ହେବେ, ସରକାରଙ୍କ ପକ୍ଷରୁ ଜାରି ହେଲା ନିର୍ଦ୍ଦେଶନାମା

ନୂଆଦିଲ୍ଲୀ: ଇଣ୍ଡିଆନ କମ୍ପ୍ୟୁଟର ଏମରଜେନ୍ସି ରେସପନ୍ସ ଟିମ୍ (ସର୍ଟ-ଇନ) ପକ୍ଷରୁ ଗୁଗଲ କ୍ରୋମକୁ ନେଇ ଏକ ଆଡଭାଇଜାରି ଜାରି କରାଯାଇଛି । ଗୁଗଲର ବର୍ତ୍ତମାନର ଭର୍ସନରେ କିଛି ତ୍ରୁଟି ରହିଥିବାରୁ ଏହାକୁ ତୁରନ୍ତ ଅପଡେଟ୍ କରିବା ପାଇଁ ଚେତାବନୀ ଦିଆଯାଇଛି । ଯଦି ଆପଣ କମ୍ପ୍ୟୁଟରରେ ଗୁଗଲ କ୍ରୋମ ବ୍ରାଉଜର ୟୁଜ୍ କରୁଥାନ୍ତି, ତେବେ ଗୁଗଲ କ୍ରୋମର ଲାଟେଷ୍ଟ ଭର୍ସନ ୯୨.୦.୪୫୧୫.୧୩୧କୁ ଅପଡେଟ୍ କରି ନିଅନ୍ତୁ । ନଚେତ୍ ଏହା ଆପଣଙ୍କ ପାଇଁ କ୍ଷତିକାରକ ହେବା ସହ ହ୍ୟାକିଂର ଶିକାର ହୋଇପାରନ୍ତି ବୋଲି ସର୍ଟ ପକ୍ଷରୁ କୁହାଯାଇଛି ।

ସର୍ଟ ପକ୍ଷରୁ କୁହାଯାଇଛି ଯେ, ଗୁଗଲ କ୍ରୋମର ବର୍ତ୍ତମାନର ଭର୍ସନରେ କିଛି ତ୍ରୁଟି ରହିଛି । ଯାହା ମାଧ୍ୟମରେ ହ୍ୟାକରମାନେ ୟୁଜର୍ସଙ୍କୁ ଟାର୍ଗେଟ୍ କରିବା ସହ ସିଷ୍ଟମକୁ ଆଟାକ୍ କରିବାରେ ସକ୍ଷମ ହୋଇପାରୁଛନ୍ତି । ତେଣୁ ଆପଣ ଫାଇଲ ସିଷ୍ଟମ ଏପିଆଇ, ବ୍ରାଉଜର ୟୁଆଇ କିମ୍ବା ଇନଫୋ ୟୁଆଇକୁ ଏରର ଫ୍ରି ହେବା ପରେ ବ୍ୟବହାର କରନ୍ତୁ । ଏ କ୍ଷେତ୍ରରେ ମୁଖ୍ୟତଃ ୱିଣ୍ଡୋ, ମ୍ୟାକ ଓ ଲାଇନେକ୍ସର ୟୁଜର୍ସ ପ୍ରଭାବିତ ହେବାର ଆଶଙ୍କା ରହିଛି । କମ୍ପ୍ୟୁଟର ଏମରଜେନ୍ସି ଟିମ୍ ପକ୍ଷରୁ କୁହାଯାଇଛି ଯେ, ହ୍ୟାକରମାନେ ଏଇ ତ୍ରୁଟି ମାଧ୍ୟମରେ ୟୁଜର୍ସଙ୍କର ଆକାଉଣ୍ଟକୁ ହ୍ୟାକ କରିଥାନ୍ତି । ଏକ ସ୍ପେଶାଲ କ୍ରାଫ୍ଟେଡ ଡକ୍ୟୁମେଣ୍ଟ ଜରିଆରେ ହ୍ୟାକର୍ସ ଏଭଳି କ୍ଷତି ଘଟାଇ ପାରନ୍ତି । ଆଇଫୋନ୍ ଓ ଆଇପ୍ୟାଡରେ ମଧ୍ୟ ଏହି ତ୍ରୁଟି ଦେଖିବାକୁ ମିଳିଥିବା ବେଳେ ତାହାକୁ ସହଜରେ ଟାର୍ଗେଟ୍ କରିହେବ ବୋଲି ସୂଚନା ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରଣାଳୟ ଅଧୀନରେ କାର୍ଯ୍ୟ କରୁଥିବା ସର୍ଟ ପକ୍ଷରୁ କୁହାଯାଇଛି ।

Get real time updates directly on you device, subscribe now.