fbpx

ଆଜି ପ୍ରକାଶ ପାଇବ ଯୁକ୍ତ ୨ କଳା ଓ ଧନ୍ଦାମୂଳକ ରେଜଲ୍ଟ

ଭୁବନେଶ୍ୱର,(ଭାସ୍କର ନ୍ୟୁଜ୍‌): ଆଜି ପ୍ରକାଶ ପାଇବ ଯୁକ୍ତ ୨ କଳା ଓ ଧନ୍ଦାମୂଳକ ରେଜଲ୍ଟ । ଏନେଇ ଶୁକ୍ରବାର ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି । ‘ଓଡ଼ିଶା ରେଜଲ୍ଟସ ଡଟ୍‌ ଏନ୍‌ଆଇସି ଡଟ୍‌ ଇନ୍‌’ରେ ରେଜଲ୍ଟ ଉପଲ୍ଲବ୍ଧ ହେବ । କରୋନା ମହାମାରୀ ଯୋଗୁ ଚଳିତ ବର୍ଷ ଯୁକ୍ତ ୨ ପରୀକ୍ଷା ବାତିଲ ହୋଇଥିଲା ଏବଂ ବିକଳ୍ପ ବ୍ୟବସ୍ଥା ଯୋଗେ ଛାତ୍ରଛାତ୍ରୀଙ୍କର ମୂଲ୍ୟାୟନ କରାଯାଇଛି । ୨ଲକ୍ଷ ୨୧ହଜାର ଛାତ୍ରଛାତ୍ରୀ ଏହି ଫଳାଫଳକୁ ଅପେକ୍ଷା କରିଥିବା ବେଳେ ସେମାନେ ଉପରୋକ୍ତ ୱେବ୍‌ସାଇଟ୍‌କୁ ଯାଇ ସେମାନଙ୍କ ରେଜଲ୍ଟ ଦେଖିପାରିବେ । ରେଜଲ୍ଟ ପ୍ରକାଶ ପାଇବା ଘଟଣାକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି ।

ଉଲ୍ଲେଖ ଯୋଗ୍ୟ ଯେ, ଜୁଲାଇ ୩୧ ତାରିଖରେ ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ପରିକ୍ଷା ଫଳ ବାହାରିଥିଲା । ସେହି ସମୟରେ ଆଉ ୧୫ ଦିନ ମଧ୍ୟରେ କଳା ପରୀକ୍ଷା ଫଳ ପ୍ରକାଶ କରାଯିବ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ କୁହାଯାଇଥିଲା । ଚଳିତ ବର୍ଷ କଳାରେ ପାସ୍‌ ହାର ୯୦% ଉପରେ ରହିବ ବୋଲି ପରୀକ୍ଷା ନିୟନ୍ତ୍ରକ ବିଜୟ ସାହୁ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ତେବେ ନିଜ ଫଳାଫଳକୁ ନେଇ ଅସନ୍ତୁଷ୍ଟ ଛାତ୍ରଛାତ୍ରୀଙ୍କ ସଂଖ୍ୟା ବୃଦ୍ଧି ପାଇଲେ ସେମାନଙ୍କ ନିମନ୍ତେ କ’ଣ ପଦକ୍ଷେପ ଗ୍ରହଣ କରାଯିବ, ଅଫ୍‌ଲାଇନ୍‌ରେ ପରୀକ୍ଷା କରାଯିବ କି ନାହିଁ ସେ ସମ୍ପର୍କରେ ମଧ୍ୟ ଶନିବାର ସୂଚନା ଦିଆଯାଇପାରେ ।

ଯୁକ୍ତ ୨ ବିଜ୍ଞାନରେ ୯୫.୧୫% ଓ ବାଣିଜ୍ୟରେ ୯୪.୯୬% ଛାତ୍ରଛାତ୍ରୀ ପାସ୍‌ କରିଥିଲେ । ବିଜ୍ଞାନରେ ରେଗୁଲାର ପାସ୍‌ ହାର ୯୯.୮୮% ରହିଥିଲା । ଏଥିରୁ ପ୍ରଥମ ଶ୍ରେଣୀରେ ୫୫ ହଜାର ୪୬୮ ଛାତ୍ରଛାତ୍ରୀ ପାସ୍‌ କରିଥିବା ବେଳେ ଦ୍ୱିତୀୟ ଶ୍ରେଣୀରେ ୧୬ ହଜାର ୯୪୩ ଓ ତୃତୀୟ ଶ୍ରେଣୀରେ ୧୪ ହଜାର ୬୩୧ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଥିଲେ । ସେହିପରି ବିଜ୍ଞାନରେ ଏକ୍ସ ରେଗୁଲାର ପାସ୍‌ ହାର ୭୧.୨୭% ରହିଥିଲା । ବାଣିଜ୍ୟରେ ରେଗୁଲାର ପାସ୍‌ ହାର ୯୯.୯୫ଧ ରହିଛି । ଏଥିରେ ପ୍ରଥମ ଶ୍ରେଣୀରେ ୮,୩୫୫ ଜଣ ପାସ୍‌ କରିଥିବା ବେଳେ ଦ୍ୱିତୀୟ ଶ୍ରେଣୀରେ ୫,୬୯୨ ଓ ତୃତୀୟ ଶ୍ରେଣୀରେ ୯,୦୬୬ ଜଣ ଛାତ୍ରଛାତ୍ରୀ ପାସ୍‌ କରିଥିଲେ । ବାଣିଜ୍ୟରେ ଏକ୍ସ ରେଗୁଲାର ପାସ୍‌ ହାର ୫୪.୭୮ଧ ରହିଥିଲା ।

Get real time updates directly on you device, subscribe now.