fbpx

ପାକିସ୍ତାନର କ୍ରୂରତା: ଲାହୋରରେ ଭାଙ୍ଗିଦେଲେ ମହାରାଜା ରଣଜୀତ ସିଂହଙ୍କ ପ୍ରତିମୂର୍ତ୍ତି

ଲାହୋର: ପାକିସ୍ତାନରେ ଭାରତୀୟ ଇତିହାସ ସହ ଜଡ଼ିତ ପ୍ରତୀକ ପ୍ରତି ଘୃଣାଭାବର ଆଉ ଏକ ଉଦାହରଣ ଦେଖିବାକୁ ମିଳିଛି । ଲାହୋରରେ ମହାରାଜା ରଣଜୀତ ସିଂହଙ୍କ ପ୍ରତିମୂର୍ତ୍ତିକୁ ପୁଣି ଥରେ ଭଙ୍ଗାଯାଇଛି । ଏଭଳି ଘୃଣ୍ୟ କାର୍ଯ୍ୟ ତହରିକ-ଏ-ଲବୈକ ପାକିସ୍ତାନରୁ ଜଡ଼ିତ ଜଣେ ବ୍ୟକ୍ତି କରିଥିବା ଜଣାପଡ଼ିଛି । ଲାହୋର ଦୁର୍ଗ ଉପରେ ନିର୍ମିତ ଏହି ପ୍ରତିମୂର୍ତ୍ତିକୁ ଜୁନ୍ ୨୦୧୨ରେ ଉନ୍ମୋଚନ କରାଯାଇଥିଲା । ସେବେଠାରୁ ନେଇ ଆଜି ପର୍ଯ୍ୟନ୍ତ ଏହି ପ୍ରତିମାକୁ ୩ ଥର ଭଙ୍ଗାଯାଇଛି ।

ଏହି ଘଟଣାର ଏକ ଭିଡିଓ ବି ସାମ୍ନାକୁ ଆସିଛି । ଏହି ଭିଡିଓରେ ଧଳା କୁର୍ତ୍ତା-ପାଇଜାମା ଓ ଟୋପି ପିନ୍ଧିଥିବା ଜଣେ ବ୍ୟକ୍ତି ନଜର ଆସିଛି, ଯେକି ମୂର୍ତ୍ତିକୁ ଭାଙ୍ଗୁଥିବା ଦେଖିବାକୁ ମିଳିଛି । ମୂର୍ତ୍ତି ଭାଙ୍ଗିଲା ବେଳେ ବ୍ୟକ୍ତି ଜଣକ ସ୍ଲୋଗାନ ମଧ୍ୟ ଦେଇଥିଲା । କିନ୍ତୁ ମୂର୍ତ୍ତି ଭାଙ୍ଗୁଥିବା ବେଳେ ସେଠାରେ ଉପସ୍ଥିତ ଥିବା କିଛି ଲୋକମାନେ ତାକୁ ଧରିପକାଇଥିଲେ । ତେବେ ଶିଖ୍ ଶାସକ ମହାରାଜା ରଣଜୀତ ସିଂହଙ୍କ ଦେହାନ୍ତ ୧୮୩୯ ମସିହାରେ ଲାହୋରରେ ହୋଇଥିଲା । ସେହି ସମୟରେ ଲାହୋର ଭାରତର ଅଂଶ ଥିଲା ।

Get real time updates directly on you device, subscribe now.