fbpx

ଦୁଇଟି ଟ୍ରଲର୍ ଧକ୍କା ହେବା ଫଳରେ ଭୟଙ୍କର ଅଗ୍ନିକାଣ୍ଡ, ଜିଅନ୍ତା ଜଳିଗଲେ ୪

ଅଜମେର୍: ରାଜସ୍ଥାନର ଅଜମେର୍ ଠାରେ ଏକ ବଡ଼ ସଡ଼କ ଦୁର୍ଘଟଣା ହୋଇଛି । ଯେଉଁଥିରେ ୪ ଜଣ ଲୋକ ଜିଅନ୍ତା ଜଳିିଯାଇଛନ୍ତି । ଦୁଇଟି ଟ୍ରଲର୍ ଧକ୍କା ହେବା ପରେ ଏହି ବଡ଼ ଧରଣର ଦୁର୍ଘଟଣା ହୋଇଥିବା ଜଣାପଡ଼ିଛି । ଦୁଇଟି ବଡ଼ ବଡ଼ ଟ୍ରଲର୍ ଧକ୍କା ହେବା ଫଳରେ ଭୀଷଣ ନିଆଁ ଲାଗି ଯାଇଥିଲା । ଯାହାଫଳରେ ୪ ଜଣ ଜଳି ଯିବା ଫଳରେ ଘଟଣାସ୍ଥଳରେ ହିଁ ପ୍ରାଣ ହରାଇଛନ୍ତି । ଏହି ଘଟଣା ଅଜମେର୍ ର ଆଦର୍ଶ ନଗର ଥାନା ଅଞ୍ଚଳରେ ହୋଇଛି । ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ନିୟନ୍ତ୍ରଣକୁ ଆଣିଛନ୍ତି । ପୋଲିସ୍ ଗାଡ଼ିରେ ଥିବା ମୃତଦେହକୁ ବାହାର କରି ହସ୍ପିଟାଲକୁ ନେଇଛି ।

ପୋଲିସ୍ ଠାରୁ ପ୍ରାପ୍ତ ସୂଚନା ମୁତାବକ, ଏହି ଘଟଣା ୮ ନମ୍ବର ଜାତୀୟ ରାଜପଥରେ ପାଖାପାଖି ସକାଳ ୬ଟା ସମୟରେ ହୋଇଥିଲା । ଏହି ସମୟରେ ଗୋଟିଏ ଟ୍ରଲର୍ ଜୟପୁର ପଟକୁ ଯାଉଥିଲା । ଏଥିରେ ଅନେକ ମାତ୍ରାରେ ଟାଇଲକ୍ସ ରହିଥିଲା । ହଠାତ୍ ଡ୍ରାଇଭର୍ ଗାଡ଼ିରୁ ନିୟନ୍ତ୍ରଣ ହରାଇ ବସିଥିଲା ଏବଂ ଗାଡ଼ି ଯାଇ ଏକ ଡିଭାଇଡର୍ ରେ ପିଟି ହୋଇଥିଲା । ଏହାପରେ ଆଗରେ ଆସୁଥିବା ଆଉ ଟ୍ରଲର୍ ଏହି ଗାଡ଼ି ସହିତ ଖୁବ୍ ଜୋରରେ ଧକ୍କା ହୋଇଥିଲା । ଯେଉଁଥିରେ ବିପୁଳ ପରିମାଣରେ ମାର୍ବଲ ରହିଥିଲା । ଫଳରେ ଘଟଣାସ୍ଥଳରେ ନିଆଁ ଲାଗିଯାଇଥିଲା । ଟ୍ରଲର୍ ଚଲାଉଥିବା ଦୁଇ ଜଣ ଡ୍ରାଇଭର୍ ଙ୍କ ବ୍ୟତୀତ ଅନ୍ୟ ଦୁଇଜଣଙ୍କର ମୃତ୍ୟୁ ହୋଇଯାଇଛି । ଏଥିସହିତ ଆହତ ହୋଇଥିବା ବ୍ୟକ୍ତିମାନଙ୍କୁ ପୋଲିସ୍ ହସ୍ପିଟାଲରେ ଭର୍ତ୍ତି କରିଛି ।

Get real time updates directly on you device, subscribe now.