fbpx

କାବୁଲ ପରେ ଏବେ ଭାରତ ଦୋହାଲଇବାକୁ ଷଡଯନ୍ତ୍ର, ଦିଲ୍ଲୀ ସମେତ ଉତ୍ତର ଭାରତରେ ଆତଙ୍କୀ ଆକ୍ରମଣର ଆଲର୍ଟ ଜାରି

ନୂଆଦିଲ୍ଲୀ : କାବୁଲ ବିମାନ ବନ୍ଦରରେ ବୋମା ବିସ୍ଫୋରଣ ପରେ ଏବେ ଆତଙ୍କବାଦୀଙ୍କ ନଜର ଭାରତ ଉପରେ । ଆତଙ୍କବାଦୀଙ୍କ ନଜରରେ ଏବେ ରହିଛି ପୂରା ଉତ୍ତର ଭାରତ । ଆଫଗାନିସ୍ତାନର ସାଂପ୍ରତିକ ସ୍ଥିତିର ଫାଇଦା ଉଠାଇବାକୁ ଚେଷ୍ଟା ଚଳାଇଛନ୍ତି ଅନେକ ଆତଙ୍କୀ ସଂଗଠନ । ସେମାନଙ୍କ ଟାର୍ଗେଟରେ ଦେଶର ରାଜଧାନୀ ଦିଲ୍ଲୀ ସମେତ ପ୍ରମୁଖ ସୁରକ୍ଷା ପ୍ରତିଷ୍ଠାନ ରହିଛି । ଏହାକୁ ନେଇ ଆଲର୍ଟ ଜାରି କରିଛି ଦେଶର ଗୁଇନ୍ଦା ଏଜେନ୍ସି ।

ଦିଲ୍ଲୀ ସମେତ ପୂରା ଉତ୍ତର ଭାରତରେ ଏକ୍ୟୁଆଇଏସ, ଆଇଏକେପି ଓ ହକ୍କାନୀ ନେଟୱର୍କ ତରଫରୁ ସମ୍ଭାବ୍ୟ ବିପଦକୁ ଦେଖି ଗୁଇନ୍ଦା ଆଲର୍ଟ ଜାରି କରାଯାଇଛି । ଏହି ସବୁ ଆତଙ୍କୀ ସଂଗଠନ ଉତ୍ତର ଭାରତର ପ୍ରମୁଖ ସହର ଉପରେ ଆକ୍ରମଣ କରିବାର ବିପଦ ରହିଛି । ତେଣୁ ସତର୍କ ରହିବା ଜରୁରୀ ବୋଲି ଆଲର୍ଟରେ କୁହାଯାଇଛି । ଆଫଗାନିସ୍ତାନ-ପାକିସ୍ତାନ ଆଧାରିତ ଏହି ସବୁ ସଂଗଠନ ଭାରତରେ କୌଣସି ପ୍ରକାରର ଆତଙ୍କୀ ଘଟଣା ଘଟାଇବାକୁ ଚାହିଁ ରହିଛନ୍ତି । ଏଥିପାଇଁ ପାକିସ୍ତାନୀ ଗୁଇନ୍ଦା ଏଜେନ୍ସି ଆଇଏସଆଇ ସହ ମିଶି ଷଡଯନ୍ତ୍ର ରଚୁଛନ୍ତି ।

ଆଫଗାନିସ୍ତାନର ସାଂପ୍ରତିକ ସ୍ଥିତି ଓ ଆଇଏସଆଇର ବିଭିନ୍ନ ଆତଙ୍କୀ ସଂଗଠନ ସହ ଆଇଏସଆଇର ସୁସଂପର୍କ ରହିଛି । ଭାରତୀୟ ଗୁଇନ୍ଦା ଏଜେନ୍ସିରୁ ଜଣା ପଡିଛି ଯେ, ଆତଙ୍କୀ ସଂଗଠନ ଜରିଆରେ ଆଇଏସଆଇ ଭାରତରେ ଆତଙ୍କୀ ଆକ୍ରମଣ ପାଇଁ ଷଡଯନ୍ତ୍ର ରଚୁଛି । ସେମାନଙ୍କ ନଜରରେ ମହତ୍ୱପୂର୍ଣ୍ଣ ସୁରକ୍ଷାସ୍ଥଳୀ ଏବଂ ଆର୍ମିର ଆଗୁଆ ଘାଟି ଉପରେ ରହିଛି । ଏହା ବ୍ୟତୀତ ଆତଙ୍କବାଦୀ ଯବାନଙ୍କୁ ମଧ୍ୟ ଟାର୍ଗେଟ କରି ପାରନ୍ତି । ଏହି ଗୁଇନ୍ଦା ଆଲର୍ଟ ଦେଶର ସୀମା ସୁରକ୍ଷା ସଂପର୍କିତ ସମସ୍ତ ଏଜେନ୍ସି ସହିତ ସମସ୍ତ ସୁରକ୍ଷା ଏଜେନ୍ସିଙ୍କ ପାଖକୁ ପଠାଇ ଦିଆଯାଇଛି ।

ମେସେଜିଙ୍ଗ ଆପ୍ ଜରିଆରେ ଯୋଗାଯୋଗ କରୁଛନ୍ତି ଆତଙ୍କୀ

ସୁରକ୍ଷା ଏଜେନ୍ସିକୁ ଜଣା ପଡିଛି ଯେ, ଆତଙ୍କୀ ସଂଗଠନର ଏହି ତିନି ୟୁନିଟ୍ ମେସେଜିଂ ଆପ୍ ଜରିଆରେ ନିଜ ସଦସ୍ୟଙ୍କ ସଂପର୍କରେ ଅଛନ୍ତି । ଏହାର ଉଦ୍ଦେଶ୍ୟ ସୁରକ୍ଷା ଏଜେନ୍ସିଙ୍କ ନଜରରୁ ବଞ୍ଚିବା ରହିଛି ।

Get real time updates directly on you device, subscribe now.