fbpx

କରୋନାର କରାଳ ରୂପ: ପ୍ରତି ୨ ମିନିଟରେ ଜଣେ ହରାଉଛନ୍ତି ପ୍ରାଣ, ହସ୍ପିଟାଲରେ ଆକ୍ରାନ୍ତ ଭର୍ତ୍ତି

ତେହରାନ୍: କରୋନା ସଂକ୍ରମଣ ପୂରା ଦେଶରେ ତାଣ୍ଡବ ରଚିଥିବା ବେଳେ ଇରାନ୍ ରେ ଏହାର ଭୟଙ୍କର ରୂପ ଦେଖିବାକୁ ମିଳିଛି । କରୋନା ଦ୍ୱାରା କ୍ଷତିଗ୍ରସ୍ତ ହୋଇଥିବା ଦେଶ ମାନଙ୍କ ମଧ୍ୟରେ ଇରାନ୍ ରହିଛି । ସେଠାରେ କରୋନାର କରାଳ ରୂପ ଦେଖିବାକୁ ମିଳିଛି । ଏଠାରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢ଼ୁଥିବା ବେଳେ ଟିକାକରଣ ପ୍ରକ୍ରିୟା ସଠିକ୍ ଭାବେ ପରିଚାଳିତ ହେଉନାହିଁ । ଧୀମା ଗତିରେ ଟିକାକରଣ ଚାଲିଛି । ଦେଶର ପ୍ରତିଟି ହସ୍ପିଟାଲରେ ଆକ୍ରାନ୍ତଙ୍କ ସଂଖ୍ୟା ଏତେ ମାତ୍ରାରେ ବଢ଼ିଚାଲିଛି ଯେ, ରୋଗୀ ମାନଙ୍କୁ ତଳେ ଏବଂ ପାର୍କିଂରେ ରଖାଯାଇ ଚିକିତ୍ସା କରାଯାଉଛି ।

ବେଡ୍ ଅଭାବରୁ ରୋଗୀ ମାନେ ହସ୍ପିଟାଲ ଆଗରେ ନିଜ ନିଜ ଗାଡ଼ି ମାନଙ୍କରେ ରହି ଚିକିତ୍ସିତ ହେଉଛନ୍ତି । ଏଥିସହିତ ଦେଶରେ ବର୍ତ୍ତମାନ ଅକ୍ସିଜେନ୍ ର ଘୋର ଅଭାବ ଦେଖିବାକୁ ମିଳିଛି । ତେଣୁ ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ମାତ୍ରାରେ ବଢ଼ିବାରେ ଲାଗିଛି । ସ୍ଥିତି ଏଠାରେ ଭୟଙ୍କର ରହିଛି । ଗୋଟିଏ ଦିନରେ ୪୦ ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଅନ୍ୟପଟେ ଗୋଟିଏ ଦିନରେ ୬୦୦ ଜଣଙ୍କର ମୃତ୍ୟୁ ହେଉଥିବା ରେକର୍ଡ ରହିଛି । ପ୍ରତି ଦୁଇ ମିନିଟ୍ ରେ ଜଣଙ୍କର ମୃତ୍ୟୁ ହେଉଥିବା ସରକାରୀ ରେକର୍ଡ କହୁଛି । ଦେଶରେ ଏହି ପରିସ୍ଥିତିକୁ ନଜରରେ ରଖି ଲକଡାଉନ୍ ଲାଗୁ କରାଯାଇଛି ସତ ହେଲେ ସଂକ୍ରମଣରେ ବ୍ରେକ୍ ଲାଗିବାର ନାଁ ଧରୁନି ।

ଇରାନ୍ ସ୍ୱାସ୍ଥ୍ୟ ମନ୍ତ୍ରାଳୟର କହିବା ମୁତାବକ, ଡେଲଟା ଭାରିଆଣ୍ଟ କାରଣରୁ ସଂକ୍ରମିତଙ୍କ ସଂଖ୍ୟା ବଢ଼ିଚାଲିଛି । ଏବେ ସୁଦ୍ଧା ୪୩.୯୦ ଲକ୍ଷରୁ ଅଧିକ ଆକ୍ରାନ୍ତ ସାମନାକୁ ଆସିଛି । ୯୭,୨୦୦ରୁ ଅଧିକ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ତେବେ କେବଳ ଇରାନ୍ ନୁହେଁ ବରଂ ଅଷ୍ଟ୍ରେଲିୟା ଏବଂ ଜାପାନ୍ ରେ ମଧ୍ୟ ସମାନ ସ୍ଥିତି ଲାଗି ରହିଛି ।

Get real time updates directly on you device, subscribe now.