fbpx

ଦେଶରେ ପ୍ରଥମ: BSKY ସ୍ମାର୍ଟ ହେଲଥ କାର୍ଡର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ମାଲକାନଗିରି(ଓଡ଼ିଶା ଭାସ୍କର): ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ସ୍ମାର୍ଟ ହେଲଥ କାର୍ଡ ବଣ୍ଟନର ଆଜି ଶୁଭାରମ୍ଭ ହୋଇଛି । ମାଲକାନଗିରି ସଂସ୍କୃତି ଭବନରେ BSKY ସ୍ମାର୍ଟ କାର୍ଡର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଭଳି ସ୍ମାର୍ଟ ହେଲଥ କାର୍ଡ ଦେବାରେ ଓଡ଼ିଶା ଦେଶର ପ୍ରଥମ ରାଜ୍ୟ ହୋଇଛି । ମୁଖ୍ୟମନ୍ତ୍ରୀ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ହିତାଧିକାରୀଙ୍କୁ ସ୍ମାର୍ଟ ହେଲଥ କାର୍ଡ ବାଣ୍ଟିଛନ୍ତି । ଶୁଭାରମ୍ଭ ପରେ ମାଲକାନଗିରିରେ ପ୍ରଥମ ବିତରଣ ହୋଇଛି । କିଛି ହିତାଧିକାରୀଙ୍କୁ BSKY ସ୍ମାର୍ଟ କାର୍ଡ ବିତରଣ କରିଛନ୍ତି ମୁଖ୍ୟମନ୍ତ୍ରୀ । ଶୁଭାରମ୍ଭ କାର୍ଯ୍ୟକ୍ରମରେ ଅନେକ ମନ୍ତ୍ରୀ ଓ ବିଧାୟକ ଉପସ୍ଥିତ ରହିଛନ୍ତି ।

ତେବେ ମାଲକାନଗିରି ଜିଲ୍ଲାର ୧ ଲକ୍ଷ ୫୫ ହଜାର ୮୨୩ ଜଣଙ୍କୁ ବଣ୍ଟାଯିବ ଏହି BSKY ସ୍ମାର୍ଟ ହେଲଥ କାର୍ଡ । ଅଗଷ୍ଟ ୨୧ରୁ ୨୫ ମଧ୍ୟରେ ସମସ୍ତ ସ୍ମାର୍ଟ କାର୍ଡ ବଣ୍ଟନ କରାଯିବାର ଲକ୍ଷ୍ୟ ରଖାଯାଇଛି । ଜାତୀୟ ଓ ରାଜ୍ୟ ସୁରକ୍ଷା ହିତାଧିକାରୀଙ୍କୁ ଏହି BSKY କାର୍ଡ । ଏହା ସହ ଅନ୍ନପୂର୍ଣ୍ଣା ଓ ଅନ୍ତ୍ୟୋଦୟ ହିତାଧିକାରୀଙ୍କୁ ଏହି BSKY କାର୍ଡ ମିଳିବ । ରାଜ୍ୟର ମୋଟ ୯୬ ଲକ୍ଷ ପରିବାରକୁ BSKY ସ୍ମାର୍ଟ ହେଲଥ କାର୍ଡ ବଣ୍ଟାଯିବ । ଜିଲ୍ଲାରେ ୩୮୧ଟି ସ୍ବାସ୍ଥ୍ୟ କାର୍ଡ ବିତରଣ କେନ୍ଦ୍ରର ବ୍ୟବସ୍ଥା କରାଯିବ ।

Get real time updates directly on you device, subscribe now.