fbpx

ଗାଡ଼ିର ନମ୍ବର ପ୍ଲେଟକୁ ନେଇ ଆସିଲା ନୂଆ ନିୟମ, ୧୫ ଡିସେମ୍ବରରୁ…

ନୂଆଦିଲ୍ଲୀ: ଗାଡ଼ି ମାଲିକମାନଙ୍କ ପାଇଁ ଖୁସି ଖବର ଆଣିଛନ୍ତି କେନ୍ଦ୍ର ସରକାର । ସଡ଼କ ପରିବହନ ଓ ରାଜମାର୍ଗ ମନ୍ତ୍ରଣାଳୟ ପକ୍ଷରୁ ନୂଆ ଗାଡ଼ି ପାଇଁ ଭାରତ ସିରିଜ୍ ସୂଚନା ଜାରି ହୋଇଛି । ବିଏଚ ସିରିଜର ନମ୍ବର ନେବା ପରେ ଗାଡ଼ି ମାଲିକଙ୍କୁ ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟକୁ ଯିବା ପାଇଁ ଗାଡ଼ିର ପୁଣି ରେଜିଷ୍ଟ୍ରେସନ କରିବାକୁ ପଡିବ ନାହିଁ । ଏହି ନିୟମ ସେପ୍ଟେମ୍ବର ୧୫ରୁ ଲାଗୁ ହେବ । ମନ୍ତ୍ରଣାଳୟ ପକ୍ଷରୁ ଏହାର ନିୟମ ଓ ଶୁଳ୍କ ଧାର୍ଯ୍ୟ କରାଯାଇଛି ।

ସଡ଼କ ପରିବହନ ମନ୍ତ୍ରଣାଳୟ ଯେଉଁମାନଙ୍କ ପାଇଁ ନୂଆ ସିରିଜର ଶୂଭାରମ୍ଭ କରିଛି, ସେମାନଙ୍କ ମଧ୍ୟରେ ସାମିଲ ରହିଛି :-

– ପ୍ରତିରକ୍ଷା କର୍ମଚାରୀଙ୍କ ଯାନ ।

– କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ କର୍ମଚାରୀଙ୍କ ଯାନ

– ସାର୍ବଜନିକ ଉପକ୍ରମର ଯାନ

– ଘରୋଇ କ୍ଷେତ୍ର କମ୍ପାନୀଗୁଡିକର ଯାନ

– ସଂସ୍ଥାଗୁଡ଼ିକର ମାଲିକାନା ଥିବା ବ୍ୟକ୍ତିଗତ ଯାନ

ଯେଉଁମାନଙ୍କର ଅଫିସ୍ ଚାରି କିମ୍ବା ଅଧିକ ରାଜ୍ୟରେ ଅଛି ସେମାନଙ୍କ କର୍ମଚାରୀମାନେ ଏଥିରେ ଆବେଦନ କରିପାରିବେ । ଉଭୟ ସରକାରୀ ଓ ବେସରକାରୀ ଅନୁଷ୍ଠାନର କର୍ମଚାରୀମାନେ ନୂଆ ବିଏଚ୍ ସିରିଜ୍ ପାଇଁ ଆବେଦନ କରିପାରିବେ । ନୂଆ ବିଏଚ ସିରିଜ୍ ପାଇଁ ଆବେଦନ କରିବା ବାଧ୍ୟତାମୂଳକ ନୁହେଁ, ବରଂ ଏହା ଲୋକଙ୍କ ଇଛା ଉପରେ ନିର୍ଭର କରୁଛି ।

ତେବେ ଯେଉଁମାନଙ୍କର ଚାକିରି ଯୋଗୁଁ ପ୍ରାୟତଃ ଟ୍ରାନ୍ସଫର ହୋଇଥାଏ, ସେମାନଙ୍କୁ ନୂଆ ବିଏଚ ସିରିଜର ସବୁଠାରୁ ଅଧିକ ଫାଇଦା ହେବ । ନୂଆ ବିଏଚ ସିରିଜର ଶୁଭାରମ୍ଭ ପରେ ଲୋକମାନଙ୍କୁ ଅନ୍ୟ ରାଜ୍ୟକୁ ଗଲେ ଗାଡ଼ିର ୨ ଥର ରେଜିଷ୍ଟ୍ରେସନ କରିବାକୁ ପଡିବ ନାହିଁ । ନମ୍ବର ପ୍ଲେଟର ଶୁଭାରମ୍ଭ ବିଏଚରୁ ଆରମ୍ଭ ହେବ । ଏହା ପରେ ରେଜିଷ୍ଟ୍ରେସନ ବର୍ଷର ଶେଷ ୨ଟି ନମ୍ବର ଓ ଆଗର ନମ୍ବର ରହିବ । ନମ୍ବର ପ୍ଲେଟ କଳା ଓ ଧଳା ରଙ୍ଗର ହେବ । ଧଳା ବ୍ୟାକଗ୍ରାଉଣ୍ଡ ଉପରେ କଳା ରଙ୍ଗରେ ନମ୍ବର ଅଙ୍କିତ ହେବ ।

Get real time updates directly on you device, subscribe now.