fbpx

ଅସହାୟ ବୃଦ୍ଧାଙ୍କୁ ନାତ-ଗୋଇଠା ମାରିଲେ ଦୋକାନୀ, ସୈନିକ ଦେଲେ ଏମିତି ଶିକ୍ଷା

ଓଡ଼ିଶା ଭାସ୍କର ବ୍ୟୁରୋ: ଜୟ ଯବାନ । ଏହି ସ୍ୱର ପୁଣି ଭାଇରାଲ୍ ହେଉଛି ସୋସିଆଲ୍ ମିଡିଆରେ । ଭାରତୀୟ ଯବାନଙ୍କ ଆଦର୍ଶକୁ ନେଇ ସବୁଠି ହେଉଛି ପ୍ରଶଂସା । ଏ ସମ୍ପର୍କିତ ଏକ ଭିଡିଓ ଖୁବ୍ ଭାଇରାଲ୍ ହେଉଛି ।
ଭିଡିଓରେ ଦେଖାଯାଉଛି ଯେ ଜଣେ ଭାରତୀୟ ଯବାନଙ୍କ ଆଦର୍ଶର କାହାଣୀ । ଜଣେ ଗରିବ ଓ ଅସହାୟ ବୃଦ୍ଧାଙ୍କୁ ସହାୟତା ଦେଉଥିବା ଦେଖାଯାଉଛି ଭିଡିଓରେ । ଗୋଟିଏ ପଟେ ଲୋକେ ରାସ୍ତାରେ ଛିଡ଼ା ହୋଇ ମହିଳାଙ୍କ ଅସହାୟତା ଓ ନିର୍ଯାତନାର ଦୃଶ୍ୟ ଦେଖି ଚୁପ୍ ରହିଥିବାବେଳେ ଯବାନଙ୍କ ଆଗଭର ନିହାତି ଏକ ଉଦାହରଣ । ଆଇଏଏସ ଅଧିକାରୀ ଅବନିଶ ଶରଣ ଏହି ଭିଡିଓକୁ ଶେଆର୍ କରିବା ସହ କ୍ୟାପ୍ସନରେ ଲେଖିଛନ୍ତି ଯେ- ଏହି ଯବାନଙ୍କୁ ମୁଁ ସାଲ୍ୟୁଟ୍ କରୁଛି ।

ଭିଡିଓରେ କଣ ରହିଛି:

ବାସହୀନ ଅସହାୟ ମହିଳା ଜଣଙ୍କ ରାସ୍ତାକଡ଼ ଦୋକାନ ଆଗରେ ପଡ଼ି ରହିଛନ୍ତି । ସେହି ସମୟରେ ପହଞ୍ଚିଗଲେ ଦୋକାନୀ । ଆଉ ବୃଦ୍ଧାଙ୍କୁ ସେଠାରୁ ଉଠାଇବା ପାଇଁ ସେ ପାଣି ଢାଳି ଦେଇଥିବା ମଧ୍ୟ ଦେଖାଯାଉଛି । ଏଥିସହ ସେହି ସ୍ଥାନରୁ ହଟିଯିବା ପାଇଁ କହୁଛନ୍ତି ଦୋକାନୀ । ହେଲେ ମହିଳା ଜଣଙ୍କ ଦୋକାନୀଙ୍କ ଗୋଡ଼ ଧରି ନେଉଛନ୍ତି । ବିକଳ ହେଉଥିବା ସ୍ପଷ୍ଟ ଜଣାପଡ଼ୁଛି । ଆଉ ଆଖପାଖରେ ଥିବା ଲୋକେ ଏ ଦୃଶ୍ୟକୁ ଚୁପଚାପ୍ ଦେଖୁଛନ୍ତି । କିନ୍ତୁ ମହିଳାଙ୍କୁ ସାହାଯ୍ୟ କରିବାକୁ ବା ଦୋକାନୀଙ୍କୁ ଏଭଳି କାର୍ଯ୍ୟରୁ ଦୂରେଇ ରହିବା ପାଇଁ କେହି କହୁନାହାନ୍ତି । ହେଲେ ଠିକ୍ ସେହି ସମୟରେ ସେହି ରାସ୍ତା ଦେଇ ଯାଉଥିବା ଜଣେ ଯବାନ ଆଗେଇ ଆସିଛନ୍ତି ବୃଦ୍ଧାଙ୍କୁ ସାହାଯ୍ୟ କରିବାକୁ । ଏପରିକି ଦୋକାନୀ ସହ ଯବାନଙ୍କ କଥା କଟାକଟି ମଧ୍ୟ ହୋଇଛି । ଯବାନ ଜଣଙ୍କ ମହିଳାଙ୍କ ପାଖରେ ଥିବା ଲୁଗାପଟା କିଛି ସାମାନ ଏକାଠି କରିବା ସହ ତାଙ୍କୁ ବୁଝାଇ କିଛି ଟଙ୍କା ବି ଦେଉଛନ୍ତି ।
ଏହି ଭିଡିଓ ସୋସିଆଲ୍ ମିଡିଆରେ ଖୁବ୍ ଭାଇରାଲ ହେଉଛି । ଆଉ ଅନେକ ଲୋକ ଯବାନଙ୍କୁ ପ୍ରଶଂସା କରୁଥିବାବେଳେ କିଛି ଲୋକ ଦୋକାନୀ ସପକ୍ଷରେ ମଧ୍ୟ ମତ ଦେଉଛନ୍ତି । ସେ ଯାହାହେଉ ଭାରତୀୟ ଯବାନ କେବଳ ସୀମାରେ ନୁହେଁ, ସବୁଠି କର୍ତ୍ତବ୍ୟ ପାଳନ କରୁଥିବାର ଏହା ଏକ ବିରଳ ଦୃଷ୍ଟାନ୍ତ । ଏହା ଭାରତର ରାଜଧାନୀ ଦିଲ୍ଲୀର ଦୃଶ୍ୟ ବୋଲି କୁହାଯାଉଛି ।

ଦେଖନ୍ତୁ ଭିଡିଓ:

Get real time updates directly on you device, subscribe now.