fbpx

ଦେଶବାସୀଙ୍କୁ ରାଷ୍ଟ୍ରପତିଙ୍କ ସମ୍ବୋଧନ

ନୂଆଦିଲ୍ଲୀ: ଦେଶବାସୀଙ୍କୁ ରାଷ୍ଟପତି ରାମନାଥ କୋବିନ୍ଦଙ୍କ ସମ୍ବୋଧନ । ସ୍ୱାଧୀନତା ଦିବସର ଅବ୍ୟବହିତ ପୂର୍ବରୁ ରାଷ୍ଟ୍ରପତିଙ୍କ ସମ୍ବୋଧନ । ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି କୋବିନ୍ଦ ।

ଏହି ପରିପ୍ରେକ୍ଷୀରେ ରାଷ୍ଟ୍ରପତି କହିଛନ୍ତି ଏହା ହେଉଛି ପରାଧୀନତାରୁ ମୁକ୍ତି ହେବାର ପର୍ବ । ଆମେ ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ କରୁଛେ । ଅଲିମ୍ପିକ୍ସରେ ଖେଳାଳିଙ୍କ ପ୍ରଦର୍ଶନ ଦେଶକୁ ଗୌରବାନ୍ୱିତ କରିଛି । ଅଲିମ୍ପିକରେ ମହିଳା ଖେଳାଳିଙ୍କ ପ୍ରଦର୍ଶନ ବିକଶିତ ଭାରତର ଝଲକ । ବାପାମା ଝିଅଙ୍କୁ ଆଗକୁ ବଢ଼ିବା ପାଇଁ ପ୍ରେରଣା ଦେବା ଉଚିତ୍ ।

କରୋନା କାଳରେ ବୈଜ୍ଞାନିକଙ୍କ କାର୍ଯ୍ୟକୁ ପ୍ରଶଂସା କରିଛନ୍ତି ରାଷ୍ଟ୍ରପତି । କମ୍ ସମୟରେ ଟିକା ବାହାର କରିଥିବାରୁ ପ୍ରଶଂସା କରିଛନ୍ତି । ରାଷ୍ଟ୍ରପତି କହିଛନ୍ତି ଦେଶରେ ବିଶ୍ୱର ବଡ଼ ଟିକାକରଣ ଅଭିଯାନ ଚାଲିଛି । ସମସ୍ତ ଦେଶବାସୀଙ୍କୁ ଟିକା ନେବା ଲାଗି ଅନୁରୋଧ କଲେ । ସେ କହିଛନ୍ତି କରୋନାର ଅନ୍ତ ଘଟିନି, ସାବଧାନତା ଜରୁରୀ । ଦ୍ୱିତୀୟ ଲହରରେ ଡାକ୍ତର, ନର୍ସଙ୍କ ଅବଦାନ ପ୍ରଶଂସନୀୟ । ଅନେକ କୋଭିଡ ଯୋଦ୍ଧା ପ୍ରାଣ ହରାଇଛନ୍ତି, ସେମାନଙ୍କୁ ପ୍ରଣାମ । ଜନକଲ୍ୟାଣ ଯୋଜନା ଉପରେ ସରକାର ଜୋର ଦେଉଛନ୍ତି । ଜମ୍ମୁକାଶ୍ମୀରରେ ନବଜାଗରଣ ଦେଖିବାକୁ ମିଳିଛି । ଲୋକତନ୍ତ୍ର ମାମଲାରେ ଭାରତ ସବୁଠାରୁ ଆଗରେ । ଗାଁରେ ଦ୍ରୁତଗତିରେ ବିକାଶ ହେଉଛି । ଗାଁ ଓ ସହର ମଧ୍ୟରେ ଦୂରତା କ୍ରମଶଃ କମି କମି ଚାଲିଛି । ସଂସଦ ଆମ ପାଇଁ ଲୋକତନ୍ତ୍ରର ମନ୍ଦିର । ମାନବଜାତି ଆଗରେ ଏକ ବଡ଼ ସମସ୍ୟା ମୁଣ୍ଡ ଟେକିଛି । ବିଶ୍ୱରେ ଜଳବାୟୁ ପରିବର୍ତ୍ତନ ସମସ୍ୟା ଅତ୍ୟନ୍ତ ଗମ୍ଭୀର । ସମସ୍ୟାରୁ ମୁକୁଳିବାକୁ ଆମ ଚାଲିଚଳଣୀରେ ତ୍ୟାଗ ଜରୁରୀ ।

Get real time updates directly on you device, subscribe now.