ଲଗାତର ତୃତୀୟ ଦିନ ଡିଜେଲ୍ ହେଲା ଶସ୍ତା, ପେଟ୍ରୋଲ ଦାମ୍ ସ୍ଥିର; ଜାଣନ୍ତୁ ଆପଣଙ୍କ ସହରର ତୈଳଦର

ନୂଆଦିଲ୍ଳୀ: ସରକାରୀ ତୈଳ କମ୍ପାନୀ ପକ୍ଷରୁ ଆଜି ତୃତୀୟ ଦିନ ପେଟ୍ରୋଲ୍ ଦାମ୍ ସ୍ଥିର ରହିଥିବା ବେଳେ ଡିଜେଲ୍ ଶସ୍ତା ହୋଇଛି । ଡିଜେଲ୍ ଦର ୧୮ ପଇସାରୁ ୨୦ ପଇସା ହ୍ରାସ ପାଇଛି । ଆଜି ଦିଲ୍ଲୀରେ ପେଟ୍ରୋଲ୍ ଦାମ୍ ୧୦୧.୮୪ ଟଙ୍କା ରହିଥିବା ବେଳେ ଡିଜେଲ୍ ଦର ୮୯.୨୭ ଟଙ୍କା ପ୍ରତି ଲିଟର୍ ରହିଥିଲା ।

ମୁମ୍ବାଇରେ ପେଟ୍ରୋଲର ମୂଲ୍ୟ ୧୦୭.୮୩ ଟଙ୍କା ଏବଂ ଡିଜେଲର ମୂଲ୍ୟ ଲିଟର ପିଛା ୯୬.୮୪ ଟଙ୍କା ରହିଛି। କୋଲକାତାରେ ପେଟ୍ରୋଲର ମୂଲ୍ୟ ୧୦୨.୦୮ ଟଙ୍କା ଥିବାବେଳେ ଡିଜେଲ ଲିଟର ମୂଲ୍ୟ ୯୨.୩୨ ଟଙ୍କା ରହିଛି। ଚେନ୍ନାଇରେ ପେଟ୍ରୋଲ ୧୦୦ ପାର୍ କରିଥିବା ବେଳେ ଦାମ୍ ରହିଛି ୧୦୨.୪୯ ଟଙ୍କା ଏବଂ ଡିଜେଲ ୯୩.୮୪ ଟଙ୍କା ରହିଛି। ମଧ୍ୟପ୍ରଦେଶ, ରାଜସ୍ଥାନ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, କର୍ଣ୍ଣାଟକ, ଓଡିଶା, ଜମ୍ମୁ-କାଶ୍ମୀର ଏବଂ ଲଦାଖରେ ପେଟ୍ରୋଲର ମୂଲ୍ୟ ୧୦୦ ଟଙ୍କା ଅତିକ୍ରମ କରିଛି। ଏହା ବ୍ୟତୀତ ପେଟ୍ରୋଲ ମୁମ୍ବାଇ, ହାଇଦ୍ରାବାଦ ଏବଂ ବାଙ୍ଗାଲୋରରେ ଲିଟର ପିଛା ୧୦୦ ଟଙ୍କା ଅତିକ୍ରମ କରିସାରିଛି।

କିପରି ଜାଣିବେ ଆପଣଙ୍କ ସହରର ତୈଳ ଦର

ଆପଣ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ମଧ୍ୟ ଏସଏମଏସ ମାଧ୍ୟମରେ ଜାଣିପାରିବେ । ଇଣ୍ଡିଆନ୍ ଅଏଲ୍ ୱେବସାଇଟ୍ ଅନୁଯାୟୀ, ଆପଣଙ୍କୁ ଆରଏସପି ଏବଂ ଆପଣଙ୍କ ସିଟି କୋଡ୍ ଲେଖି ୯୨୨୪୯୯୨୨୪୯ ନମ୍ବରକୁ ପଠାଇବାକୁ ପଡ଼ିବ । ପ୍ରତ୍ୟେକ ସହର ପାଇଁ କୋଡ୍ ଅଲଗା, ଯାହାକୁ ଆପଣ ଆଇଓସିଏଲ୍ ୱେବସାଇଟରୁ ପାଇବେ ।