ବରେଲୀ: ଜଣେ ବ୍ୟକ୍ତି ନିଜ ଶାଳୀ ସହିତ ମିଶି ବିଷ ଖାଇ ପ୍ରାଣ ହରାଇଛନ୍ତି । ଏହି ଘଟଣା ଘଟିଛି ବରେଲୀ ଜିଲ୍ଲାର ଭୋଜିପୁରା ଅଞ୍ଚଳରେ । ଏହି ଘଟଣା ବୁଧବାର ଦିନ ଘଟିଛି । ସୂଚନା ଯେ, ଜଣେ ୨୬ ବର୍ଷିୟ ବ୍ୟକ୍ତି ଓ ଜରେ ମହିଳା ସଡ଼କ ପାଖରେ ବେହୋସ୍ ପଡ଼ିଥିବା ଦେଖିବାକୁ ମିଳିଥିଲେ । ସେମାନେ ଦୁହେଁ ବିଷ ଖାଇ ଥିବା ଜଣାପଡ଼ିଥିଲା । ସୂଚନା ପାଇ ପୋଲିସ୍ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଇଥିଲେ । ହେଲେ ଚିକିତ୍ସା ସମୟରେ ସେମାନଙ୍କ ମୃତ୍ୟୁ ହୋଇଛି ।
ପୋଲିସ୍ କହିବାନୁଯାୟୀ, ବୁଧବାର ଦିନ ସେମାନଭ୍କ ମୃତ୍ୟୁ ହୋଇଛି । ସମ୍ପର୍କରେ ସେମାନେ ଶାଳୀ ଓ ଭିଣେଇ ଥିଲେ । ସେମାନଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିଲା । ତେଣୁ ତାଙ୍କ ପରିବାର ଲୋକେ ସମ୍ପର୍କକୁ ବିରୋଧ କରୁଥିଲେ । ତେଣୁ ସେମାନେ ବିଷ ଖାଇ ଜୀବନ ହାରିଛନ୍ତି । ମହିଳାଙ୍କ ବୟସ ୨୨ ବର୍ଷ ହୋଇଥିବା ଜଣାପଡ଼ିଛି । ପୋଷ୍ଟମଟମ୍ ପରେ ସେମାନଭ୍କ ମୃତ ଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି ।