fbpx

ପାକିସ୍ତାନ ମନାଉଛି ସ୍ୱାଧୀନତା ଦିବସ, କଣ ଏହା ବେଆଇନ୍? ଜାଣିବାକୁ ପଢ଼ନ୍ତୁ ପୂରା ରିପୋର୍ଟ

ଓଡ଼ିଶା ଭାସ୍କର ବ୍ୟୁରୋ: ଆଜି ଅଗଷ୍ଟ ୧୪ ତାରିଖ । ଏହି ଦିନକୁ ପାକିସ୍ତାନ ନିଜର ସ୍ୱାଧୀନତା ଦିବସ ଭାବରେ ପାଳନ କରୁଛି । ୧୯୪୭ ମସିହାରେ, ଯେତେବେଳେ ବ୍ରିଟିଶମାନେ ଭାରତକୁ ମୁକ୍ତ କରିବା ପାଇଁ ଏକ ଆଇନ ପ୍ରସ୍ତୁତ କଲେ (ଭାରତୀୟ ସ୍ୱାଧୀନତା ଅଧିନିୟମ ୧୯୪୭), ଏହା ଉଭୟ ଭାରତ ଏବଂ ପାକିସ୍ତାନ ଗଠନ ପାଇଁ ସମାନ ତାରିଖ ରଖିଥିଲେ । ଯାହା ହେଉଛି ୧୯୪୭ ମସିହା ଅଗଷ୍ଟ ୧୫ ତାରିଖ । କିନ୍ତୁ ଅନେକ ଲୋକ ଜାଣିନଥିବେ ଯେ, ପାକିସ୍ତାନର ସ୍ୱାଧୀନତା ଦିବସ ୧୫ ତାରିଖରେ ହିଁ ପଡ଼େ । କିନ୍ତୁ ପାକିସ୍ତାନ ଆଜିର ଦିନରେ ସ୍ୱାଧୀନତା ଦିବସ ପାଳନ କରେ । ଯାହାକି ଆଇନ ଅନୁସାରେ ମାନ୍ୟ ନୁହେଁ । ଯାହାର କି ଅନେକ ପ୍ରମାଣ ରହିଛି ।

ଆଜି ପାକିସ୍ତାନ ନିଜର ଆଜାଦୀର ଦିବସ ପାଳନ କରୁଛି । କିନ୍ତୁ ତାର ନିଜର ଐତିହାସିକାର ମାନେ ପ୍ରଶ୍ନ ଉଠାଇଛନ୍ତି ଯେ, ପାକିସ୍ତାନ ଅଗଷ୍ଟ ୧୫ ତାରିଖରେ ସ୍ୱାଧୀନ ହୋଇଥିବା ବେଳେ କାହିଁକି ଗୋଟିଏ ଦିନ ଆଗରୁ ଏହାକୁ ପାଳନ କରୁଛି ? ଏନେଇ ସବୁ ପ୍ରକାର ଦଲିଲ୍ ତଥା ଦସ୍ତାବିଜ୍ କୁ ଓଲଟେଇଲେ ଏହା ହିଁ କହିବ ଯେ, ପାକିସ୍ତାନ ଅଗଷ୍ଟ ୧୫ ତାରିଖରେ ହିଁ ଆଜାଦୀର ବାସ୍ନା ଶୁଙ୍ଘି ଥିଲା । ପ୍ରକୃତ କଥା ହେଉଛି ପାକିସ୍ତାନ ଗୋଟିଏ ଦିନ ପୂର୍ବରୁ ନିଜକୁ ସ୍ୱାଧୀନ ଭାବରେ ଘୋଷଣା କରିଥିଲା ।

ଦୁଇ ତିନି ବର୍ଷ ଧରି ପାକିସ୍ତାନର ପ୍ରକୃତ ସ୍ୱାଧୀନ ତାରିଖକୁ ନେଇ ଅନେକ ଦ୍ୱନ୍ଦ୍ୱ ରହିଥିଲା। ପାକିସ୍ତାନର କାୟଦେ ଆଜମ୍ ଏବଂ ପ୍ରଥମ ରାଷ୍ଟ୍ରପତି ମହମ୍ମଦ ଅଲି ଜିନ୍ନା ଅଗଷ୍ଟ ୧୫ କୁ ପାକିସ୍ତାନର ସ୍ୱାଧୀନତାର ଦିନ ବୋଲି ବିବେଚନା କରୁଥିଲେ। ଜିନ୍ନା ଯେ ପର୍ଯ୍ୟନ୍ତ ବଞ୍ଚି ରହିଥିଲେ ସେପର୍ଯ୍ୟନ୍ତ ସ୍ୱାଧୀନତା ଦିବସ ଅଗଷ୍ଟ ୧୫ ତାରିଖରେ ହିଁ ପାଳନ କରାଯାଉଥିଲା । ତାଙ୍କ ନିଧନ ପରେ ପାକିସ୍ତାନର ଶାସକ ମାନେ ଏହାକୁ ପୁଣିଥରେ ଅଗଷ୍ଟ ୧୪ରେ ଘୋଷଣା କରିଥିଲେ । ତେବେ ଏହାପଛର କାରଣ ଏହା ବି କୁହାଯାଉଛି ଯେ, ପାକିସ୍ତାନୀ ମାନେ ଚାହୁଁନଥିଲେ ଯେ, ସେମାନେ ଭାରତ ସହିତ ସ୍ୱାଧୀନତା ଦିବସ ପାଳନ କରିବା ପାଇଁ ତେଣୁ ଗୋଟିଏ ଦିନ ପୂର୍ବରୁ ନିଜକୁ ସ୍ୱାଧୀନ ଭାବରେ ଗ୍ରହଣ କରିଥିଲେ । କିନ୍ତୁ ବିଭିନ୍ନ ଐତିହାସିକ ପୁସ୍ତକରେ ଏ ସଂକ୍ରାନ୍ତରେ ଉଲ୍ଲେଖ କରାଯାଇଛି । ଯେଉଁଥିରୁ ସ୍ପଷ୍ଟ ରୁପେ ଦେଖିବାକୁ ମିଳିଛି ଯେ, ପାକିସ୍ତାନ ଅଗଷ୍ଟ ୧୫ ତାରିଖରେ ହିଁ ସ୍ୱାଧୀନ ହୋଇଥିଲା ।

Get real time updates directly on you device, subscribe now.