fbpx

ପୁଣି ମୋଦୀଙ୍କ ଟାର୍ଗେଟରେ ଦିଦି; ଅଭିଷେକ ଓ ରୁଜିରାଙ୍କୁ EDର ସମନ

ନୂଆଦିଲ୍ଳୀ: ପୁଣି ଥରେ ପଶ୍ଚିମବଙ୍ଗରେ କେନ୍ଦ୍ରୀୟ ସଂସ୍ଥାକୁ ନେଇ ରାଜନୀତି ତେଜିବାରେ ଲାଗିଛି । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପୁତୁରା ଅଭିଷେକ ବାନାର୍ଜୀ ଓ ତାଙ୍କ ପତ୍ନୀ ରୁଜିରାଙ୍କୁ ଇଡି ପକ୍ଷରୁ ନୋଟିସ ଜାରି କରାଯାଇଛି । କୋଇଲା ଦୁର୍ନୀତି ମାମଲାରେ ବାନାର୍ଜୀ ଦମ୍ପତ୍ତିଙ୍କୁ ଏହି ନୋଟିସ ପ୍ରଦାନ କରାଯାଇଛି । ଡାଏମଣ୍ଡ ହାର୍ବର ସାଂସଦ ଅଭିଷେକ ବାନାର୍ଜୀଙ୍କୁ ସେପ୍ଟେମ୍ବର ୬ ତାରିଖରେ ହାଜର ହେବାକୁ ନୋଟିସ ପ୍ରଦାନ କରାଯାଇଥିବା ବେଳେ ରୁଜିରାଙ୍କୁ ସେପ୍ଟେମ୍ବର ୩ ତାରିଖରେ ହାଜର ହେବାକୁ କୁହାଯାଇଛି ।

ଏହା ବ୍ୟତିତ ଅଭିଷେକଙ୍କ ଓକିଲ ସଞ୍ଜୟ ବାସୁ(୩), ମେଦିନାପୁର ଡିଆଇଜି ଶ୍ୟାମ ସିଂ ଓ ସିଆଇଡି ଏଡିଜି ଜ୍ଞାନବନ୍ତ ସିଂଙ୍କୁ ୮ଓ ୯ ତାରିଖରେ ହାଜର ହେବା ପାଇଁ ସମନ କରାଯାଇଛି । ଅଭିଷେକଙ୍କ କମ୍ପାନୀ ଓ ଲିପସ ଆଣ୍ଡ ବାଉଣ୍ଡ ପ୍ରାଇଭେଟ ଲିମିଟେଡ ମଧ୍ୟରେ ୪.୩୭ କୋଟିର ଅର୍ଥ କାରବାର ହୋଇଥିବା ନେଇ ଇଡି ପକ୍ଷରୁ କୁହାଯିବା ସହିତ ସମନ ଜାରି କରାଯାଇଛି । ଲିପସ ଆଣ୍ଡ ବାଉଣ୍ଡ ପ୍ରାଇଭେଟ ଲିମିଟେଡରେ ଅଭିଷେକଙ୍କ ପିତା ନିର୍ଦ୍ଦେଶକ ଭାବରେ ରହିଥିବା ବେଳେ ରୁଜିରା ଓ ତାଙ୍କ ପିତା ମଧ୍ୟ ସମାନ ପଦବୀରେ ରହିଛନ୍ତି ।

Get real time updates directly on you device, subscribe now.