fbpx

ମହିଳା ଫୁଟବଲ ଖେଳାଳିଙ୍କୁ ‘ଫ୍ଲାଟ୍ ଚେଷ୍ଟ୍’ ଓ ‘ବିବାହ ପାଇଁ ଅନୁପଯୁକ୍ତ’ କହିଲେ ଏହି ଦେଶର ରାଷ୍ଟ୍ରପତି, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: ତାଞ୍ଜାନିଆର ପ୍ରଥମ ମହିଳା ରାଷ୍ଟ୍ରପତି ସାମିୟା ସୁଲୁହୁ ହାସନ ମହିଳା ଫୁଟବଲ ଖେଳାଳି ଉପରେ ଟିପ୍ପଣୀ ଦେଇ ଟ୍ରୋଲର ଶିକାର ହୋଇଛନ୍ତି । ମହିଳାଙ୍କ ପ୍ରତି ଏପରି ଚିନ୍ତାଧାରା ରଖିଥିବାରୁ ତାଙ୍କୁ ସୋସିଆଲ ମିଡିଆରେ ସମାଲୋଚିତ ହେବାକୁ ପଡିଛି । ହାସନ ମହିଳା ଫୁଟବଲ ଖେଳାଳିଙ୍କ ‘ଫ୍ଲାଟ୍ ଛାତି’ ବିଷୟେରେ ବିବାଦୀୟ ବୟାନ ଦେବା ସହ ବିବାହ ପାଇଁ ସେମାନେ ଆକର୍ଷଣୀୟ ନୁହନ୍ତି ବୋଲି ମତ ଦେଇଛନ୍ତି ।

ରିପୋର୍ଟ ଅନୁସାରେ, ଆଞ୍ଚଳିକ ଫୁଟବଲ ଚାମ୍ପିଅନସିପରେ ଜାତୀୟ ପୁରୁଷ ଦଳର ବିଜୟ ଉତ୍ସବକୁ ଏକ ଉତ୍ସବରେ ସମ୍ବୋଧିତ କରିବାବେଳେ ହାସନ କହିଛନ୍ତି ଯେ, ‘ମହିଳା ଫୁଟବଲ ଖେଳାଳିମାନ ବିବାହ କରିବାକୁ ସୁଯୋଗ ମିଳିନଥାଏ । କାରଣ ସେମାନଙ୍କ ଫ୍ଲାଟ ଛାତି ଥାଏ ଓ ଲୋକମାନେ ସେମାନଙ୍କୁ ପୁରୁଷ ବୋଲି ଭାବିଥାନ୍ତି ।

ଏହାସହ ହାସନ କହିଛନ୍ତି ଯେ, ‘ଯଦି ଆପଣ ସେମାନଙ୍କ ଚେହେରାକୁ ଦେଖନ୍ତି ତେବେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଆଜି ଦେଶ ପାଇଁ ଟ୍ରଫି ଆଣି ସେମାନେ ଆମକୁ ଗର୍ବିତ କରୁଛନ୍ତି । କିନ୍ତୁ ଭବିଷ୍ୟତରେ ଯେବେ ଖେଳିବାକୁ ସେମାନଙ୍କ ପାଖରେ ଉତ୍ତମ ସ୍ୱାସ୍ଥ୍ୟ ନଥାଏ, ସେତେବେଳେ ସେମାନେ ଜୀବନ କ’ଣ କରିବେ? ବୈବାହିକ ଜୀବନ ସେମାନଙ୍କ ପାଇଁ ଏକ ସ୍ୱପ୍ନ ପରି । କାରଣ ଯଦିଓ ଆପଣଙ୍କ ମଧ୍ୟରୁ କେହି ସେମାନଙ୍କୁ ପତ୍ନୀ ଭାବରେ ଘରକୁ ନେଇଯାଆନ୍ତି, ତେବେ ମା ପଚାରୁଛନ୍ତି ଯେ ସେମାନେ ଜଣେ ମହିଳା ନା ପୁରୁଷ?’ ତେବେ ହାସନଙ୍କ ଏଭଳି ପ୍ରତିକ୍ରିୟା ପରେ ସାରା ବିଶ୍ୱର ଲୋକମାନେ ତାଙ୍କୁ ନିନ୍ଦା କରିବାରେ ଲାଗିଛନ୍ତି ।

Get real time updates directly on you device, subscribe now.