fbpx

ଆପଣଙ୍କ ଆଖପାଖର ଏହି ସଠିକ୍ ଖବର ସରକାରଙ୍କୁ ଜଣାନ୍ତୁ, ପାଆନ୍ତୁ ୩ ଲକ୍ଷ ଟଙ୍କାର ପୁରସ୍କାର, ଜାଣନ୍ତୁ କିପରି

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଓ ରାଜ୍ୟ ସରକାର କନ୍ୟାଭ୍ରୁଣ ହତ୍ୟାକୁ ରୋକିବା ପାଇଁ ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରୁଛନ୍ତି । ନିକଟରେ ରାଜସ୍ଥାନ ସରକାର କନ୍ୟା ଭ୍ରୁଣ ହତ୍ୟାକୁ ରୋକିବା ପାଇଁ ଏକ ନୂଆ ଯୋଜନାର ଶୁଭାରମ୍ଭ କରିଛନ୍ତି । ଆପଣ ଚାହିଁଲେ ସରକାରଙ୍କ ଏହି ଯୋଜନାର ଅଂଶୀଦାର ହୋଇପାରିବେ । ଫଳରେ ଆପଣ ସରକାରଙ୍କ ପକ୍ଷରୁ ପ୍ରୋତ୍ସାହନ ରାଶି ପାଇପାରିବେ । ଏହି କାର୍ଯ୍ୟ କରି ଆପଣ ସମାଜର ଅନେକ ହିତସାଧନ କରିପାରିବେ, ଫଳରେ ଆପଣଙ୍କୁ ଏଥିପାଇଁ ପୁରସ୍କାର ମଧ୍ୟ ମିଳିବ ବୋଲି କୁହାଯାଇଛି ।

ଆପଣମାନେ ସରକାରଙ୍କ ଯୋଜନା ମାଧ୍ୟମରେ ସାମାଜିକ କାର୍ଯ୍ୟ କରି ଏହି ଫାଇଦା ଉଠାଇ ପାରିବେ । କନ୍ୟା ଭ୍ରୁଣ ଲିଙ୍ଗ ପରୀକ୍ଷଣରେ ଲିପ୍ତ ଡାକ୍ତର ଓ ଅନ୍ୟ ଲୋକଙ୍କ ଉପରେ ଅଙ୍କୁଶ ଲଗାଇବା ପାଇଁ ରାଜସ୍ଥାନ ସରକାରଙ୍କ ପକ୍ଷରୁ ମୁଖବିର ଯୋଜନା ଆରମ୍ଭ କରାଯାଇଛି । ବର୍ତ୍ତମାନ ଏହି ଯୋଜନାର ପୁରସ୍କାର ଅଢ଼େଇ ଲକ୍ଷରୁ ବଢ଼ାଯାଇ ତିନି ଲକ୍ଷ କରାଯାଇଛି । ଯେଉଁମାନେ ଏହି ଯୋଜନାରେ ସହଯୋଗ କରିବେ ସେମାନଙ୍କୁ ୩ ଲକ୍ଷ ଟଙ୍କା ପ୍ରଦାନ କରାଯିବ ।

ସାଧାରଣତଃ ସନ୍ତାନମାନଙ୍କର ଲିଙ୍ଗ ନିରୂପଣ ଏକ ଅପରାଧ ଅଟେ । ତେଣୁ ଏହାକୁ ନିୟନ୍ତ୍ରଣ କରିବା ପାଇଁ ସରକାର ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି । ଯଦି କୌଣସି ଡାକ୍ତର ବା ଅଭିଭାବକ ଏହି ଅପରାଧରେ ଜଡ଼ିତ ଥିବାର ଆପଣଙ୍କର ହୃଦବୋଧ ହୁଏ, ତେବେ ଆପଣ ସରକାରଙ୍କୁ ଏହାର ସୂଚନା ଦେଇପାରିବେ । ଯଦି ଆପଣଙ୍କର ସୂଚନା ସଠିକ୍ ଥାଏ, ତେବେ ସରକାର ଆପଣଙ୍କୁ ୩ ଲକ୍ଷ ଟଙ୍କା ପ୍ରଦାନ କରିବେ । ଯଦି ଆପଣଙ୍କ ପାଖରେ ଏନେଇ କୌଣସି ସୂଚନା ଥାଏ, ତେବେ ଆପଣ ଟୋଲ୍ ଫ୍ରି ନମ୍ବର ୧୦୪/୧୦୮ ବା ହ୍ୱାଟସଆପ୍ ନମ୍ବର ୯୭୯୯୯୯୭୭୯୫ରେ ଅଭିଯୋଗ ଦାଖଲ କରିପାରିବେ ।

Get real time updates directly on you device, subscribe now.