fbpx

Online ହେବ ଲ’ ପରୀକ୍ଷା

ଭୁବନେଶ୍ବର: ଶେଷରେ ଛାତ୍ର ଛାତ୍ରୀଙ୍କ ଦାବି ମାନି ନେଇଛନ୍ତି ସରକାର। ଲ ପରୀକ୍ଷା ଅନଲାଇନ୍ ମାଧ୍ୟମରେ କରିବା ପାଇଁ ବୁଧବାର ଘୋଷଣା କରାଯାଇଛି। ଛାତ୍ରଛତ୍ରୀମାନଙ୍କ ପକ୍ଷରୁକୁଳପତିଙ୍କ ଅଫିସ ଘେରାଉ ପରେ ସରକାରଙ୍କ ତରଫରୁ ଏହି ଘୋଷଣା କରାଯାଇଛି।

ଉତ୍କଳ ବିଶ୍ବବିଦ୍ୟାଳୟ ଅନ୍ତର୍ଗତ ସମସ୍ତ କଲେଜ ଗୁଡିକରେ ପରୀକ୍ଷା ଅନଲାଇନ୍ କରାଯିବ। ଉତ୍କଳ ବିଶ୍ବବିଦ୍ୟାଳୟ ପରୀକ୍ଷା ନିୟନ୍ତ୍ରକ ଶରତ ମାଝୀ ଏହି ଘୋଷଣା କରିଛନ୍ତି। ପୂଜା ଛୁଟି ପରେ ଅଷ୍ଟମ, ନବମ ଓ ଦଶମ ସେମିଷ୍ଟର ପରୀକ୍ଷା କରାଯିବ। ଏହା ସହିତ ସେପ୍ଟେମ୍ବର ୩ରୁ ତୃତୀୟ ଓ ସପ୍ତମ ଏବଂ ସେପ୍ଟେମ୍ବର ୧୩ରୁ ପ୍ରଥମ ଓ ପଞ୍ଚମ ସେମିଷ୍ଟର ପରୀକ୍ଷା କରାଯିବ ବୋଲି ଉତ୍କଳ ବିଶ୍ବବିଦ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।

Get real time updates directly on you device, subscribe now.