fbpx

ହଟିଲା ସପ୍ତାହନ୍ତ ଶଟଡାଉନ; ଜାଣନ୍ତୁ କଣ କଣ ହେଲା କଟକଣା ମୁକ୍ତ

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ରାଜ୍ୟ ସରକାରଙ୍କ ପକ୍ଷରୁ ସେପ୍ଟେମ୍ବର ମାସ ପାଇଁ ଗାଇଡଲାଇନ ଜାରି କରାଯାଇଥିବା ବେଳେ କଡାକଡି ରହିଥିବା କରୋନା ନିୟମକୁ ସାମାନ୍ୟ କୋହଲ କରାଯାଇଛି । ୧ ସେପ୍ଟେମ୍ବର ସକାଳ ୬ଟାରୁ ଏହି ନୂତନ ଗାଇଡଲାଇନ ସମଗ୍ର ରାଜ୍ୟରେ ଲାଗୁ ହେବାକୁ ଥିବା ବେଳେ ଅକ୍ଟୋବର ୧ ତାରିଖ ଯାଏଁ ଏହା ବଳବତ୍ତର ରହିବ । ଆର୍ଥିକ ବ୍ୟବସ୍ଥାକୁ ସଶକ୍ତ କରିବା ପାଇଁ ସରକାରଙ୍କ ପକ୍ଷରୁ ବିଭିନ୍ନ ବ୍ୟବସ୍ଥାକୁ ଅନଲକ୍ କରାଯିବାକୁ ନିଷ୍ପତ୍ତି ନିଆଯାଇଛି । କଣ୍ଟେନମେଣ୍ଟ ଜୋନକୁ ବାଦ ଦେଲେ ବାକି ସମସ୍ତ ସ୍ଥାନରେ ଜୀବନ ସ୍ୱାଭାବିକ ହେବ ବୋଲି ଘୋଷଣା କରାଯାଇଛି ।

ସମଗ୍ର ରାଜ୍ୟରୁ ସପ୍ତାହନ୍ତ ଶଟଡାଉନ ହଟାଇ ଦିଆଯାଇଥିବା ବେଳେ କେବଳ ପୌରାଞ୍ଚଳ ଓ ସହରାଞ୍ଚଳରେ ରାତି ୧୦ଟାରୁ ଭୋର ୫ଟା ପର୍ଯ୍ୟନ୍ତ ନାଇଟ କର୍ଫ୍ୟୁ ବଳବତ୍ତର ରହିବ । ଭୋର ୫ଟାରୁ ରାତି ୧୦ଟା ମଧ୍ୟରେ ସମସ୍ତ ଦୋକାନ ବଜାର ଖୋଲା ରହିବ । ପୂର୍ବବତ ସମସ୍ତ ଧାର୍ମିକ ସମାବେଶ ଏବଂ ସଭା ସମିତି ବନ୍ଦ ରଖାଯିବାକୁ ନିଷ୍ପତ୍ତି ନିଆ ଯାଇଥିବା ବେଳେ ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନ ଭୋର ୫ଟାରୁ ରାତି ୧୦ଟା ଯାଏଁ ଖୋଲା ରଖାଯିବ । ଅଡିଟୋରିୟମ ଗୁଡିକ ଖୋଲାରଖାଯାଇଥିବା ବେଳେ ମିଟିଂ ସମ୍ପର୍କିତ ଅନୁମତି ପତ୍ର ଜିଲ୍ଲାପାଳଙ୍କ ନିକଟରୁ ମିଳିବ । ରାଜ୍ୟର ସମସ୍ତ ସିନେମା ହଲଗୁଡିକ ଖୋଲା ଯାଇଥିବା ବେଳେ ଶତପ୍ରତିଶତ ଦର୍ଶକଙ୍କୁ ଅନୁମତି ପ୍ରଦାନ କରାଯାଇଛି । ସିନେମା ହଲ, ମଲ ଯିବା ପାଇଁ ଦରକାର ନାହିଁ କୋଭିଡ଼ ସାର୍ଟିଫିକେଟ । ପୂର୍ବରୁ ବିବାହ ପାଇଁ ୫୦ ଓ ଶବ ଶୋଭାଯାତ୍ର ପାଇଁ ୨୦ ଲୋକଙ୍କୁ ଅନୁମତି ଥିବା ବେଳେ ବର୍ତ୍ତମାନ ୨୫୦ ଲୋକଙ୍କୁ ଅଂଶଗ୍ରହଣ ପାଇଁ ଅନୁମତି ମିଳିଛି । ଏହି କାର୍ଯ୍ୟକ୍ରମରେ କରୋନା ନିୟମ ପାଳନ ବାଧ୍ୟତାମୂଳକ ରଖାଯାଇଛି । ବିବାହ ଶୋଭାଯାତ୍ରାରେ ୫୦ରୁ ଅଧିକ ଲୋକଙ୍କ ସାମିଲ ହେବା ଉପରେ କଟକଣା ଜାରି କରାଯାଇଛି । ଏହା ସହିତ ଗୃହକର୍ତ୍ତାଙ୍କୁ ମିଶାଇ ଏହି ସଂଖ୍ୟା ୨୫୦ରେ ସୀମିତ ରହିବ ବୋଲି କୁହାଯାଇଛି । ନାଇଟ କର୍ଫ୍ୟୁ ସମୟରେ କେବଳ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ପରିବହନକୁ କଟକଣା ମୁକ୍ତ ରଖାଯାଇଛି ।

Get real time updates directly on you device, subscribe now.