fbpx

ସ୍ୱାଧୀନତା ଦିବସ ଉପଲକ୍ଷେ ପିଙ୍କ ଟଏଲଟେର ଆରମ୍ଭ କରୁଛି ଦିଲ୍ଲୀ ନଗର ନିଗମ

ନୂଆଦିଲ୍ଲୀ: ଉତ୍ତର ଦିଲ୍ଲୀ ନଗର ନିଗମ କରୋଲ ବାଗ ତରଫରୁ ୭୫ ତମ ସ୍ୱାଧୀନତା ଦିବସ ଅବସରରେ ପିଙ୍କ ଟଏଲେଟ ଆରମ୍ଭ କରିବାକୁ ଯାଉଛି । ଏହି ଶୌଚାଳୟ ମହିଳା ଏବଂ ପିଲାଙ୍କ ପାଇଁ ଅନୁକୂଳ ହେବ । ଏହା ଗୋଲାପୀ ରଙ୍ଗର କପଡ଼ା ପିନ୍ଧିଥିବା ମହିଳାଙ୍କ ଦ୍ୱାରା ସଞ୍ଚାଳିତ ହେବ ।

ରାଜ୍ୟ ବିଜେପି ସଭାପତି ଆଦେଶ ଗୁପ୍ତା ଏହି ପ୍ରଥମ ପିଙ୍କ ଟଏଲେଟର ଉଦଘାଟନ କରିବେ । ଏହି ଟଏଲେଟରେ ଦିବ୍ୟାଙ୍କ ପାଇଁ ର୍ୟାମ୍ପ ଭଳି ସୁବିଧା ରହିଛି । ପିଭିଆର ନେଷ୍ଟ ଦ୍ୱାରା ଏହାର ରକ୍ଷଣା ବେକ୍ଷଣ କରାଯିବ ।

ପିଙ୍କ ଟଏଲେଟ ମହିଳା ଏବଂ ପିଲାଙ୍କ ପାଇଁ ସ୍ଥାୟୀ ବହୁଉଦେ୍ଧଶୀୟ ସୁବିଧା ପ୍ରଦାନ କରିବା ପାଇଁ ନର୍ଥ ନିଗମ ଏବଂ ପିଭିଆର ନେଷ୍ଟର ସହଯୋଗରେ ରାଷ୍ଟ୍ରୀୟ ଶିଶୁ ଅଧିକାର ସଂରକ୍ଷଣ ଆୟୋଗ ଦ୍ୱାରା ପରିବଳ୍ଳ୍ପନା କରାଯାଇଛି ।

Get real time updates directly on you device, subscribe now.