fbpx

ଏକାସାଙ୍ଗରେ ଖାଆନ୍ତୁ ନାହିଁ ଏହି ଖାଦ୍ୟ, ହୋଇପାରେ ଅସୁବିଧା

ଆଜିର ଆଧୁନିକ ସମୟରେ ସନ୍ତୁଳିତ ଖାଦ୍ୟ ଗ୍ରହଣ କରିବା ବିଷୟରେ ଅନେକ କଥା କୁହାଯାଏ, କିନ୍ତୁ ଆୟୁର୍ବେଦର ନିୟମକୁ ଗ୍ରହଣ କରାଯାଏ ନାହିଁ । ଯଦି ଆପଣ ଆପଣଙ୍କ ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ତେବେ ଆପଣଙ୍କୁ ସନ୍ତୁଳିତ ଖାଦ୍ୟ ପାଇଁ ଆୟୁର୍ବେଦର କିଛି ନୀତିଗୁଡ଼ିକ ବଝିବାକୁ ପଡ଼ିବ । ଅନେକ ସମୟରେ ଆମେ ବିଭିନ୍ନ ଖାଦ୍ୟକୁ ଭୁଲ ଢ଼ଙ୍ଗରେ ଖାଇଥାଉ, ଫଳରେ ଏହା ଶରୀର ପାଇଁ ଅସୁବିଧା ହୋଇଥାଏ । ଆୟୁର୍ବେଦ ଅନୁଯାୟୀ କିଛି ଜିନିଷକୁ ଏକାସାଥିରେ ଖାଇବା ସାଂଘାତିକ ହୋଇପାରେ।

୧. ଗ୍ରୀଷ୍ମ ଋତୁରେ ବଜାରରେ ଭେଣ୍ଡି ଏବଂ କଲରା ମିଳିଥାଏ । କିଛି ଲୋକଙ୍କୁ ଦୁଇଟି ଯାକ ପରିବା ଭଲ ଲାଗିଥାଏ । କିନ୍ତୁ ଜାଣି ରଖନ୍ତୁ କଲରା ଏବଂ ଭେଣ୍ଡି ଏକାସାଙ୍ଗରେ ଖାଇବା ଆପଣଙ୍କ ପାଇଁ ଖରାପ ହୋଇପାରେ।

୨. ଦହି ସହ ପିଆଜର ମିଶ୍ରଣ ମଧ୍ୟ ଭଲ ନୁହେଁ  । ଏହାଠାରୁ ଦୂରେଇ ରହିବା ଉଚିତ୍ ଅନ୍ୟଥା ଚର୍ମ ରୋଗ ଯେପରିକି କାଛୁ, କୁଣ୍ଡିଆ, ଏକଜେମା, ସୋରିୟାସିସ୍ ଏବଂ ଚର୍ମ ଏବଂ ପେଟ ସହିତ ଜଡ଼ିତ ଅନେକ ସମସ୍ୟା ହୋଇପାରେ  ।

୩. ଯଦି ଆପଣ ହରଡ଼ ଡାଲି ଖାଇଛନ୍ତି, ତା’ହେଲେ ଏହା ପରେ କେବେବି କ୍ଷୀର ପିଅନ୍ତୁ ନାହିଁ  । ଏହା ବ୍ୟତୀତ ମୂଳା, ଅଣ୍ଡା, ମାଂସ ଖାଇବା ପରେ ମଧ୍ୟ କ୍ଷୀର ପିଇବା ଉଚିତ୍ ନୁହେଁ  । ଏହି ସବୁ ଜିନିଷକୁ ଖାଇବା ପରେ କ୍ଷୀର ପିଇବା ଦ୍ୱାରା ହଜମ ପ୍ରକ୍ରିୟା ବ୍ୟାହତ ହୋଇପାରେ  ।

୪. ଅନେକ ଲୋକ ଖାଦ୍ୟରେ ସାଲାଡ ଭାବରେ ମୂଳା ଖାଇବାକୁ ପସନ୍ଦ କରନ୍ତି । କିନ୍ତୁ ଯଦି ଆପଣ ଭେଣ୍ଡି ଖାଉଛନ୍ତି, ତେବେ ଏହା ସହ ମୂଳା ଖାଆନ୍ତୁ ନାହିଁ । ମୂଳା ଏବଂ ଭେଣ୍ଡି ମିଶ୍ରଣ ହେତୁ ଚର୍ମରେ ଅନେକ ପରିବର୍ତ୍ତନ ଆସିଥାଏ, ଯେଉଁ କାରଣରୁ ଚେହେରାରେ ଦାଗ ପରି ଚର୍ମ ସମ୍ବନ୍ଧୀୟ ଅନ୍ୟାନ୍ୟ ସମସ୍ୟା ହୋଇପାରେ  ।

୫. କ୍ଷୀରରେ ଫଳ ମିଶାଇ ଆମେ ପ୍ରାୟତଃ ଫଳ ମିଶାଇ ଏହାକୁ ଶେକ ଭାବରେ ପିଇବାକୁ ପସନ୍ଦ କରିଥାନ୍ତି ଅନେକ ଲୋକ । କିନ୍ତୁ ଫଳ କ୍ଷୀର ସହିତ ଖାଇବା ଉଚିତ୍ ନୁହେଁ  । କ୍ଷୀରରେ ମିଶ୍ରିତ ଫଳ ଖାଇବା ଦ୍ୱାରା କ୍ଷୀରରେ ଥିବା କ୍ୟାଲସିୟମ୍ ଫଳରେ ଥିବା ଏନଜାଇମକୁ ଶୋଷିନିଏ । ଏହି କାରଣରୁ ଶରୀରକୁ ଫଳର କୌଣସି ଫାଇଦା ମିଳିପାରେନାହିଁ ।

 

Get real time updates directly on you device, subscribe now.