fbpx

ଖୋଲିବ ଶ୍ରୀମନ୍ଦିର; ଜାରି ହେଲା ଏସଓପି

ପୁରୀ: ଶ୍ରୀମନ୍ଦିର ଖୋଲିବା ନେଇ ଜାରି ହେଲା ଏସଓପି । ଭକ୍ତଙ୍କ ପାଇଁ ଆସନ୍ତା ୧୬ ତାରିଖରୁ ଖୋଲିବ ଶ୍ରୀମନ୍ଦିର । ପ୍ରଥମେ ୧୨ ଓ ୧୩ ତାରିଖରେ ସେବାୟତ ପରିବାର କରିବେ ଦର୍ଶନ । ଭୋଟର ଓ ଆଧାର କାର୍ଡ ଦେଖାଇ ସେବାୟତ ପରିବାର ଦର୍ଶନ କରିବେ । ଏହାପରେ ୧୬ ରୁ ୨୦ ଯାଏଁ ପୁରୀ ସହରବାସୀ ଦର୍ଶନ କରିବେ । ଏସପି ଅନୁଯାୟୀ ସକାଳ ୭ରୁ ସନ୍ଧ୍ୟା ୭ଟା ଯାଏଁ ଦର୍ଶନ ପାଇଁ ଅନୁମତି ରହିଛି । ୨୩ ତାରିଖରୁ ସର୍ବସାଧାରଣଙ୍କ ଦର୍ଶନ ପାଇଁ ଅନୁମତି । ଶନିବାର ଓ ରବିବାର ସାଧାରଣ ଦର୍ଶନ ବନ୍ଦ ରହିବ ମନ୍ଦିର । କରୋନା ପାଇଁ ଏହି ୨ ଦିନ ମନ୍ଦିର ସାନିଟାଇଜ ହେବ । ଜନ୍ମାଷ୍ଟମୀ ଓ ଗଣେଶ ଚତୁର୍ଥୀରେ ବନ୍ଦ ରହିବ ମନ୍ଦିର । ମନ୍ଦିର ଭିତରେ ଓ ବାହାରେ ସମସ୍ତ ଶ୍ରଦ୍ଧାଳୁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ, ମନ୍ଦିର ପ୍ରବେଶ ପୂର୍ବରୁ ହାତ ସାନିଟାଇଜ କରିବେ ଶ୍ରଦ୍ଧାଳୁ । କୋଭିଡ ଗାଇଡଲାଇନ ସହ ସାମାଜିକ ଦୂରତା ରକ୍ଷା କରିବେ ଶ୍ରଦ୍ଧାଳୁ । ମନ୍ଦିରରେ କୌଣସି ଦେବଦେବୀଙ୍କୁ ସ୍ପର୍ଶ କରିପାରିବେନାହିଁ ଶ୍ରଦ୍ଧାଳୁ । ମନ୍ଦିର ଭିତରକୁ ଫୁଲ, ଭୋଗ, ଓ ଦୀପ ନେଇ ଯାଇପାରିବେନି । ପାନ, ଗୁଟଖା ଖାଇବା ମନା, ଧରାପଡ଼ିଲେ ୫୦୦ ଟଙ୍କା ଫାଇନ୍ । ମନ୍ଦିରକୁ ପଲିଥିନ ନେବା ମନା, ଧରାପଡ଼ିଲେ ୧୦୦ ଟଙ୍କା ଫାଇନ୍ । ୬୫ ବର୍ଷରୁ ଉଦ୍ଧ୍ୱର୍, ୧୦ ବର୍ଷରୁ କମ୍ ଶିଶୁ ଓ ଗର୍ଭବତୀଙ୍କ ପ୍ରବେଶକୁ ବାରଣ କରାଯାଇଛି ।

Get real time updates directly on you device, subscribe now.