fbpx

ଅଧିବେଶନ ଅଧାରୁ ବନ୍ଦ କରିବା ଅଗଣତାନ୍ତ୍ରିକ: ବିଜେପି

ଭୁବନେଶ୍ୱର,୨୯ା୧୧(ଓଡ଼ିଶା ଭାସ୍କର): ନିର୍ଦ୍ଧାରିତ ସମୟ ପୂର୍ବରୁ ଶୀତ ଅଧିବେଶନ ସରିବା ପ୍ରସଙ୍ଗରେ ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କୁ ବିଜେପି ସମାଲୋଚନା କରିଛି । ଅଧିବେଶନ ଅଧାରୁ ବନ୍ଦ କରିବା ଅଗଣତାନ୍ତ୍ରିକ ବୋଲି ବିଜେପି କହିଛି । ବହୁ ସମସ୍ୟା ଥିବା ବେଳେ ବନ୍ଦ କରିବା ସରକାରଙ୍କ ଏହା ଅପାରଗତା । ସଂସ୍କୃତି ମନ୍ତ୍ରୀଙ୍କୁ ସରକାର କେଉଁ ଆଧାରରେ କ୍ଲିନଚିଟ ଦେଲେ ବୁଝାପଡ଼ୁନି । ଏହାସହ ସଂସ୍କୃତି ମନ୍ତ୍ରୀ ନୈତିକତା ଆଧାରରେ ଇସ୍ତଫା ଦିଅନ୍ତୁ ବୋଲି ବିଜେପି କହିଛି ।

ଉଲ୍ଲେଖଯୋଗ୍ୟ ଯେ ଗତକାଲି ନିର୍ଦ୍ଧାରିତ ସମୟ ପୂର୍ବରୁ ଶେଷ ହୋଇଥିଲା ବିଧାନସଭାର ଶୀତକାଳୀନ ଅଧିବେଶନ । ଗୃହକୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ମୁଲତବି ରଖିଥିଲେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର । ଡିସେମ୍ବର ୧୯ରେ ଶୀତ ଅଧିବେଶନ ଶେଷ ହେବାର ଥିଲା ।

Get real time updates directly on you device, subscribe now.